ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କୁସୁମଯୋଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ,ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ , ୨- କାମାକ୍ଷାନଗର ସାଇ ବିହାର ପକ୍ଷରୁ ଶ୍ରୀ ସତ୍ୟ ସାଇ ପ୍ରେମ ପ୍ରବାହିନୀ ରଥ କୁ ଭବ୍ୟ ସ୍ୱାଗତ , ୩- ଅନ୍ଧାରରେ କପିଳାସ ପୀଠ,ବିନା ଆଲୁଅରେ ମହାପ୍ରଭୁଙ୍କ ନୀତିକାନ୍ତି , ୪- ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାତା ଦିବସରେ ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତଦାତାଙ୍କ ଅସନ୍ତୋଷ , ୫- ଖୋଲା କୂଅରୁ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର, ୬- ଭାପୁର ଛଦେଶ ଅଞ୍ଚଳରେ ବେଆଇନ ଚୋରା ଦେଶୀ ମଦ ଖୁଲମ ଖୁଲା ବିକ୍ରି ବନ୍ଦ ପାଇଁ ଜନସାଧାରଣଙ୍କ ଦାବୀ

କୁସୁମଯୋଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ,ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

କାମାକ୍ଷାନଗର- କୁସୁମଯୋଡ଼ି ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅଁଳାବେରାଣୀର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

୧୯୭୬ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ୨୦୨୬ ମସିହାରେ ଗୌରବମୟ ୫୦ ବର୍ଷ ପୂରଣ କରିଛି। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହର ବିଭିନ୍ନ ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ବୈଠକରେ ପରଜଙ୍ଗ ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଯୋଗଦେଇ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷା ପରିବେଶ ଓ ଆଗାମୀ ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।

ବିଦ୍ୟାଳୟର ସର୍ବାଙ୍ଗୀଣ ଉନ୍ନତି ଓ ଭିତ୍ତିଭୂମିର ବିକାଶ ଦିଗରେ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଐତିହାସିକ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଓ ଏକତା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ବୈଠକରେ ସଭାପତି ଭାବେ ରବିନାରାୟଣ ସାହୁ, ଉପସଭାପତି ଭାବେ ପ୍ରଭାତ କୁମାର ସାହୁ, ମହେଶ ଦେହୁରୀ ଓ ପର୍ଶୁରାମ ମହାଭୋଇ ଏବଂ କୋଷାଧ୍ୟକ୍ଷ ଭାବେ ବିକ୍ରମ ସାହୁଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।ପରିଶେଷରେ ବିଦ୍ୟାଳୟର ଉନ୍ନତି ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଫଳତା କାମନା କରି ବୈଠକର ସମାପ୍ତି ଘୋଷଣା କରାଯାଇଥିଲା।

କାମାକ୍ଷାନଗର ସାଇ ବିହାର ପକ୍ଷରୁ ଶ୍ରୀ ସତ୍ୟ ସାଇ ପ୍ରେମ ପ୍ରବାହିନୀ ରଥ କୁ ଭବ୍ୟ ସ୍ୱାଗତ 

କାମାକ୍ଷାନଗର – ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ପ୍ରଶାନ୍ତି ନି ଳୟମ ରୁ ଆରମ୍ଭ ହୋଇଥିବା ଶ୍ରୀ ସତ୍ୟ ସାଇ ପ୍ରେମ ପ୍ରବାହିନୀ ରଥ କୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ ପ୍ରତ୍ୟୁଷ ରୁ ନଗର ସଂକୀର୍ତ୍ତନ , ନାରାୟଣ ସେବା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ପରଜଙ୍ଗ ସମିତିରୁ ଆସିଥିବା ଉକ୍ତ ରଥରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ପାଦୁକା କୁ ରଥଉପରେ ପୂଜା ଅର୍ଚ୍ଚନା କରି ବିରାଟ ଶୋଭାଯାତ୍ରା ରେ ନଗର ପରିକ୍ରମା କରାଯାଇଥିଲା । ଜିଲ୍ଲା ସଭାପତି ସୁଧାକର ସାହୁଙ୍କ ଆବାହକତ୍ୱରେ ସାଇବିହର ଠାରେ ଭଜନ , ସତସଙ୍ଗ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ର ବିଭିନ୍ନ ସମିତି ଓ ଭଜନ ମଣ୍ଡଳୀ ରୁ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମ ଚଳିତ ନଭେମ୍ବର ୨୩ ତାରିଖ ବାବାଙ୍କ ଜନ୍ମ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ସମିତି ଆବାହକ ବିମଳ କୁମାର ପରିଡ଼ା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମିତିର ପୂର୍ବତନ ଆବାହକ ଗୋବିନ୍ଦ ଚନ୍ଦ୍ର ସାହୁ , ଆଦିତ୍ୟ ପ୍ରସାଦ କର , ହୃଷିକେଶ ମାହାପାତ୍ର , ପ୍ରତ୍ୟୁଷ କୁମାର ମିଶ୍ର , ନିରଞ୍ଜନ ସାହୁ , ସଂଯୋଜକ ଶୁଭ୍ରାଂଶୁ ନନ୍ଦ , ଆର୍ତ୍ତବନ୍ଧୁ ଦାସ , ଇନ୍ଦ୍ରଜିତ୍ ପଟ୍ଟନାୟକ , ସୁଶାନ୍ତ କୁମାର ନାଥ , ପ୍ରଶାନ୍ତ ବେହେରା , ପ୍ରକାଶ ଚନ୍ଦ୍ର ବେହେରା , ବିନୋଦିନୀ କର , ମାନସୀ ମହାନ୍ତି , ବାସନ୍ତୀ ମହାପାତ୍ର , ଅନୁପମା ମହାନ୍ତି ,ଗାୟତ୍ରୀ ନାଥ , ସସ୍ମିତା ଦାସ ଙ୍କ ସମେତ ସମସ୍ତ ଭାଇ ଭଉଣୀ ସହଯୋଗ କରିଥିଲେ ।

