ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ବିଶାଖାପାଟଣା ଓମନି ଆର କେ ହସପିଟାଲର ବିଶେଷଜ୍ଞ ଡାକ୍ତର କଲେ ରୋଗୀ ସେବା

ବନ୍ଧୁଗାଁ ତା ୯/୮/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ନିମନ୍ତ୍ରଣ କ୍ରମେ ବିଶାଖାପାଟଣାର ଓମନୀ ଆର କେ ହସପିଟାଲ ବିଶେଷଜ୍ଞ ଡାକ୍ତରଙ୍କ ଉପସ୍ଥିତିରେ ଅନେକ ରୋଗୀଙ୍କୁ ମାଗଣାରେ ସେବା ଯୋଗାଇ ଛନ୍ତି । ଓମନୀ ଆର କେ ହସପିଟାଲ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରେ ଦୈନିକ ଶତାଧିକ ହୃଦରୋଗ, ସ୍ନାୟୁ ରୋଗ, ଶିଶୁ ରୋଗ, ହାଡ ରୋଗ , ଆଖି କାନ ଓ ଜରୁରୀ କାଳୀନ ରୋଗୀଙ୍କୁ ଚିକିତ୍ସା କରି ଆସୁଛି। ଆଜି ଏହି ପ୍ରକାର ହସପିଟାଲ ନିଜର ସେବା ଓଡ଼ିଶାର ସୀମାନ୍ତ ଜିଲ୍ଲାର ଗାଁ ଗୁଡିକରେ ପହଞ୍ଚି ସଚେତନତା ଅଭାବରୁ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇ ଭଲ ଚିକିତ୍ସା ପାଇଁ ଅପେକ୍ଷା କରି ଥିବା ରୋଗୀ ମାନଙ୍କ ପାଖକୁ ପହଞ୍ଚି ଥିଲେ। ଆଜିର ଏହି ଚିକିତ୍ସା ସ୍ବାସ୍ଥ୍ୟ ମେଳାରେ ଗାଁ ଗୁଡିକରୁ ଆସିଥିବା ୯୮ ଜଣ ରୋଗୀଙ୍କ ମଧ୍ୟରୁ ଅଳ୍ପ କିଛି ରୋଗୀ ହୃଦରୋଗ ରୋଗରେ ପୀଡିତ ଥିବାରୁ ସେମାନଙ୍କୁ ଓଡ଼ିଶା ସରକାରଙ୍କ (ଆରବିଏସକେୱ) ରାଷ୍ଟ୍ରୀୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦେଇ ଚିକିତ୍ସା ଦେବା ପାଇଁ ପ୍ରତିଶୃତି ଦେଇଥିଲେ। ଆଜିର ଏହି ଚିକିତ୍ସା ସେବାରେ ଡା ସୁକୁମାର ହୃଦରୋଗ ବିଶେଷଜ୍ଞ,ଓ ମାର୍କେଟିଂ ଏକ୍ଜିକ୍ୟୁଟିଭି ଏସ କିରଣ କୁମାର ଓ ପି ମନମଧ ରାଓ ଉପସ୍ଥିତ ରହି ଥିଲେ। ଆମ ବନ୍ଧୁଗାଁ ବ୍ଲକକୁ ନିଜର ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଓମନୀ ଆର କେ ହସପିଟାଲ ଆସି ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା କରିବା ସହ ଅଧିକ ଚିକିତ୍ସା ଆବଶ୍ୟକ ଥିବା ରୋଗୀଙ୍କୁ ଭରସା ଦେଇଥିବାରୁ ଅନେକ ବୁଦ୍ଧିଯିବି ଓ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଜନଜାତି ସୁରକ୍ଷା ମଞ୍ଚ ର ବୈଠକ ଓ ପଞ୍ଚାୟତ କମିଟି ଗଠନ 

masiha

ଗୋଲାମୁଣ୍ଡା ବ୍ଲକ ପ୍ରାଙ୍ଗଣରେ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ 

masiha

ମଠକରଗୋଳ ମହାବିଦ୍ୟାଳୟ ରେ ଜାତୀୟ ଖେଳ ଦିବସ ପାଳିତ  

Sunil Chandra Nayak

Leave a Comment

error: Content is protected !!