ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ । ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ ବିଭିନ୍ନ ଅନିୟମିତତା ଏବଂ ଦୁର୍ନୀତି ରେ ସାମିଲ ଥିବା ନେଇ ୧୯ଜଣ ସମିତି ସଭ୍ୟ ଓ ସରପଞ୍ଚ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଛନ୍ତି । ଏହିବ୍ଲକରେ ୧୧ଟି ପଞ୍ଚାୟତ ରହିଛି । ସମୁଦାୟ ୨୨ ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟରୁ ୧୯ଜଣ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ପାଖରେ ଅନାସ୍ଥା ଆଗତ ପାଇଁ ଫେରାଦ ହୋଇଛନ୍ତି । ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ କୈଣସି ସରପଞ୍ଚ କିମ୍ବା ସମିତି ସଭ୍ୟ ଙ୍କ ମତାମତ କୁ ସମ୍ମାନ ଦେଉନାହାନ୍ତି । ତାଙ୍କର ଏକଚାଟିଆ କାରବାର ଯୋଗୁଁ ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି। ଗତକାଲି ଉପଜିଲ୍ଲାପାଳ ଏହି ଅଭିଯୋଗ କୁ ଗୁରୁତର ସହ ବିଚାର କୁ ନିଆଯିବ ବୋଲି କହିଛନ୍ତି। ଏବେ ଏହି ଘଟଣା ଜିଲ୍ଲା ରେ ଚର୍ଚ୍ଚାର ବିଷୟ ହୋଇଛି। ଏ ସଂପର୍କରେ ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬

Sunil Chandra Nayak

ହମିରପୁର ଉନ୍ନୟନ ପରିଷଦ ର ମହାବିଷୁବ ସଂକ୍ରାନ୍ତି ଓ ସମ୍ବର୍ଦ୍ଧନା ସଭା

masiha

Leave a Comment

error: Content is protected !!