ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସିଏମ୍‌ କିଷାନ’ ଯୋଜନା ଅଧୀନରେ ୨୦୨୬-୨୭ ରବି ଋତୁ ପାଇଁ ୫ମ କିସ୍ତି ସହାୟତା ରାଶି ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନ, ଓୟୁଏଟିଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶିର ଡିବିଟି ମାଧ୍ୟମରେ ପ୍ରଦାନ କରିଥିଲେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ବିଶେଷ ଭାବେ ଅନୁନ୍ନତ ଜନଜାତି ବର୍ଗ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି। ଏଥିପାଇଁ ୮୩୩ କୋଟି ଟଙ୍କାରୁ ଅଧିକ ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।

ଏହି ଅବସରରେ ନୂଆପଡ଼ା ଜିଲ୍ଲାର ସିଲ୍‌ଧାଁସ୍ଥିତ ଡିପିଆରସି ଭବନଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ନୂଆପଡ଼ା ବ୍ଲକ୍‌ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍‌ ଏନ୍‌ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ୍‌, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟା ଉମା ଠାକୁର, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂହ ମାଝୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କୃଷକ ହିତାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ନୂଆପଡ଼ା ଜିଲ୍ଲାରେ ‘ସିଏମ୍‌ କିଷାନ’ ଯୋଜନାରେ ୯୭,୮୦୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧୯ କୋଟି ୫୬ ଲକ୍ଷ ୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ୩୧୧ ଜଣ ଭୂମିହୀନ କୃଷକ ପରିବାରଙ୍କୁ ୧୩ ଲକ୍ଷ ୨୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ବର୍ଗକୁ ମିଶାଇ ଜିଲ୍ଲାର ମୋଟ ୯୮,୧୧୨ ଜଣ ହିତାଧିକାରୀଙ୍କ ଖାତାକୁ ୧୯ କୋଟି ୬୯ ଲକ୍ଷ ୨୯ ହଜାର ୫୦୦ ଟଙ୍କା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି।

ଏହି ଆର୍ଥିକ ସହାୟତା ରବି ଋତୁରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟ ସହ ଚାଷ କାର୍ଯ୍ୟର ଆବଶ୍ୟକ ଖର୍ଚ୍ଚ ଭରଣାରେ ସହାୟକ ହେବ। ଚାଷୀଙ୍କ ଆର୍ଥିକ ସୁରକ୍ଷା ସୁଦୃଢ଼ କରିବା ସହ କୃଷିକୁ ଅଧିକ ସମୃଦ୍ଧ ଓ ଲାଭଜନକ କରିବା ଦିଗରେ ‘ସିଏମ୍‌ କିଷାନ’ ଯୋଜନା ରାଜ୍ୟ ସରକାରଙ୍କ ଚାଷୀକଲ୍ୟାଣ ପ୍ରତିବଦ୍ଧତାର ଏକ ପ୍ରମୁଖ ପଦକ୍ଷେପ।

Related posts

ମାନ୍ୟବର ଅଦାଲତ ନିର୍ଦ୍ଧେଶରେ ମର୍ଯ୍ୟାଦାହାନୀ ‘ନା’ ଷଡଯନ୍ତ୍ର?କେଉଁ ଆଇନରେ ଷ୍ଟାଫ ଦରମା ଦେବେ ଶ୍ରମିକଙ୍କୁ-ଏଡିଜି?

masiha

ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ପ୍ରଦାନ କରାଗଲା କୃତିମ କେଶ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ  ଧର୍ମଗଡ ଏନଏସି ର”ଟେବୁଲ ଟପ ଏକ୍ସରସାଇଜ” ବୈଠକ

masiha

Leave a Comment

error: Content is protected !!