ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ । ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତି ରେ ସାମିଲ ଥିବା ନେଇ ୧୯ଜଣ ସମିତି ସଭ୍ୟ ଓ ସରପଞ୍ଚ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଛନ୍ତି । ଏହିବ୍ଲକରେ ୧୧ଟି ପଞ୍ଚାୟତ ରହିଛି । ସମୁଦାୟ ୨୨ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟରୁ ୧୯ଜଣ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ପାଖରେ ଅନାସ୍ଥା ଆଗତ ପାଇଁ ଫେରାଦ ହୋଇଛନ୍ତି । ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ କୈଣସି ସରପଞ୍ଚ କିମ୍ବା ସମିତି ସଭ୍ୟ ଙ୍କ ମତାମତ କୁ ସମ୍ମାନ ଦେଉନାହାନ୍ତି । ତାଙ୍କର ଏକଚାଟିଆ କାରବାର ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଗତକାଲି ଉପଜିଲ୍ଲାପାଳ ଏହି ଅଭିଯୋଗ କୁ ଗୁରୁତର ସହ ବିଚାର କୁ ନିଆଯିବ ବୋଲି କହିଛନ୍ତି। ଏବେ ଏହି ଘଟଣା ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପଞ୍ଚଭୂତରେ ବିଲୀନ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ମୁଖାଗ୍ନି ଦେଲେ ପୁଅ ଵିଶାଳ

Sunil Chandra Nayak

ଚଳିତବର୍ଷ ବାସନ୍ତୀ ଦୁର୍ଗାପୂଜା ର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ରେ ପାଳନ ନେଇ ସାମ୍ବାଦିକ ସମ୍ମିଳନୀ

masiha

ଛେଣ୍ଡ୍ କଲୋନୀରେ ଭାରତୀୟ ସେନାର ସମ୍ମାନାର୍ଥେ ବିଜୟ ଶୋଭାଯାତ୍ରା

masiha

Leave a Comment

error: Content is protected !!