ଢେଙ୍କାନାଳ ଜିଲ୍ଲା ଅବସର ପ୍ରାପ୍ତ ପୋଲିସ ଅଫିସରଙ୍କର ସାଧାରଣ ବୈଠକ
ଆଜି ତା 04.10.2026 ରିଖ ଦିନ ଏଗାରଟା ଠାରୁ ଏକଟା ପର୍ଯ୍ୟନ୍ତ ଶ୍ୟାମା ଚରଣପୁର ସେୟାର ଏନଜିଓ ଢେଙ୍କାନାଳ ଠାରେ ଢେଙ୍କାନାଳ ଜିଲ୍ଲା ର ଅବସର ପ୍ରାପ୍ତ ପୋଲିସ ଅଫିସର ମାନଙ୍କର ସଭା ଅନୁଷ୍ଠିତ ହୋଇ ଯାଇଛି. ଏହି ସଭାକୁ ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ ଅଧ୍ୟକ୍ଷ୍ୟତା କରିଥିଲେ. ସଭାରେ ତିରିଶ ଜଣ ସଭ୍ୟ ଯୋଗଦାନ କରିଥିଲେ. ସଭାର ପ୍ରାରମ୍ଭରେ ସଭାପତି ସ୍ୱାଗତ ଭାଷଣ ରେ ସବୁ ସଭ୍ୟ ମାନଙ୍କୁ ସମ୍ବୋଧନା ଦେଇ ଆଗକୁ ଅଧିକ ସଭ୍ୟ ମାନଙ୍କ ଉପସ୍ଥିତ କାମନା କରିଥିଲେ. ଆସନ୍ତା ସଭାରେ ଅଧିକ ଉପସ୍ଥାନ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ନୂତନ SP ଙ୍କୁ ଓ ରାଜ୍ୟ ସଙ୍ଘ ର କର୍ମକର୍ତ୍ତା ମାନଙ୍କୁ ନିମନ୍ତ୍ରଣ କରି ତାଙ୍କର ଉପଦେଶଗ୍ରହଣ କରିବା.ପ୍ରତ୍ୟେକ ସଭ୍ୟ ନିଜ ନିଜ ମନ୍ତବ୍ୟ ଦେଇ ସଙ୍ଘ ଉନ୍ନତି ପାଇଁ କାମ୍ୟ କରିଥିଲେ. ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର କାର୍ଯ୍ୟ କାରି ସଭାପତି ଓ ଶ୍ରୀ ଗୋବର୍ଦ୍ଧନ ସାହୁକାର୍ଯ୍ୟ କାରି ସଭାପତି , ଶ୍ରୀ ଇନ୍ଦ୍ରମଣି ବେହେରା ଉପଦେଷ୍ଟା ସଭାର ଉଦ୍ଦେଶ୍ୟ ଓ ଭବିଷ୍ୟତ ଓ କର୍ମ ପନ୍ଥା ଉପରେ ଆଲୋକପାତ କରିଥିଲେ. ଶ୍ରୀ ଅରୁଣ କୁମାର ପଣ୍ଡାଙ୍କୁ ଆଜି ସର୍ବ ସମ୍ମତି କ୍ରମେ ଯୁଗ୍ମ ସମ୍ପାଦକ ରୂପେ ମନୋନୀତ ହେଲେ. ଶ୍ରୀ ପଣ୍ଡା ତାଙ୍କ ସ୍ୱାଗତ ଭାଷଣରେ ସଙ୍ଘର ବିଧିବଦ୍ଧ ଉନ୍ନତି କାମନା କରିଥିଲେ ଓ ତାଙ୍କର ସର୍ବ ଶ୍ରେଷ୍ଠ ପ୍ରଚେଷ୍ଟା ରହିବ ବୋଲି ଉଲ୍ଲେଖ କରିଥିଲେ. ଶେଷରେ ସଭାପତି ଶ୍ରୀ ଅକ୍ଷୟ କୁମାର ସାହୁ ସମସ୍ତ ସଭ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ.।
ସଉଦା କିଣାବେଳେ ଗଣ୍ଡଗୋଳକୁ ନେଇ ଏସ୍ପିଙ୍କୁ ଅଭିଯୋଗ
