ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର ଇଲେକ୍ଟ୍ରି ସବଷ୍ଟ୍ରକ୍ଚରରେ ପବିତ୍ର ବିଶ୍ବକର୍ମା ପୂଜା ମହାସମାରୋହରେ ଆୟୋଜିତ

ଥୁଆମୁଳ ରାମପୁର ଇଲେକ୍ଟ୍ରି ସବଷ୍ଟ୍ରକ୍ଚରରେ ପବିତ୍ର ବିଶ୍ବକର୍ମା ପୂଜା ମହାସମାରୋହରେ ଆୟୋଜିତ

ଥୁଆମୁଳ ରାମପୁର:୧୮/୦୯ – (ମନିସ):-ବିଶ୍ବକର୍ମା ପୂଜା ହେଉଛି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ, ଯାହା ବିଶେଷ କରି ଶିଳ୍ପାଞ୍ଚଳ,କାରଖାନା,ଏବଂ ବୈଷୟିକ କ୍ଷେତ୍ର ସହିତ ଜଡିତ ଲୋକଙ୍କ ଦ୍ବାରା ପାଳନ କରାଯାଏ। ଦେବଶିଳ୍ପୀ ଭଗବାନ ବିଶ୍ବକର୍ମାଙ୍କୁ ସୃଷ୍ଟି,ନିର୍ମାଣ ଏବଂ କଳା କୌଶଳର ଦେବତା ଭାବେ ପୂଜା କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ବିଭିନ୍ନ ସ୍ଥାନରେ ବିଶ୍ବକର୍ମା ପୂଜା ମହାସମାରୋହରେ ପାଳନ କରିଥିବା ବେଳେ ଥୁଆମୁଳ ରାମପୁର ସ୍ଥିତ ଇଲେକ୍ଟ୍ରି ସବଷ୍ଟ୍ରକ୍ଚରରେ ମଧ୍ୟ ମହାସମାରୋହରେ ପାଳନ କରାଯାଇଛି। ପୂଜାର ପ୍ରାରମ୍ଭରେ ସମସ୍ତ କର୍ମକର୍ତ୍ତା ଏକତ୍ରିତ ହୋଇ ନିକଟସ୍ଥ ପୋଖରୀ ଅଭିମୁଖେ ଯାଇ ସେଠାରେ ଗଙ୍ଗାଦେବୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି କଳସରେ ଜଳ ଉଠାଇ ଏକ ଶୋଭାଯାତ୍ରାରେ ବାହାରି ଇଲେକ୍ଟ୍ରି ସବଷ୍ଟ୍ରକ୍ଚର ଠାରେ ପହଞ୍ଚି ପୂର୍ଣ୍ଣ କଳସ ପୂଜାସ୍ଥାନରେ ସ୍ଥାପନ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହି ପୂଜାରେ ପୂଜାକ ଭାବେ ଆଲୋକ ରଞ୍ଜନ ମୁଣ୍ଡ ପୂଜାର୍ଚ୍ଚନା କରିଥିବା ବେଳେ ଭାନୁ ପ୍ରତାପ ମୁଣ୍ଡ କର୍ତ୍ତା ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ। ଇଞ୍ଜିନିୟର ଅନୀଲ କୁମାର ବାରିକ ଏବଂ ଇଞ୍ଜିନିୟର ସୁଭ୍ରଜିତ ଜେନାଙ୍କ ତତ୍ବାବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ଆୟୋଜିତ ହୋଇଥିଲା। ଏଥିରେ ବିଭାଗୀୟ କର୍ମଚାରୀ ସୁଧିର କୁମାର ନାୟକ, ନିହାର ରଞ୍ଜନ ପ୍ରଧାନୀ, ଉତ୍ତମ କୁମାର ସିଂ, ରମେଶ ପ୍ରଧାନୀ, ଅଖିଳ ଦଳପତି, ଉପେନ୍ଦ୍ର ନାଏକ, ବାବୁଲି ନାଏକ, ସୁଲକାନ୍ତ ନାଏକ, ଜଗଜୀବନ ନାଏକ, ରମେଶ ନାଏକ, ଭଗବାନ ଗଉଡ, କାନ୍ତ ଗଉଡ, ଜଗମୋହନ ଗଉଡ, ଜିତୁ ନାଏକ, ମହେଶ ଧଙ୍ଗଡା ମାଝୀ, ରାହୁଲ ନାଏକ, ସ୍ବପ୍ଳିଲ ପାଣିଗ୍ରାହୀ, ରୂପାସିଂ ମାଝୀ, ନିର୍ମଳ ପୁଝାରୀ, ଓ ପ୍ରହଲ୍ଲାଦ ଦୁର୍ଗା ପ୍ରମୁଖ ସହଯୋଗ କରିଥିଲେ। ଏହି ଉପଲକ୍ଷେ ଏକ ଅନ୍ନ ପ୍ରସାଦ ସେବନର ସୁବ୍ଯବସ୍ଥା ହୋଇଥିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜଳ ସୁରକ୍ଷା ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା

ବିଶ୍ୱ ପରିବେଶ ଦିବସ ପାଳନ

masiha

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!