ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫଗୁଣରେ ବିଚିତ୍ର ସ୍ଥିତି,ରାତିରେ କାକର ଦିନରେ ତାତି 

ଫଗୁଣରେ ବିଚିତ୍ର ସ୍ଥିତି,ରାତିରେ କାକର ଦିନରେ ତାତି 

ଆସିକା ,୧୧/୩/୨୫ // ସମ୍ପ୍ରତି ଫଗୁଣ ମାସରେ ପାଣିପାଗ ରେ ଅସ୍ବାଭାବିକ ସ୍ଥିତି ଯୋଗୁଁ ଦିନରେ ଉତ୍ତାପ ବଢୁଥିବା ବେଳେ ରାତିରେ ଆକସ୍ମିକ ଭାବରେ ପାଣିପାଗ ଥଣ୍ତା ଅନୁଭୂତ ହେଉଛି। ଏଭଳି ସ୍ଥିତି ଆଗରୁ କେବେ ଦେଖିବାକୁ ମିଳିନଥିଲା । ଗତ ଫେବୃଆରୀ ମାସରେ ଦିନରେ ପ୍ରଚଣ୍ଡ ରୌଦ୍ର ତାପ ଅନୁଭୂତ ହେଉଥିବା ବେଳେ ରାତିରେ ମଧ୍ୟ ଥଣ୍ଡା କମିଯାଇଥିଲା । କିନ୍ତୁ ଗତ ଚାରି ଦିନ ହେଲା ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ସାଙ୍ଗକୁ ଅନିୟମିତତା ଯୋଗୁଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦିନରେ ଉତ୍ତାପ ବଢିବା ଯୋଗୁଁ ରାସ୍ତା ଘାଟ ଶୂନଶାନ ରୁହୁଛି। ଲୋକେ ବିଭିନ୍ନ ସରକାରୀ କାର୍ଯ୍ୟଳୟ କୁ ନିଜ ନିଜର କାମ ନେଇ ସକାଳୁ ସକାଳୁ ଆସି ଅପରାହ୍ନ ସମୟରେ ଫେରୁଛନ୍ତି । ଠିକ ସେହିପରି ରାତି ଆଠଟା ପରେ କାକର ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ରହୁଛି। ଏଣୁ ରାତିରେ ବାହାରକୁ ଗଲେ ଦେହ ଥରୁଛି । ଆଶ୍ଚର୍ଯ୍ୟର କଥା ଯେଉଁ ସମୟରେ ଥଣ୍ଡା ଅନୁଭୂତ ହେବା କଥା ସେ ସମୟରେ ତାତି ଓ ଯେଉଁ ସମୟରେ ଗରମ ଅନୁଭୂତ ହେବା କଥା ସେ ସମୟରେ ଥଣ୍ଡା ଅନୁଭୂତ ହେବା ଘଟଣା ଚକିତ କରିଛି । କାହିଁକି ତାପମାତ୍ରା ରେ ଏଭଳି ତାରତମ୍ୟ ସୃଷ୍ଟି ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ “ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ”

masiha

ବନ୍ଧୁଗାଁ ବ୍ଲକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ୧୨ ଦଫା ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ 

Sunil Chandra Nayak

ନୂତନ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା ସହ ଗଣମାଧ୍ୟମକୁ ସୂଚନା ପ୍ରଦାନ

Sunil Chandra Nayak

Leave a Comment

error: Content is protected !!