ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫଗୁଣରେ ବିଚିତ୍ର ସ୍ଥିତି,ରାତିରେ କାକର ଦିନରେ ତାତି 

ଫଗୁଣରେ ବିଚିତ୍ର ସ୍ଥିତି,ରାତିରେ କାକର ଦିନରେ ତାତି 

ଆସିକା ,୧୧/୩/୨୫ // ସମ୍ପ୍ରତି ଫଗୁଣ ମାସରେ ପାଣିପାଗ ରେ ଅସ୍ବାଭାବିକ ସ୍ଥିତି ଯୋଗୁଁ ଦିନରେ ଉତ୍ତାପ ବଢୁଥିବା ବେଳେ ରାତିରେ ଆକସ୍ମିକ ଭାବରେ ପାଣିପାଗ ଥଣ୍ତା ଅନୁଭୂତ ହେଉଛି। ଏଭଳି ସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥିଲା । ଗତ ଫେବୃଆରୀ ମାସରେ ଦିନରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହେଉଥିବା ବେଳେ ରାତିରେ ମଧ୍ୟ ଥଣ୍ଡା କମିଯାଇଥିଲା । କିନ୍ତୁ ଗତ ଚାରି ଦିନ ହେଲା ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ସାଙ୍ଗକୁ ଅନିୟମିତତା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦିନରେ ଉତ୍ତାପ ବଢିବା ଯୋଗୁଁ ରାସ୍ତା ଘାଟ ଶୂନଶାନ ରୁହୁଛି। ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟଳୟ କୁ ନିଜ ନିଜର କାମ ନେଇ ସକାଳୁ ସକାଳୁ ଆସି ଅପରାହ୍ନ ସମୟରେ ଫେରୁଛନ୍ତି । ଠିକ ସେହିପରି ରାତି ଆଠଟା ପରେ କାକର ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ରହୁଛି। ଏଣୁ ରାତିରେ ବାହାରକୁ ଗଲେ ଦେହ ଥରୁଛି । ଆଶ୍ଚର୍ଯ୍ୟର କଥା ଯେଉଁ ସମୟରେ ଥଣ୍ଡା ଅନୁଭୂତ ହେବା କଥା ସେ ସମୟରେ ତାତି ଓ ଯେଉଁ ସମୟରେ ଗରମ ଅନୁଭୂତ ହେବା କଥା ସେ ସମୟରେ ଥଣ୍ଡା ଅନୁଭୂତ ହେବା ଘଟଣା ଚକିତ କରିଛି । କାହିଁକି ତାପମାତ୍ରା ରେ ଏଭଳି ତାରତମ୍ୟ ସୃଷ୍ଟି ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କାହା ପାଇଁ ଆବାସ ଯୋଜନା ନିରୀହ ଗରୀବ ଭିନ୍ନକ୍ଷମ ଭୁଜବଳ ଆବାସ ଖଣ୍ଡିଏ ପାଇଁ ଜଗି ଜଗି ଶେଷରେ ଚାଲିଗଲା ଜୀବନ ,ଏବେ ଘରେ ବିଧବା ମା ,ସ୍ତ୍ରୀ ଓ ଚାରି ଛୁଆ ଅସହାୟ

masiha

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

masiha

ଦକ୍ଷିଣ-ପୁର୍ବ ରେଳ ମଣ୍ଡଳୀ କୋଲକାତାର ମୁଖ୍ୟ ସୁରକ୍ଷା ଅଧିକାରୀ ସନ୍ଦୀପ ସିଂହ ଏଵଂଚକ୍ରଧରପୁର ଅତିରିକ୍ତ ରେଳ ମଣ୍ଡଳ ଅମିତ କୁମାର ଙ୍କ ସହିତ ଟାଟାନଗରବାଦାମ ପାହାଡ଼ ରେଳ ରୂଟ ନିରୀକ୍ଷଣ

Sunil Chandra Nayak

Leave a Comment

error: Content is protected !!