ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ଅଞ୍ଚଳର ଲୋକଙ୍କ ବିକାଶ ପଥକୁ ଅନ୍ଯ ଅଞ୍ଚଳର ଲୋକେ କଣ୍ଟା ସାଜୁଛନ୍ତି: ବ୍ଳକ କଂଗ୍ରେସ

ଖଣି ଅଞ୍ଚଳର ଲୋକଙ୍କ ବିକାଶ ପଥକୁ ଅନ୍ଯ ଅଞ୍ଚଳର ଲୋକେ କଣ୍ଟା ସାଜୁଛନ୍ତି: ବ୍ଳକ କଂଗ୍ରେସ

ଥୁଆମୂଳ ରାମପୁର:୧୮/୦୯ – (ମନିସ):- ଖଣି ଅଞ୍ଚଳ କୁ ଅନ୍ଯ ଅଞ୍ଚଳର ଲୋକ ମାନେ ଅନୁପ୍ରବେଶ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କୁ ଉଷୁକେଇ ଖଣି ଖନନ କାର୍ଯ୍ଯକୁ ବିରୋଧ କରୁଥିବା ଘଟଣା କୁ ନେଇ ବ୍ଳକ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଏନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଜଳନ୍ଧର ନାଏକଙ୍କ ନେତୃତ୍ୱରେ ଆଜି ତଥା ତା ୧୮/୦୯/୨୦୨୩ ରିଖ ସୋମବାର ଦିନ ଏକ ପ୍ରେସମିଟ୍ ଆୟୋଜନ କରିଥିଲେ। ଏହି କାର୍ଯ୍ଯକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ସିଂ, ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ନାୟକ, ପୂର୍ବତନ ଜିଲ୍ଳାପରିଷଦ ସଭ୍ଯ ଶ୍ରୀ ମୂରଳୀଧର ନାଏକ, ପୂର୍ବତନ ସମିତି ସଭ୍ଯ ତଥା ଆଇନ ଜୀବି ଶ୍ରୀ ମନୋରଞ୍ଜନ ନାଏକ ପ୍ରମୁଖ ଯୋଗଦେଇ ଥିବା ବେଳେ ବ୍କକ କଂଗ୍ରେସ ପାଟିର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଆୟୋଜନ କାର୍ଯ୍ଯକ୍ରମ ରେ ଉପସ୍ଥିତ କର୍ମକର୍ତ୍ତା ମାନେ ନିଜନିଜ ବକ୍ତବ୍ୟରେ କହିଥଲେ ଯେ, ଖଣିଖାଦାନ ଅଞ୍ଚଳରେ ଅନ୍ଯ ଅଞ୍ଚଳର କିଛି ଖଳ ପ୍ରକୃତି ଲୋକ ଆସି ଖଣି ଅଞ୍ଚଳରେ ବସବାସ କରୁଥିବା ସରଳ ଆଦିବାସୀ ଙ୍କୁ ଉଷୁକେଇ ଖଣି ଉତ୍ତୋଳନ କାର୍ଯ୍ଯରେ ବାଧାସୃଷ୍ଟି କରିବା ଉଦ୍ଦେଶ୍ୟ ରେ ସେମାନଙ୍କୁ ନେଇ ପ୍ରବର୍ତ୍ତାଉଥିବା ଜଣାପଡିଛି। ଏହି ଘଟଣା କୁ ନେଇ ବ୍ଳକ କଂଗ୍ରେସ ତରଫରୁ ବିରୋଧ କରିବା ସହିତ ନିନ୍ଦା କରୁଅଛୁ, ତାଛଡା ଅନ୍ଯ ଅଞ୍ଚଳର ଖଳ ପ୍ରକୃତି ଲୋକଙ୍କୁ ଏହି ଅଞ୍ଚଳରେ ପ୍ରବେଶ କରିବା ପାଇଁ ବାରଣ କରାଯିବ। ଖଣି ଖାଦନାକୁ ଯଦି ସତ ବିନିଯୋଗ କରାଯାଏ ତେବେ ସେହି ଅଞ୍ଚଳର ବିକାଶ ହେବା ସୁନିଶ୍ଚିତ କିନ୍ତୁ ଅନ୍ଯ ଅଞ୍ଚଳର ନ୍ଯସ୍ତ ସ୍ବାର୍ଥ ବ୍ଯକ୍ତି ଏହି ଅଞ୍ଚଳ ମାନଙ୍କୁ ଆସି ଗରିବ ଆଦିବାସୀ ମାନଙ୍କୁ ଉଷୁକେଇ ଖଣି ଖନନକୁ ବିରୋଧ କରୁଛନ୍ତି ଏହାକୁ ଆମ୍ଭେ ନିହାତି ଭାବରେ ବିରୋଧ କରୁଅଛୁ ବୋଲି ଏହି କାର୍ଯ୍ଯକ୍ରମରେ ପ୍ରକାଶ କରିଥିଲେ। ଖଳ ପ୍ରକୃତି ଲୋକ କେବଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଇ ସେଠାରେ ବସବାସ କରୁଥିବା ଆଦିବାସୀ ଙ୍କ ସରଳତା ସୁଯୋଗ ନେଇ ସେମାନଙ୍କୁ ଏକଜୁଟ କରାଇ ଖଣି ଖନନ କାର୍ଯ୍ଯକୁ ବିରୋଧ କରୁଛନ୍ତି। ଖଣିଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ବିକାଶ କରିବା ପାଇଁ ସେମାନେ ଚାହୁଁ ନାହାଁନ୍ତି ତେଣୁ ଏହା ଏକ ନିନ୍ଦନୀୟ ବିଷୟ ବୋଲି କର୍ମକର୍ତ୍ତା ପ୍ରକାଶ କରିଥିଲେ। ଖଣି ଖନନରେ ପ୍ରଭାବିତ ଅଞ୍ଚଳ କୁ ବିକାଶ ଧାରାରେ ସାମିଲ କରାଯାଇ ଲୋକଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ଚେଷ୍ଟା କରାଯିବା ପାଇଁ ସରକାର ଚିନ୍ତା କରୁଥିବା ବେଳେ ଅନ୍ଯ ଅଞ୍ଚଳର ଲୋକ ଆସି ଲୋକଙ୍କୁ ଭ୍ରମିତ କରୁଛନ୍ତି। ସେମାନେ ଯଦି ଅଞ୍ଚଳକୁ ପୁଣି ଥରେ ଆସି ନିରୀହ ଲୋକଙ୍କୁ ବ୍ଯବହାର କରିବାକୁ ଚାହିଁବେ ତେବେ ଆମେ ଏହାକୁ ଦୃଢ ଭାବରେ ପ୍ରତିବାଦ କରାଯିବ ଯେମିତି କି ସେମାନେ ଆମ ଅଞ୍ଚଳକୁ ପ୍ରବେଶ କରିବା ପାଇଁ ସହାସ କରିପାରିବେ ନାହିଁ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବ୍ଲକ୍ ସ୍ତରୀୟ ୪୦ତମ ଶିଶୁମେଳା ଅନୁଷ୍ଠିତ

masiha

Government should take positive steps to make media fearless.

masiha

ବିନା ଲାଇନମ୍ୟାନରେ ପାଳନ ହେଲା ଲାଇନମ୍ୟାନ ଦିବସ ଟାଟା ପାୱାରର ଶୋଷଣର ଶିକାର ହେଉଛନ୍ତି ଲାଇନମ୍ୟାନ

masiha

Leave a Comment

error: Content is protected !!