ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିନାକ୍ଷୀ ଧର ଙ୍କ ଦ୍ଵିତୀୟ ପୂଣ୍ୟ ତିଥି ଶ୍ରାଦ୍ଧ ଉତ୍ସବ ପାଳିତ

ରାଉରକେଲା,/ ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ବିବିଧ ପ୍ରତିଭାର ଅଧିକାରିଣୀ ଉଦଘୋଷିକା, କଣ୍ଠଶିଳ୍ପୀ, ସୁସଙ୍ଗଠିକା ତଥା ସମାଜସେବୀ ସ୍ବର୍ଗତl ମିନାକ୍ଷୀ ଧର ଙ୍କ ଦ୍ୱିତୀୟ ପୁଣ୍ଯତିଥି ଶ୍ରଦ୍ଧାଞ୍ଜଳି ସଭl ସ୍ଥାନୀୟ ଭଞ୍ଜ ଭଵନ ପରିସରରେ ଥିବା ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ପୂର୍ବତନ ବରିଷ୍ଠ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଅଧ୍ୟକ୍ଷତl କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଆଜିର ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଆରସିସିଆଇ ର ଅଧକ୍ଷ ସୁବ୍ରତ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଶ୍ୟାମ ସୁନ୍ଦର ଧର ମୁଖ୍ୟ ଆଲୋଚକ ଭାବେ ମଂଚାସୀନ ଥିଲେ l 

ଅତିଥି ମାନେ ତାଙ୍କ ସ୍ମୃତି ଚାରଣ କରି କହିଲେ ଯେ,ବାସ୍ତବରେ ମିନାକ୍ଷୀ କେବଳ ରାଉରକେଲ ରେ ନୁହେଁ ବରଂ ସମଗ୍ର ଓଡ଼ିଶାର ଜନମାନସରେ ନିଜର ଏକ ଅନନ୍ୟ ପରିଚୟ ଓ ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିଯାଇଛନ୍ତି l ଏଭଳି ଜଣେ ବିରଳ ବ୍ୟକ୍ତିତ୍ଵ ର ଅଧିକାରିଣୀ ସ୍ୱର୍ଗତା ଧର ଆଜି ଆମ ଗହଣରେ ନାହାଁନ୍ତି ସତ ମାତ୍ର ଅଗଣିତ ଶୁଭେଚ୍ଛୁ ଗଣଙ୍କ ହୃଦୟ ରେ ତାଙ୍କର ପ୍ରତିଟି ମଧୁର ସ୍ମୃତି ଆଜିବି ଜୀବନ୍ତ ଓ ଅମଳିନ ହୋଇ ରହିଛି ଓ ଚିରଦିନ ପାଇଁ ରହିଥିବ ମଧ୍ୟ।

   ଉକ୍ତ ଅବିସ୍ମରଣୀୟ ଆବେଗ ଭରା ମୁହୂର୍ତ୍ତ ରେ ସହରର ବହୁ ମାନ୍ୟଗଣ୍ୟ ଵ୍ଯକ୍ତି ବିଶେଷ ଉପସ୍ଥିତ ରହି ତାଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ l ଶିକ୍ଷାବିତ୍ ଡ଼ କିଶୋରୀ ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଫାଉଣ୍ଡେସନ ର ପ୍ରତିଷ୍ଠାତା ତଥା ଆବାହକ ନଳିନୀ କାନ୍ତ ଧର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଫାଉଣ୍ଡେସନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କ ରେ ସୂଚନା ଦେଇଥିଲେ l

   ସ୍ୱର୍ଗତା ଧର ଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯlଇଥିଲା l ଏହି ଅବସରରେ ପଶ୍ଚିମ ଓଡ଼ିଶାର ଲୋକ କଳା – ସଂସ୍କୃତି ଶୀର୍ଷକ ଉପରେ ମୁଖ୍ୟ ଆଲୋଚକ ଡ଼ ଧର ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଲୋକ କଳା ଓ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଥିଲେ l ସ୍ୱର୍ଗୀୟା ଧର ଙ୍କ ସ୍ମୃତି ରେ ଓଡ଼ିଶା ର ବିଶିଷ୍ଟ କବି ଓ ସାହିତ୍ୟିକ ରାଜୀବ ପାଣି ଙ୍କୁ ସାହିତ୍ୟ ସମ୍ନାନ, ସମାଜସେବୀ ସଞ୍ଜିବ ମହାନ୍ତି ଙ୍କୁ ସମାଜ ସେବୀ ସମ୍ମାନ ତଥା ଉଦୀୟମାନ ଉଦଘୋଷିକା ସୁଶ୍ରୀ ମୋନାଲିସା ସାହୁଙ୍କୁ ଉଦଘୋଷିକା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁପରିଚିତ କଣ୍ଠଶିଳ୍ପୀ ଡ଼ ସୁଶାନ୍ତ ପାଣି ମିନାକ୍ଷୀ ଙ୍କ ସ୍ମୃତି ରେ ଏକ ଆବାହନୀ ସଂଗୀତ ପରିବେଷଣ କରିଥିଲେ l ପ୍ରାରମ୍ଭ ରେ ଅତିଥି ଙ୍କ ଦ୍ୱାର ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା l ଜ୍ୟୋତିର୍ମୟ ଆଚାର୍ଯ୍ୟ ଶ୍ଳୋକ ପାଠ କରିଥିଲେ lଏଥି ସହ ଅନ୍ୟତମ କଣ୍ଠଶିଳ୍ପୀ ସ୍ମିତା ମିଶ୍ର ଓ ଝୁନୁ ନାୟକ ହୃଦୟସ୍ପର୍ଶୀ ସଙ୍ଗୀତ ଦିବଂଗତ ଅମର ଆତ୍ମା ଙ୍କ ସଦଗତି ନିମନ୍ତେ ସମର୍ପିତ କରିଥିଲେ l ବରିଷ୍ଠ ଶିକ୍ଷୟିତ୍ରୀ ସାହିତିକା ନିରୂପମା ପତି ମଞ୍ଚ ସଞ୍ଚାଳନ କରିଥିଲେ।

