ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପଂଚାୟତିରାଜ ଦିବସ ଉପଲକ୍ଷେ କୃଷକ କର୍ମଶାଳା 

 ମ,ରାମପୁର,୨୯/୪(ମସୀହା) : ଭାରତରେ ପଞ୍ଚାୟତିରାଜ ଅନୁଷ୍ଠାନ ( ପି ଆର୍ ଆଇ) ସୃଷ୍ଟି କରିଥିବା ସମ୍ଭିଧାନିକ ସଂଶୋଧନ କୁ ପାଳନ କରିବା ପାଇଁ ୨୪ ଏପ୍ରିଲ ରେ ସାରା ଦେଶରେ ଜାତୀୟ ପଞ୍ଚାୟତିରାଜ ଦିବ ସ ପାଳନ କରାଯାଉଛି । .ସୁଇଚ ଅନ ଫାଉଂଡେସନ ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟ କୃଷି ବିଭାଗ,ଗ୍ରାମାଂଚଳ ଗୋଷ୍ଠୀ ସାମ୍ପ୍ରଦାୟ ଓ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବାଜଗତ ର ମିଳିତ ଉଦ୍ୟମରେ ସେବାଜଗତ ପ୍ରଶିକ୍ଷଣ କେନ୍ଦ୍ର ବୁରାଟ ଠାରେ ସୋଲାର ପମ୍ପ ହିତାଧିକାରୀ ଙ୍କ ସହିତ ସୋଲାର ପମ୍ପ ଗୁଡିକର ବ୍ୟବହାର ଓ ରକ୍ଷଣା ବେକ୍ଷଣ ଉପରେ ଉର୍ଜାମିତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l 

ଏହି ଅବସରେ ମୁଖ୍ୟ ଅତିଥି ଭାବରେ ମ.ରାମପୁର ବ୍ଲକ କୃଷିବିଭାଗ ର ବ୍ଲକ ଟେକ୍ନିକାଲ ମେନେଜର ଧର୍ମ ସିଂ , ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସେବାଜଗତ ର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମ.ରାମପୁର , କର୍ଲାମୁଣ୍ଡା ଓ ନର୍ଲା ବ୍ଲକ ରୁ ୩୫ ଜଣ ହିତାଧିକାରୀ ଉପସ୍ଥିତ ଥିଲେ l 

ଉକ୍ତ କାର୍ଯ୍ୟକ୍ରମରେ ତାଲିମଦାତା ଭାବରେ ସେଲକୋ ଫାଉଣ୍ଡେସନ ର ମନୋଜ କୁମାର ସିଂ ଓ ଗୋବିନ୍ଦ ପ୍ରଧାନୀ ଯୋଗାଦେଥିବା ବେଳେ ସୁଇଚ ଅନ ଫାଉଂଡେସନ ର ପ୍ରଦୀପ କୁମାର ଭୋଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଅଭିଯାନ ଅନୁଷ୍ଠାନର ରଜମହୋତ୍ସବ ମହାସମାରୋହରେ ପାଳିତ 

Sunil Chandra Nayak

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ବାର୍ତ୍ତା

masiha

କଳାହାଣ୍ଡି ଜିଲ୍ଲାରେ ରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତ୍ରୟ ମାସିକ ଟାସ୍କ ଫୋର୍ସ ବୈଠକ

Leave a Comment

error: Content is protected !!