ରାଇରଙ୍ଗପୁର ଆଇଟିଡିଏ ପରିସରରେ ବିଶ୍ଵକର୍ମା ପୂଜା ପାଳିତ
ରାଇରଙ୍ଗପୁର – ୧୭/୦୯ ପବିତ୍ର ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତୀ ଦିନସୃଷ୍ଟିର ପ୍ରଥମ ଶିଳ୍ପକାର ଏବଂ ଵାସ୍ତୁକାର ଭଗବାନ ବିଶ୍ଵକର୍ମାଙ୍କ ପୂଜନ କାର୍ଯ୍ୟ ହୋଇଥାଏ ।ସେହି ଅବସରରେ ରାଇରଙ୍ଗପୁର ଆଇଟିଡିଏ ପରିସରରେ ବିଶ୍ଵକର୍ମାଙ୍କ ପୂଜନ ପୁରୋହିତଙ୍କ ଦ୍ଵାରା ରିତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି, ଆଲୋକ ସଜ୍ଜା ହେବାସହ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଆଇପିଏଲ ପ୍ରକଳ୍ପ ପ୍ରଶାସକ ଯୋଗରଞ୍ଜନ ନାୟକ , ସମସ୍ତ ମନ୍ତ୍ରୀ, ବିଭାଗୀୟ ଅଧିକାରୀ କର୍ମଚାରୀ ବୃନ୍ଦ ସାମିଲ ହୋଇଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

