ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ
କଟକ : ୪୨ ମୌଜା ଶୀତଳ ନଗର ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ ଅନୁଷ୍ଠିତ ହୋଇ ଦଶମ ଶ୍ରେଣୀର ଉତ୍ତୀର୍ଣ୍ଣ ମେଧା ବିଦ୍ୟାର୍ଥୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରବୀର କିଶୋର ପରିଡ଼ା ମୁଖ୍ୟ ଅତିଥି,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଏବଂ ପୂର୍ବତନ ଛାତ୍ର ପ୍ରଭାତ ଦେବତା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । ଆଲୁମିନି କମିଟିର ସଭାପତି ଅଶୋକ ରାଉତ୍,ସନ୍ତୋଷ ବେହେରା,ହେମନ୍ତ ମହାପାତ୍ର,ମହେନ୍ଦ୍ର ମହାପାତ୍ର,ପ୍ରଭାତ ତ୍ରୀପାଠୀ,ପ୍ରସନ୍ନ ଭୋଇ,ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା ପୁରାତନ ଛାତ୍ର ପଦ୍ମନାଭ ଗୋଚ୍ଛାୟତ,ବିଦ୍ୟାଳୟର ସାଂସ୍କୃତିକ ପ୍ରମୁଖ କଣ୍ଠ ଶିଳ୍ପୀ ବିଷ୍ଣୁମୋହନ କବି ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଛାତ୍ର ରବୀନ୍ଦ୍ର ଦେବତା ସ୍ୱାଗତ ଭାଷଣ,ପର୍ଶୁରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ସହ ପୂର୍ବତନ ଛାତ୍ରୀ ତଥା ଶିକ୍ଷାବିତ୍ ସୁମିତା ଦେବତା ମଞ୍ଚ ପରିଚାଳନା କରିଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଶ୍ରେଷ୍ଠ ୧୫ ଜଣ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ସୁଧାକର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା । ପୁରାତନ ଛାତ୍ର କଳ୍ପନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ଓ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବର୍ଗ ସହଯୋଗ କରିଥିଲେ ।
ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍

