ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ

କୋକସରା,୩୧/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଅନେକ ପଂଚାୟତରେ ନିଅଣ୍ଟିଆ ବର୍ଷା କାରଣରୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଛି । କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ଅଣୁ ବିଭାଗ ଅଧୀନରେ ରହିଥିବା ବେହେରା ଡ୍ୟାମର ବିସ୍ତୃତ ଆଇକଟ ଅଞ୍ଚଳରେ ମାଟି ପୋତି ହେବା କାରଣରୁ ଡ୍ୟାମର ପରିଧି ପୋତି ହୋଇ ଜଳ ଧାରଣ କ୍ଷମତା ହ୍ରାସ ପାଇଛି । ଫଳରେ ଜଳସ୍ତର ସଙ୍କୁଚିତ ହେବାରେ ଲାଗିଛି। ବେହେରା ଡ୍ୟାମରୁ ଖରିଫ ଋତୁରେ ୨ ହଜାର ହେକ୍ଟର ଓ ରବି ଋତୁରେ ୫୦୦ ହେକ୍ଟର ଚାଷଜମିକୁ ଜଳସେଚନ ପାଇଁ ବ୍ୟବସ୍ଥା ରହିଛି । ତେବେ ବିଗତ କିଛିବର୍ଷ ହେବ ଡ୍ୟାମରୁ ବାହାରିଥିବା ଦୁଇ ପାର୍ଶ୍ୱର କେନାଲ ମରାମତି ଅଭାବରୁ ଅନେକ ସ୍ଥାନରେ ଶୋଚନୀୟ ହେବା ସାଙ୍ଗକୁ ଭାଙ୍ଗିବା ଫଳରେ ତଳମୁଣ୍ଡକୁ ଜଳସେଚନ ହେଉନଥିବା ନେଇ କର୍ଲାଗୁଡା, ବୋବରିଆ, ଟେମରା, ମାଝୀଗୁଡା, ବଡକେନ୍ଦୁଗୁଡା ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଥିଲେ। ଚାଷିଙ୍କ ଅଭିଯୋଗ ପରେ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନେଇ ବେହେରା ଡ୍ୟାମ ଓ କେନାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଧାୟକଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, କ୍ଷୁଦ୍ର ଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଅସିତ କୁମାର ଚକ୍ରବର୍ତ୍ତୀ, ସହକାରୀ ଯନ୍ତ୍ରୀ ବଣ୍ଟି ବାଗ, କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ଦାସ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର, ସ୍ଥାନୀୟ ଚାଷୀମାନେ ଉପସ୍ଥିତ ରହିଥିଲେ। ଏନେଇ କୋକସରା କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ଦାସଙ୍କ ପ୍ରତିକ୍ରିୟା ନେବାରୁ କ୍ଷୁଦ୍ର ଜଳସେଚନ ବେହେରା ଡ୍ୟାମର ପୁନରୁଦ୍ଧାର ଓ କେନାଲ ମରାମତି ପାଇଁ ୧ କୋଟି ୫୦ ଲକ୍ଷ ଅନୁଦାନ ଆସିଛି। ଆଗାମୀ ଦିନରେ ଡ୍ୟାମ ଓ କେନାଲ ମରାମତି କାର୍ଯ୍ୟ ସମ୍ପାଦନ ହେବ ଓ ବିଧାୟକ ସେ ନେଇ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ନେଇ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଶହୀଦ ଦିବସ ନେଇ ପ୍ରସ୍ତୁତି ବୈଠକ

masiha

ସଦର ବ୍ଲକ ଅନ୍ତର୍ଗତ ଚହ ଗାଁ ପଂଚାୟତ ର ଘଣ୍ଟବାହାଲି ଗ୍ରାମବାସି ମାନଙ୍କ ପାଇଁ ରାସ୍ତା ସାତସପନ !!

masiha

ବସୁଧା ଯୋଜନା କାମକୁ ନାହିଁ, ଚୁଆ ପାଣି ଭରସାରେ ଜନ ସାଧାରଣ

Sunil Chandra Nayak

Leave a Comment

error: Content is protected !!