ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର 

ଲୋକନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର 

କାମାକ୍ଷାନଗର (ମନିସ )9/4/25 //  କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ଲୋକନାଥପୁର ଠାରୁ ବିରାଶାଳ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାର ଉର୍ନତୀ କରଣ ସକାଶେ ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏ ଅଞ୍ଚଳରେ ଉର୍ନତୀ ସକାଶେ ସରକାର ନେଉଥିବା ବିଭିର୍ନ୍ନ ଅଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ l ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଯୋଗଦେଇ ବିରାଶାଳ ଥରେ ଥିବା ପାଇଲଟ ଟ୍ରେନିଂ କେନ୍ଦ୍ରରେ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ବଡିବାକୁ ଯାଉଥିବାରୁ ଏହି ରାସ୍ତାର ଗୁରୁତ୍ୱ ବଢିଛି l ତେଣୁ ଏହି ରାସ୍ତାର ଉର୍ନତି ପାଇଁ ସାଢେ ୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇ ଥିବାର ପ୍ରକାଶ କରିଛନ୍ତି l ଜିଲ୍ଲା ସଭାପତି ରାସବିହାରୀ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠି, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l ଆଖପାଖ ଅଞ୍ଚଳର ବହୁ ଗ୍ରାମବାସୀ ଙ୍କ ସହିତ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

masiha

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା 

Sunil Chandra Nayak

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ପ୍ରଥମ ସାଧାରଣ ବୈଠକ 

Leave a Comment

error: Content is protected !!