ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗର ଚଢାଉ ୨୪ କୁଇଣ୍ଟାଲ ମହୁଲ ଜବତ, ୨ ଗିରଫ 

ଅବକାରୀ ବିଭାଗର ଚଢାଉ ୨୪ କୁଇଣ୍ଟାଲ ମହୁଲ ଜବତ, ୨ ଗିରଫ 

ଡାବୁଗାଁ,୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ବୁଧବାର ସକାଳେ ଡାବୁଗାଁ ଅବକାରୀ ବିଭାଗ ଚଢାଉ କରି ୨୪ କୁଇଣ୍ଟାଲ ମହୁଲ ଜବତ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଘୋଡ଼ାଖୁଣ୍ଟା ଅଞ୍ଚଳରେ ଟ୍ରାକ୍ଟର ଏବଂ ପିକ-ଅପ ଗାଡିରେ ମହୁଲ ଯାଉଥିବା ସୂଚନାପାଇ ଅବକାରୀ ବିଭାଗ ଚଢାଉ କରିଥିଲା । ଟ୍ରାକ୍ଟର ରୁ ୧୨କୁଇଣ୍ଟାଲ ମହୁଲ ସହ ମେଞ୍ଜର ଗ୍ରାମର କର୍ଣ୍ଣ ଭତ୍ରା ଙ୍କୁ ଅଟକ ରଖିଥିଲେ ଓ ପିକ-ଅପ ଗାଡିରୁ ୧୦ କୁଇଣ୍ଟାଲ ମହୁଲ ସହ ଘୋଡ଼ାଖୁଣ୍ଟା ଗ୍ରାମର ବେଲାଳସେନ ଶବର କୁ ଅଟକ ରଖିଥିଲେ । ମୋଟ ୨୪ କୁଇଣ୍ଟାଲ ମହୁଲ ସହ ୨ ଟି ଗାଡି ଜବତ କରାଯାଇଛି । ଏନେଇ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୬/୨୦୨୫-୨୬ ଓ ୭/୨୦୨୫-୨୬ରେ ଦୁଇଟି ମାମଲା ରୁଜୁ କରି ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ନବରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରତାପ ଦାଶ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ଅବକାରୀ ଉପ ନିରିକ୍ଷକ ସମୀର କୁମାର ସ୍ଵାଇଁ ଙ୍କ ସମେତ ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ, ଗତୁଲ ନାୟକ, ବିବେକା ସାହୁ ଓ ସୁରେଖା ଭତ୍ରା ପ୍ରମୁଖ ଚଢାଉରେ ସାମିଲ ଥିଲେ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରଞ୍ଜୁ ଦଣ୍ଡସେନା ଙ୍କୁ ନ୍ୟାୟ ପାଇଁ ଉପ ଜିଲ୍ଲାପାଳ ଙ୍କୁ  କଲେଜ ଛାତ୍ରଛାତ୍ରୀ ଦେଲେ ଦାବୀପତ୍ର

ବିଷ ପଈ ମହିଳାଙ୍କ ଆତ୍ମହତ୍ୟା 

Sunil Chandra Nayak

ଗର୍ଜନ ପାଣି ଗ୍ରାମବାସୀଙ୍କୁ ସୁରକ୍ଷା ଦିଆଯିବ ବୋଲି ଆରକ୍ଷୀ ଅଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେଲେ

Sunil Chandra Nayak

Leave a Comment

error: Content is protected !!