ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗ ବଦଳୁଛି, ହେଲେ ବଦଳି ପାରୁନି ବିଜରାଦର ଗ୍ରାମବାସୀ ଙ୍କ ଭାଗ୍ୟ 

ଯୁଗ ବଦଳୁଛି, ହେଲେ ବଦଳି ପାରୁନି ବିଜରାଦର ଗ୍ରାମବାସୀ ଙ୍କ ଭାଗ୍ୟ 

ଜୁନାଗଡ଼ ୨୭/୩(ମନୀସ)ଦୁର୍ଗମ ଅଞ୍ଚଳର ଆଦିବାସୀ ମାନେ କିଭଳି ମୂଖ୍ୟସ୍ରୋତରେ ସାମିଲ ହେବେ, ସରକlରି ଯୋଜନାର କିଭଳି ଲାଭ ପାଇବେ, ଦୁର୍ଗମ ଅଞ୍ଚଳରେ କିଭଳି ବିକାଶ ହେବ ସେନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଜି ବି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି ତଥା ମୋବାଇଲ ନେଟୱାର୍କରୁ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି ବିଜରlଦର ଗାଁ ବାସି । ବଣ ପାହାଡ଼ ଘେରରେ ରହି ଆଦିବାସୀଙ୍କ ଜୀବନ ଅଭିଶପ୍ତ ପlଲଟି ଯାଇଛି । ନିର୍ବାଚନ ସମୟରେ ଭୋଟ ଦିଅନ୍ତି କିନ୍ତୁ ସେ ପ୍ରାର୍ଥୀ କିଏ ଜାଣନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ବିଧାୟକ, ମନ୍ତ୍ରୀ , ପ୍ରଶାସନ କିମ୍ବା ନିର୍ବଚିତ ପ୍ରତିନିଧିକୁ ଗାଁରେ ଦେଖି ନାହାନ୍ତି । ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେବି ପରାଧୀନ ଜୀଵନ ଯାପନ କରୁଛନ୍ତି ଏହି ଗାଁ ଲୋକେ ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ବୁଢ଼ୀଦର ପଞ୍ଚାୟତର ବିଜ୍ରାଦର ଗାଁ, ବଣ ପାହାଡ଼ ଘେରା ମଧ୍ୟରେ ଅବସ୍ଥିତ । ଏହି ଗାଁ ସରକାରଙ୍କ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଏହି ଗାଁରେ ୧୮ ଟି ଆଦୀବାସୀ ପରିବାର ଓ ୩ଟି ଦଳିତ ପରିବାରରୁ ୧୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ବଣଜଙ୍ଗଲ ଭିତରେ ରହି ଜୀବଜନ୍ତୁଙ୍କ ଭଳି ବଞ୍ଚୁଛନ୍ତି । ଗ୍ରାମବାସୀଙ୍କ ପାଇଁ ଆବାସ ଯୋଜନା ସାତ ସପନ ହୋଇଛି । ମୁଖ୍ୟତ ରାସ୍ତା ନ ଥିବା ବେଳେ ୮ କିମି ପାହାଡ଼ ଚଢ଼ୁ ଥିବା ବେଳେ ବୁଢୀଦର ପଞ୍ଚାୟତ କୁ ଜିବାକୁ ହେଲେ ୧୫ କିଲୋମିଟର ଜିବାକୁ ପଡିଥାଏ । କୌଣସି ଗର୍ଭବତୀ,ପ୍ରସୂତିଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି ନେଇଥାନ୍ତି । ମୋବାଇଲ ନେଟୱାର୍କ ନ ଥିବା ଯୋଗୁଁ ଯୋଗାଯୋଗ ମଧ୍ୟ ହୋଇପାରେ ନାହିଁ । 

ସମସ୍ତଙ୍କ ଘରେ ସୋଲାର ଲାଇଟ ଲାଗିଛି କିନ୍ତୁ କୌଣସି ଗୋଟିଏ ମଧ୍ୟ ସୋଲାର ଲାଇଟ ଜଳୁନାହିଁ ।ଗାଁ ବିଦ୍ୟାଳୟ କଥା ନ କହିବା ଭଲ । ଗାଈ ଗୁହାଳ ଭଳି ବିଦ୍ୟାଳୟ । ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ଥିବା ଯୋଗୁଁ ଗଛ ତଳେ ପାଠ ପଢା ଚାଲିଛି ।

ଗ୍ରାମବାସୀମାନେ ଜାଣି ନାହାଁନ୍ତି ସରକାରୀ ଯୋଜନା । ଜଙ୍ଗଲୀ ମୁଲକରେ ରହି ପୋଡ଼ୁ ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରୀ ସୁବିଧା କହିଲେ କେବଳ ରାସନକାର୍ଡ ଛଡା ଆଉ କୌଣସି ସୁବିଧା ନାହିଁ । ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିଲେ ହେଲେ ରାଜନେତା,ନିର୍ବାଚିତ ପ୍ରତିନିଧି ଓ ଅଧିକାରୀଙ୍କ ନାଲିଫିତା ତଳେ ହଜିଗଲା ବିଜ୍ରାଦର ଗ୍ରାମବାସୀଙ୍କ ବିକାଶ । କେବେ ଏହି ବିଜ୍ରାଦର ଗ୍ରାମବାସୀ ସରକାରୀ ଯୋଜନାରେ ସାମିଲ ହେବେ ,କେବେ ଉଇଁବ ବିକାଶର ସୂର୍ଯ୍ୟ ତାହା ଦେଖିବାକୁ ବାକି ରହିଲା । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

Sunil Chandra Nayak

ଗୃହପାଳିତ ପ୍ରାଣୀ ମାନଙ୍କ ଟୀକାକରଣ ଶିବିର ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ଦେବୋତ୍ତର ବିଭାଗର ନିଲାମ ବିଜ୍ଞପ୍ତି ସୃଷ୍ଟି କରିଛି ଜନ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!