 ଅନ୍ଧାରରେ କପିଳାସ ପୀଠ,ବିନା ଆଲୁଅରେ ମହାପ୍ରଭୁଙ୍କ ନୀତିକାନ୍ତି

ଢେଙ୍କାନାଳ,- କପିଳାସରେ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଥିବା ବେଳେ କପିଳାସ ପୀଠ ଅନ୍ଧାରରେ, ମହାପ୍ରଭୁ ଚନ୍ଦ୍ରଶେଖରଙ୍କ ପୀଠରେ ପାର୍ବତୀ ମନ୍ଦିର ସମ୍ମୁଖରେ ଲାଇଟ୍ ଜଳୁନି,ଭକ୍ତମାନେ ଅନ୍ଧାରରେ ପୂଜା କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଛି,ହେଲେ ପୀଠରେ ନାହିଁ ଆଲୁଅ ବ୍ୟବସ୍ଥା! ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ତୁରନ୍ତ ଧ୍ୟାନ ଦେବାକୁ ଦାବି। ପୀଠର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବିଭାଗ କ’ଣ କରୁଛି?

ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାତା ଦିବସରେ ଢେଙ୍କାନାଳ ରକ୍ତ ଭଣ୍ଡାରରେ ରକ୍ତଦାତାଙ୍କ ଅସନ୍ତୋଷ 

ଢେଙ୍କାନାଳ – ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରରେ ରକ୍ତଦାତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଦିନକୁ ଦିନ ପ୍ରଚାର ପ୍ରସାର କରାଯାଉନି,ଫଳରେ ରକ୍ତଦାନ ସଂଖ୍ୟା କମିବାରେ ଲାଗିଛି। ରକ୍ତଦାତା ମାନେ କହିବା ଅନୁଯାୟୀ ୧ ଅକ୍ଟୋବର ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାତା ଦିବସ ବୋଲି ସେମାନେ ଜାଣି ନାହାନ୍ତି। ପ୍ରଚାର ପ୍ରସାର ନାହିଁ ବୋଲି ରକ୍ତଦାତା ନ ଆସିବାରୁ ଅସନ୍ତୋଷ ବଢିଛି। ଯେଉଁମାନେ ନିଃସ୍ୱାର୍ଥପର ଭାବେ ରକ୍ତ ଦେଇ ଜୀବନ ବଞ୍ଚାଉଛନ୍ତି,ସେମାନଙ୍କୁ ସରକାରୀ ସ୍ତରରେ ଉତ୍ସାହିତ କରିବା ବଦଳରେ ଅଣଦେଖା କରାଯାଉଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ରକ୍ତଦାତା ମହଲରେ ଦାବି ହେଉଛି।

ଖୋଲା କୂଅରୁ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ରେ ଏକ ଖୋଲା କୂଅରୁ ଜଣେ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ଚର୍ଚ୍ଚାର କାରଣ ପାଲଟିଛି।ଖବରରୁ ପ୍ରକାଶ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନଏସି ୱାର୍ଡ ନଂ ୧ ରାଧାନାଥପୁର ଗ୍ରାମର ବେଣୁଧର ନାଏକ ଙ୍କ ପୁତ୍ର ଜଗନ୍ନାଥ ନାଏକ (୨୮) ଗତକାଲି ରାତିରେ ସାହିର ଗଣେଶ ପୂଜା ଭସାଣୀରେ ସାମିଲ ହୋଇଥିବାବେଳେ ଭସାଣି ପରେପରେ କିଛି ଯୁବକ ନିକଟସ୍ଥ ରାଇମୁଣ୍ଡା ସାହିରେ ଛାଡ଼ି ଦେଇ ଆସିଥିଲେ। ସେଠାରେ ଜଗନ୍ନାଥ ଘରକୁ ନଯାଇ ନିକଟରେ ଥିବା ଏକ ଖୋଲା କୂଅ ଚାନ୍ଦିନୀ ଉପରେ ଶୋଇଥିବା କିଛି ଲୋକ କହୁଥିବାବେଳେ ସକାଳେ ଲୋକ ଦେଖିବାକୁ ପାଇଲେ ଜଗନ୍ନାଥ ନାଏକର ମୃତ୍ୟୁଦେହ ସେହି ଖୋଲା କୂଅରେ ଭାସୁଅଛି ।ଖବର ପାଇ ହିନ୍ଦୋଳ ପୋଲିସ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଶବ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ୍ ଏକ ଅପମୃତ୍ୟୁ ମାମଲା ନଂ ୧୭/୨୬ ରେ ରୁଜୁ କରିବାସହ ଅଧିକ ତଦନ୍ତ ଜାରି ରଖିଛି।ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଥିବାବେଳେ ଗରିବ ଶ୍ରେଣୀର ମୃତକ ଜଗନ୍ନାଥ ନାଏକଙ୍କ ଅସହାୟ ପରିବାରକୁ ଆବଶ୍ୟକ କ୍ଷତିପୂରଣ ଓ ସରକାରୀ ସହାୟତା ଯୋଗାଇଦେବାକୁ ହିନ୍ଦୋଳ ଜନସାଧାରଣ ଦାବି କରିଛନ୍ତି।

