ଯୁଗ ବଦଳୁଛି, ହେଲେ ବଦଳି ପାରୁନି ବିଜରାଦର ଗ୍ରାମବାସୀ ଙ୍କ ଭାଗ୍ୟ
ଜୁନାଗଡ଼ ୨୭/୩(ମନୀସ)ଦୁର୍ଗମ ଅଞ୍ଚଳର ଆଦିବାସୀ ମାନେ କିଭଳି ମୂଖ୍ୟସ୍ରୋତରେ ସାମିଲ ହେବେ, ସରକlରି ଯୋଜନାର କିଭଳି ଲାଭ ପାଇବେ, ଦୁର୍ଗମ ଅଞ୍ଚଳରେ କିଭଳି ବିକାଶ ହେବ ସେନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କରୁ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି ବିଜରlଦର ଗାଁ ବାସି । ବଣ ପାହାଡ଼ ଘେରରେ ରହି ଆଦିବାସୀଙ୍କ ଜୀବନ ଅଭିଶପ୍ତ ପlଲଟି ଯାଇଛି । ନିର୍ବାଚନ ସମୟରେ ଭୋଟ ଦିଅନ୍ତି କିନ୍ତୁ ସେ ପ୍ରାର୍ଥୀ କିଏ ଜାଣନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ , ପ୍ରଶାସନ କିମ୍ବା ନିର୍ବଚିତ ପ୍ରତିନିଧିକୁ ଗାଁରେ ଦେଖି ନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେବି ପରାଧୀନ ଜୀଵନ ଯାପନ କରୁଛନ୍ତି ଏହି ଗାଁ ଲୋକେ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ, ବଣ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ । ଏହି ଗାଁ ସରକାରଙ୍କ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଏହି ଗାଁରେ ୧୮ ଟି ଆଦୀବାସୀ ପରିବାର ଓ ୩ଟି ଦଳିତ ପରିବାରରୁ ୧୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ବଣଜଙ୍ଗଲ ଭିତରେ ରହି ଜୀବଜନ୍ତୁଙ୍କ ଭଳି ବଞ୍ଚୁଛନ୍ତି । ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି । ମୁଖ୍ୟତ ରାସ୍ତା ନ ଥିବା ବେଳେ ୮ କିମି ପାହାଡ଼ ଚଢ଼ୁ ଥିବା ବେଳେ ବୁଢୀଦର ପଞ୍ଚାୟତ କୁ ଜିବାକୁ ହେଲେ ୧୫ କିଲୋମିଟର ଜିବାକୁ ପଡିଥାଏ । କୌଣସି ଗର୍ଭବତୀ,ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି । ମୋବାଇଲ ନେଟୱାର୍କ ନ ଥିବା ଯୋଗୁଁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ ।
ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଛି କିନ୍ତୁ କୌଣସି ଗୋଟିଏ ମଧ୍ୟ ସୋଲାର ଲାଇଟ ଜଳୁନାହିଁ ।ଗାଁ ବିଦ୍ୟାଳୟ କଥା ନ କହିବା ଭଲ । ଗାଈ ଗୁହାଳ ଭଳି ବିଦ୍ୟାଳୟ । ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ଥିବା ଯୋଗୁଁ ଗଛ ତଳେ ପାଠ ପଢା ଚାଲିଛି ।
ଗ୍ରାମବାସୀମାନେ ଜାଣି ନାହାଁନ୍ତି ସରକାରୀ ଯୋଜନା । ଜଙ୍ଗଲୀ ମୁଲକରେ ରହି ପୋଡ଼ୁ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡା ଆଉ କୌଣସି ସୁବିଧା ନାହିଁ । ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିଲେ ହେଲେ ରାଜନେତା,ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କ ନାଲିଫିତା ତଳେ ହଜିଗଲା ବିଜ୍ରାଦର ଗ୍ରାମବାସୀଙ୍କ ବିକାଶ । କେବେ ଏହି ବିଜ୍ରାଦର ଗ୍ରାମବାସୀ ସରକାରୀ ଯୋଜନାରେ ସାମିଲ ହେବେ ,କେବେ ଉଇଁବ ବିକାଶର ସୂର୍ଯ୍ୟ ତାହା ଦେଖିବାକୁ ବାକି ରହିଲା ।
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

