ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଲନରାରେ ସିପିଆଇ(ଏମଏଲ) ଲିବରେସନ ପକ୍ଷରୁ ଚାରୁ ମଜୁମଦାରଙ୍କ ୫୪ତମ ଶହୀଦ ଦିବସ ପାଳିତ

କୋଲନରାରେ ସିପିଆଇ(ଏମଏଲ) ଲିବରେସନ ପକ୍ଷରୁ ଚାରୁ ମଜୁମଦାରଙ୍କ ୫୪ତମ ଶହୀଦ ଦିବସ ପାଳିତ

ରାୟଗଡ଼ା, କୋଲନରା, ୨୮ ଜୁଲାଇ: ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ରାୟଗଡ଼ା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ତଳ ଶିକାବାଡ଼ି ଗ୍ରାମରେ ମଙ୍ଗଳବାର ଚାରୁ ମଜୁମଦାରଙ୍କ ୫୪ତମ ଶହୀଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଆଦିବାସୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

ସଭାରେ ବକ୍ତାମାନେ ଚାରୁ ମଜୁମଦାରଙ୍କ ଜୀବନ, କୃଷକ ଆନ୍ଦୋଳନରେ ତାଙ୍କ ଭୂମିକା ଓ ନକ୍ସଲବାଡ଼ି ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଚାରୁ ମଜୁମଦାରଙ୍କ ଜନ୍ମ ୧୨ ମାର୍ଚ୍ଚ ୧୯୧୬ରେ ଦାର୍ଜିଲିଂ ଜିଲ୍ଲାର ସିଲିଗୁଡ଼ିରେ ହୋଇଥିବା ବେଳେ, ୨୮ ଜୁଲାଇ ୧୯୭୨ରେ କୋଲକାତାର ଲାଲବଜାର ପୁଲିସ ହେପାଜତରେ ତାଙ୍କର ମୃତ୍ୟୁ ଘଟିଥିବା କଥା ବକ୍ତାମାନେ ଉଲ୍ଲେଖ କରିଥିଲେ।

ଏହି ଅବସରରେ ସିପିଆଇ (ଏମଏଲ) ଲିବରେସନର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ କହିଥିଲେ ଯେ, ଆଦିବାସୀ ଅଞ୍ଚଳରେ ଜମି, ଜଳ ଓ ଜଙ୍ଗଲ ସମ୍ପର୍କିତ ସାମ୍ବିଧାନିକ ଅଧିକାରର ସୁରକ୍ଷା, ପେସା ଆଇନ ଓ ବନ ଅଧିକାର ଆଇନ-୨୦୦୬ର ସଠିକ୍ କାର୍ଯ୍ୟକାରିତା, ଏବଂ ଆଦିବାସୀଙ୍କ ଜମି ସୁରକ୍ଷା ଦାବିରେ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିବ। ସେ ସରକାରଙ୍କ ନୀତି ଓ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସମାଲୋଚନା କରି ଆଦିବାସୀଙ୍କ ଅଧିକାର ସୁରକ୍ଷା ପାଇଁ ବ୍ୟାପକ ଜନଆନ୍ଦୋଳନର ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଅନିରୁଦ୍ଧ ନିଶିକାଙ୍କ ସମେତ ସିମାଦ୍ରି ପାତିକା, ମୁରଲୀ ମୁଟୁକା, ବୁଡୁ ତୋଇକା, ତୁଳସୀ କୁମ୍ଭୁରିକା, ମୋହନ ପାତିକା, ଶିବ ହାରାକା, ସେଞ୍ଚିଆମା କଣ୍ଡାଗରି, ମୋହନ ନିଶିକା ଏବଂ ଗୁଣ୍ଡୁ ତୋଇକା ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହିଳା ମାନଙ୍କ ଗର୍ଭୋସବ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

ରାଇଘର ଅଞ୍ଚଳ ରେ ବଣୁଆ ହାତୀ ଆତଙ୍କ ଜଣେ ମୃତ

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ – ୨୦୨୪

masiha

Leave a Comment

error: Content is protected !!