ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ନୂଆପଡା (ଜାନ) ର ନୂତନ କର୍ମକର୍ତ୍ତା ଚୟନ

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ନୂଆପଡା (ଜାନ) ର ନୂତନ କର୍ମକର୍ତ୍ତା ଚୟନ

  ନୂଆପଡା ଜିଲ୍ଲା କୋମନା ବ୍ଳକ ସଲାଙ୍ଗୀ ପଡ଼ା ଗାଁଁ କୋଶଲି କଂସ ମଧୁସୂଦନ ପାଣିଗ୍ରାହୀ ଙ୍କ ଫାର୍ମ ହାଉସ ଠାରେ ଜିଲ୍ଲା ସର୍ବପୁରାତନ କର୍ତ୍ତବ୍ୟରତ ସାମ୍ବାଦିକ ସଂଘ *ଜ୍ୱର୍ଣ୍ଣାଲିଷ୍ଟ ଏସୋସିଏ ଅଫ ନୂଆପଡା (ଜାନ )* ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ ସମ୍ୟକ ସୂଚନା ସହ ବିବରଣୀ ପଠନ ପରେ ଜାନ ର ସଭାପତି ଘନଶ୍ୟାମ ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ଏସୟୁଜେ ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ, ବଲାଙ୍ଗୀର ଜିଲ୍ଲା ସଂଯୋଜକ ବାଳକୃଷ୍ଣ ଷଡ଼ଙ୍ଗୀ, ବିଶିଷ୍ଟ ଶିକ୍ଷାବିତ ଇନ୍ଦ୍ରକୁମାର ପାଣିଗ୍ରାହୀ, ପ୍ରମୁଖ ଯୋଗେ ଜାନ ର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଜାନ ର ସମସ୍ତ ସଦସ୍ୟ ସଂଗଠିତ ହୋଉ ସଂଘ କୁ ମଜବୁତ କରିବା ସହ ଜିଲ୍ଲା ର ଦାଦନ ସମସ୍ୟାର ସମାଧାନ ସହ ସ୍ଵାସ୍ତ୍ୟ ସମସ୍ୟା, ଆଦି ସମସ୍ୟା ର ସମଧାନ ଦିଗରେ ଖବର ପ୍ରସାରଣ ଲୋକଲୋଚନ କୁ ଆଣି ଜିଲ୍ଲାକୁ ବିକାଶଧାରା ରେ ଆଗେଇ ନେବା ସେଥିପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିଲା ! ପରେ ସଂଘ ର ନୂତନ କର୍ମକର୍ତା ମନୋନୟନ କରାଯାଇଥିଲା ! ପୁଣି ଥରେ ସଭାପତି ଭାବେ ଘନଶ୍ୟାମ ଭୋଇ ଙ୍କୁ ମନୋନୀତ କରଯାଇଥିବା ବେଳେ ଉପସଭାପତି ଭାବେ ଆଦିତ୍ୟ କୁମାର ମହାଉତି ସାଧାରଣ ସମ୍ପାଦକ ଭାବେ ରତନ କେତକୀ,ଯୁଗ୍ମ ସମ୍ପାଦକ ଭାବେ ସନ୍ତୋଷ କୁମାର ବାଗ,କୋଷାଧ୍ୟକ୍ଷ ଭାବେ ରାକେଶ ଶର୍ମାକାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ବିମଳ ସିଂ ଦଳପତି,ସରୋଜ କୁମାର ଦାସ,ବଂଶୀଧର ନାଗ,ମନଫୁଲ ମେହେର,ତାଲେସ୍ୱର ଦେବାଙ୍ଗନ,ଉପଦେଷ୍ଟାକମିଟି ର ସଦସ୍ୟ ଭାବେ ମାୟାଧର ସରାଫ,ସୁଶାନ୍ତ କୁମାର ପାଣିଗ୍ରାହୀ,ରାଜ୍ୟ ପ୍ରତିନିଧି ଭାବେ ଯୁଗେଶ୍ୱର୍ ସଗରିଆ,କେନ୍ଦ୍ର ପ୍ରତିନିଧି ଭାବେ ସଞ୍ଜୀବ କୁମାର ପାଣିଗ୍ରାହୀ,ରାଜ୍ୟ ସମ୍ପାଦକ – କୁନୁ କରୁଆଏବଂ ସଂଯୋଜକ – ଶ୍ରୀଅଶ୍ଵିନୀ କୁମାର ପାଣିଗ୍ରାହୀ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ! ଶେଷ ରେ ନୂତନ ମନୋନୀତ କର୍ମକର୍ତା କୁ ଶପଥ ପାଠ କରାଇବା ପରେ ସମ୍ପାଦକ ରତନ କେତକୀ ଧନ୍ୟବାଦ ଅର୍ପଣ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚରାମୁଳା କୃଷି କ୍ଷେତ୍ରରେ ଆନ୍ଧ୍ର କୃଷି ଶ୍ରମିକ 

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ବା ସିକିଲ୍‌ ସେଲ୍‌ ଦିବସ ପାଳନ

masiha

ସାମ୍ବାଦିକ ମାନଙ୍କ ମିଳିତ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!