କାର୍ଯ୍ୟକ୍ରମ ରେ ବିଶିଷ୍ଟ ସୁ ସାହିତ୍ଯିକା ଅଙ୍ଗୁରବାଳା ପରିଡ଼ା, ରାଷ୍ଟ୍ରପତି ପଦକ ପ୍ରାପ୍ତ ବରିଷ୍ଠ ଶିକ୍ଷକ ବ୍ରଜେନ୍ଦ୍ର ଦାଶ, ଲିନା ତ୍ରିପାଠୀ ମାନପତ୍ର ମାନ ପାଠ କରିଥିଲେ l

ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, ଆଦର୍ଶ ପାଠାଗାର ର ସଭାପତି ଚନ୍ଦ୍ର ଶେଖର ଶତପଥି, ଅବସରପ୍ରାପ୍ତ ଡିଏଫଓ ଭଗବାନ ପତି,ଡ଼ କୃପାସିନ୍ଧୁ ନାୟକ ତଥା ଅନ୍ୟ ବୁଦ୍ଧିଜୀବୀମାନେ ସ୍ୱର୍ଗୀୟା ଧର ଙ୍କ ବଳିଷ୍ଠ ବ୍ୟକ୍ତିତ୍ବ ବିଷୟରେ ନିଜ ହୃଦୟ ର ଅଭିବ୍ୟକ୍ତ ବଖାଣି ଥିଲେ। ପ୍ରାକ୍ତନ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଙ୍କ ବାର୍ତା କୁ ଶିଲି ମହାନ୍ତି ପାଠ କରିଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଅଶୋକ ପଟ୍ଟନାୟକ କୃତୀ ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ 

ଆୟୋଜିତ କାର୍ଯ୍ୟକ୍ରମ ରେ ଶୈଳେନ୍ଦ୍ର ମହାନ୍ତି, କୁମାର ବେହେରା, ଅଭୟ କୁମାର ଦାସ, ଜଗନ୍ନାଥ ରାଉତ, ହୀରାଲାଲ ମହାପାତ୍ର, ସୂର୍ଯ୍ୟ ନାରାୟଣ ପାଢ଼ୀ, ରାଧାକାନ୍ତ ମିଶ୍ର, ଡ଼ ଶଙ୍କର ପ୍ରସାଦ ତ୍ରିପାଠୀ, ବିଭୁତି ଭୂଷଣ ଦାସ, ପୀତବାସ ପ୍ରଧାନ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପଦ୍ମିନୀ ପାଣିଗ୍ରାହୀ,ଶ୍ରୀକାନ୍ତ ଷଡ଼ଙ୍ଗୀ, କଳ୍ପନା ଶତପଥୀ, ପିଙ୍କି ମହାନ୍ତି, ମମତା ନାୟକ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ , ଡ଼ ନଗେନ ଦାସ, ଅକ୍ଷୟ ସାମଲ, ବିବେକାନନ୍ଦ ଦାସ, ସନ୍ତୋଷ ରଥ, ପରଭେଜ ଅରୋରା, ପୁର୍ଣଚନ୍ଦ୍ର ବେହେରା, ଆଲୋକ ଜେନା, ରାଜ କୁମାର ପଣ୍ଡା, ଗରିମା ପରିବାର ର ସଦସ୍ୟା ଗଣ ଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଶେଷରେ ଶଙ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପରଲୋକଗତ ହେଲେ ରାଜଗାଙ୍ଗପୁର କଂଗ୍ରେସର ବରିଷ୍ଠ ନେତା

Sunil Chandra Nayak

କଳାହାଣ୍ଡି :କଲମପୁର ବ୍ଲକ ନୂଆଗାଁ ଠାରେ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଦକ୍ଷିଣ ପୂର୍ବ ରେଳଜୋନ ର ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ମନୋନୀତ

Sunil Chandra Nayak

Leave a Comment

error: Content is protected !!