ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

 କାମାକ୍ଷାନଗର (ମନିସ )9/3/25 // କାମାକ୍ଷାନଗର ସହର ଅନ୍ତର୍ଗତ ଆଳତୁମା ଗ୍ରାମର ବହୁ ପୁରାତନ ଐତିହାସିକ ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିରରେ ଫଗୁ ଦଶମୀର ଶୁଭ ଅଵସରରେ ରବିବାର ସନ୍ଧ୍ୟାର ଦିତୀୟ ପ୍ରହରରେ ପ୍ରଭୁ ଦଧିବାମନଙ୍କ ମୂଖ୍ୟ ସେବାୟତ ଶ୍ରୀ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ଦ୍ଵାରା ଵିଧି ବିଧାନ ନିତୀ ନିୟମ ଅନୁଯାୟୀ ପ୍ରଭୁ ଦଧିବାମନ ପାଖରେ ପ୍ରଥମେ ଭିତିରି ଫଗୁ ଲାଗି ହୋଇଛି । 

ଫାଲଗୁନ ଶୁକ୍ଳ ଦଶମୀ ତିଥିକୁ କୁହଯାଏ ଫଗୁ ଦଶମୀ l ରବିବାର ପ୍ରଭୁ ଦଧିବାମନ ଙ୍କ ଦୋଳ ଯାତ୍ରା ହୋଲି ଉତ୍ସବ ଆରମ୍ଭ l ଶ୍ରୀ ଦୋଳ ଗୋବିନ୍ଦଙ୍କ ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭକୁ ଯାତ୍ରା ଏବଂ ଯଉଡାବ ଖେଳ l ପୂର୍ଣିମା ପର୍ଯ୍ୟନ୍ତ ଦୋଳ ଯାତ୍ରା ହୋଇଥାନ୍ତି l ଏହି ପର୍ବର ଏକ ସ୍ଵତନ୍ତ୍ରତା ରହିଛି l ସବୁବେଳେ ଭକ୍ତ ଯାଏ ମନ୍ଦିରକୁ ପ୍ରଭୁଙ୍କୁ ଦର୍ଶନ କରିବାକୁ କିନ୍ତୁ ଏଠାରେ ଦୋଳ ଗୋବିନ୍ଦ ନିଜେ ଭକ୍ତର ଦ୍ଵାରକୁ ଯାଇଥାନ୍ତି ଦ୍ଵାରୀ ଭୋଗ ଖାଇବା ପାଇଁ l ଦୋଳ ଯାତ୍ରାରେ ପ୍ରଭୁ ଦଧିବାମନଙ୍କ ଚାଚେରୀ ବେଶ ହୋଇଥାନ୍ତି ଓ ଦ୍ଵାରୀ ଭୋଗ ଖାଇଥାନ୍ତି l ପ୍ରଭୁ ଦଧିବାମନଙ୍କ ଦ୍ଵାଦଶ ଯାତ୍ରା ମଧ୍ୟରୁ ଦୋଳ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ ଓ ବତିଶି ବେଶ ମଧ୍ୟରୁ ଏହା ଏକ ସ୍ଵତନ୍ତ୍ର ବେଶ ଅଟେ l ଠାକୁର ନାଲି ବସ୍ତ୍ର ପରିଧାନ କରନ୍ତି ଓ ବିଭିନ୍ନ ପ୍ରକାର ପୁଷ୍ପ ରେ ମଣ୍ଡିତ ହୋଇଥାନ୍ତି l ଆଳତୁମା ଗ୍ରାମର ଆରାଧ୍ୟ ଦେବତା ଦଧିବାମନ ଠାକୁରଙ୍କର ଏହିଭଳି ସ୍ଵତନ୍ତ୍ର ନିତୀ କାଳ କାଳ ଧରି ହୋଇ ଆସୁଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

 

Related posts

ଜୁନାଗଡ଼ ରେ ପବିତ୍ର ଘୋଷ ଯାତ୍ରା ସମାରୋହରେ ପାଳିତ

Sunil Chandra Nayak

ଆସନ୍ତା ୨୧ ତାରିଖ ରୁ ନର୍ଲା ରେ ୨୪ ପ୍ରହର ନମଯଜ୍ଞ

masiha

ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ ଆୟୋଜନ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!