ଢେଙ୍କାନାଳ, ୦୩/୧୦ : ହିନ୍ଦୋଳ ଥାନା ଅନ୍ତର୍ଗତ କଂସରା ସାହିର ଶରତ ପ୍ରଧାନ, ବୟସ- ୫୭ ବର୍ଷ, ପିତା- ପଂଚାନନ ପ୍ରଧାନ ଗତ ଜାନୁଆରୀ ମାସ ୧୧ ତାରିଖରେ ନିଜ ଗ୍ରାମର ଦୀନବନ୍ଧୁ ସାହୁଙ୍କ ଦୋକାନରୁ ସଉଦା ଆଣିବାକୁ ଯାଇଥିଲେ । ତାଙ୍କ ଦୋକାନରୁ ଶରତ ନିୟମିତ ସଉଦା ଆଣିଥାନ୍ତି । କେତେବେଳେ ସଉଦା ବାବଦକୁ ବାକି ରହିଯାଇଥାଏ, ପରେ ତାକୁ ପରିଷୋଧ କରିଥାନ୍ତି । କିନ୍ତୁ ସେହିଦିନ ସେ ଦୋକାନରେ ପହଁଚି ସଉଦା ମାଗିବାରୁ ଦୋକାନୀ ଦିନବନ୍ଧୁ ଶରତଙ୍କୁ ଗାଳିଗୁଲଜ କରି ଶଳା ପାଣ ଏତେ ରାତିରେ ସଉଦା ମାଗୁଛୁ ତେତେ ମୁଁ ଦେବିନାହିଁ I ପ୍ରତି ଉତରରେ ଲୋକଙ୍କ ସମ୍ମୁଖରେ କାହିଁକି ଗାଳିଗୁଲଜ କରୁଛୁ ବୋଲି କହିବାରୁ ଦୋକାନୀ ଦିନବନ୍ଧୁ, ତାଙ୍କ ପିତା ଧନେଶ୍ଵର ଓ ତାଙ୍କ ସ୍ତ୍ରୀ ତିଳୋତମା ସାହୁ ମିଳିତ ଭାବରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଦିନବନ୍ଧୁଙ୍କ ସ୍ତ୍ରୀ ତିଳୋତମା ଏକ ବାଉଁଶ ବାଡିରେ ଶରତଙ୍କୁ ମୁଣ୍ଡକୁ ବାଡେଇଥିଲେ । ପଳରେ ଶରତଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା । ଜୀବନ ବଂଚାଇ ଶରତ ନିଜ ଘରକୁ ଆସି ତୁରନ୍ତ ଆମ୍ବୁଲାନ୍ସ ଡକାଇ ହିନ୍ଦୋଳ ମେଡିକାଲ୍ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ଚିକିତ୍ସିତ ହୋଇ ହିନ୍ଦୋଳ ଥାନାରେ ଲିଖିତ ଏତଲା ଦେଇଥିଲେ । ହିନ୍ଦୋଳ ପୋଲିସ୍ ତାଙ୍କ ଗାଡିରେ ଶରତଙ୍କୁ ଆଣି ଘରେ ଛାଡିଥିଲେ । ପରେ ପଚାରି ବୁଝିବାରୁ ଶରତଙ୍କ ଏତଲା ପଞ୍ଜିକରଣ ହୋଇନାହିଁ । ଦିନବନ୍ଧୁ ସାହୁ ଜଣେ ପ୍ରତିଷ୍ଠିତ ବ୍ୟବସାୟ ହୋଇଥିବାରୁ ଏବଂ ଘର ପଛପାଖରେ ଗଞ୍ଜେଇ ବେପାର କରୁଛି, ସେଥିପାଇଁ ଅଧିକାରୀଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି । ତେଣୁ ଦିନବନ୍ଧୁ ସ୍ତ୍ରୀ ତିଳୋତମାଙ୍କ ଏତଲାକୁ ପଞ୍ଜିକରଣ କରି ଶରତଙ୍କ ନାମରେ କେଶ୍ ରୁଜୁ କରିଛନ୍ତି । ଶରତ ଜଣେ ଅନୁସୂଚିତ ଜାତିର ହୋଇଥୁବାରୁ ହିନ୍ଦୋଳ ଥାନା ଅଧିକାରୀ ଅବହେଳା କରୁଛନ୍ତି ବୋଲି ଶରତ ଲିଖିତ ଅବିଯୋଗ କରିଛନ୍ତି । ତେଣୁ ଏହି ଘଟଣାକୁ ତଦନ୍ତ କରି ଶରତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗ ପ୍ରଦାନ କରିଛନ୍ତି ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