ଭାପୁର ଛଦେଶ ଅଞ୍ଚଳରେ ବେଆଇନ ଚୋରା ଦେଶୀ ମଦ ଖୁଲମ ଖୁଲା ବିକ୍ରି ବନ୍ଦ ପାଇଁ ଜନସାଧାରଣଙ୍କ ଦାବୀ

ଢେଙ୍କାନାଳ – ଭାପୁର ଛଦେଶ ଅଧୀନ ପାମାଳ ଠାରୁ କୋଟବେରେଣୀ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ବେଆଇନ ଦେଶୀ ମଦ ବିକ୍ରି ବଢିଚାଲିଥିବାରୁ ସ୍ଥାନୀୟ ମହିଳା,ପୁରୁଷ ଓ ଯୁବକମାନେ ବନ୍ଦ ପାଇଁ ଅଞ୍ଚଳର ଜନସାଧରଣଙ୍କ ଦାବୀ।ଭାପୁର,ମହୁଲପୁଞ୍ଜି(ହରିପୁର),ଅଉଖମା,କାକୁଡିଭାଗ,ରଥପଦା,କଳାଙ୍ଗ ସମେତ ବିଭିନ୍ନ ଗ୍ରାମରେ ଖୁଲମଖୁଲା ମଦ ବିକ୍ରି ଚାଲିଛି। ଲୋକଙ୍କ ଅଭିଯୋଗ : ମଦ ଯୋଗୁଁ ପରିବାରରେ ଅଶାନ୍ତି ଓ ପାରିବାରିକ ବିଶୃଙ୍ଖଳା ବଢୁଛି। ମଦ୍ୟପାନ କରି ଫେରି କିଛି ବ୍ୟକ୍ତି ମହିଳା ଓ ଶିଶୁଙ୍କୁ ନିର୍ଯାତନା ଦେଉଛନ୍ତି। ମଦ ଭାଟି ଆଖପାଖରେ ବାହାର ଲୋକଙ୍କ ଯାତାୟାତ ଯୋଗୁଁ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ଛଦେଶ ଢେଙ୍କାନାଳ ସଦର ବ୍ଲକର ୮ଟି ଓ ଓଡ଼ପଡ଼ା ବ୍ଲକର ୪ଟି,ମୋଟ ୧୨ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରେ ଶିକ୍ଷାନୁଷ୍ଠାନ,ପଞ୍ଚାୟତ କାର୍ଯ୍ୟାଳୟ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଧାର୍ମିକ ସ୍ଥାନ ରହିଥିବାରୁ ଏଭଳି ବେଆଇନ କାରବାର ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଅଞ୍ଚଳବାସୀଙ୍କ ଦାବି ହେଉଛି। ସୂଚନା ଥଉକି କିଛିଦିନ ତଳେ ଭାପୁର ଛକରେ ୭ ହାଜର ଲିଟର ବେଆଇନ ଚୋରା ଦେଶୀ ମଦ ଗାଡିକୁ ସ୍ଥାନୀୟ ଅଞ୍ଚଳରେ ଯୁବକମାନେ ଜବତ କରି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିଲେ। ଭାପୁର ଫାଣ୍ଡି ଅଧିକାରୀ ଓ ଢ଼େଙ୍କାନାଳ ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢାଉ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ,ନିୟମିତ ପାଟ୍ରୋଲିଂ ଓ ପ୍ରତି ଗାଁରେ ନିଶାମୁକ୍ତ ଅଭିଯାନ ଏବଂ ସଚେତନତା ଶିବିର ଆୟୋଜନ କରାଯାଉ ବୋଲି ସାଧାରଣରେ ଦାବି ହୋଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବାଲିଗୁଡାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

masiha

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

Sunil Chandra Nayak

Leave a Comment

error: Content is protected !!