ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ପକ୍ଷପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର।

ଓଡିଆ ପକ୍ଷପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର।

କାମାକ୍ଷାନଗର (ମନିସ )8/4/25 // କାମାକ୍ଷାନଗର ଓଡିଆ ପକ୍ଷ ପାଳନ ଅବସରରେ ଉପଖଣ୍ଡସ୍ତରିୟ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଗଡଯାତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାୟକ ଯୋଗଦେଇ ଫିତାକାଟି ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ସହକାରି ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବହୁ ଯୁବପିଢ଼ି ସ୍ବେଛାକୃତ ଭାବେ ଆସି ରକ୍ତ ଦେଉଥିବାର ଦେଖିବାକୁ ମିଳିଛି। ବିଶେଷକରି ଏହି ଖରାଦିନେ ରକ୍କଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଇଥାଏ। ତେଣୁ ଏହି ରକ୍ତଦାଦାନ ଶିବରରୁ ୬୭ ୟୁନିଟ ସଂଗୃହିତ ରକ୍ତ ରକ୍ତଭଣ୍ଡାରରେ ରୋଗିଙ୍କ ପାଇଁ ବେସ ସହାୟିକ ହେବ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

Sunil Chandra Nayak

ମ୍ୟାଲେରିଆ ନିରାକାରଣ ପାଇଁ ତାଲିମ୍ ଶିବିର ଅନୁଷ୍ଠିତ 

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

masiha

Leave a Comment

error: Content is protected !!