ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦର ମୋହନ ଛତ୍ରିଆଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ 

ସୁନ୍ଦର ମୋହନ ଛତ୍ରିଆଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ 

ଜୁନାଗଡ଼,୧୮/୧୧(ମନୀ ସ)ଜୁନାଗଡ ବ୍ଲକ ଚିଲିଗୁଡା ଗାଁର ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯିବ। ‘ମସୀହା’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ଶ୍ରୀ ଛତ୍ରିଆ ବର୍ତ୍ତମାନ ‘ସମ୍ବାଦ’ ଖବରକାଗଜର ଜୁନାଗଡ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ। ଦୀର୍ଘ ୨୬ ବର୍ଷର ସାମ୍ବାଦିକତା ଜୀବନ ମଧ୍ୟରେ ସେ ସାଧାରଣ ଜନତାଙ୍କ ସ୍ବର ଓ ସମସ୍ୟାକୁ ପ୍ରଶାସନ ଏବଂ ସରକାରଙ୍କ ପାଖରେ ପ୍ରଭାବି ଢଙ୍ଗରେ ଉପସ୍ଥାପନ କରି ଆସୁଛନ୍ତି। ସମ୍ବାଦ ପ୍ରତିନିଧି ଭାବେ ରକ୍ତଦାନ ଶିବିର, ନିଶା ନିବାରଣ ବ୍ରତ, ବୃକ୍ଷରୋପଣ, ପୁନଶ୍ଚ ପୃଥିବୀ, ସମ୍ବାଦ ସାହିତ୍ୟ ଘର ପ୍ରଭୃତି କାର୍ଯ୍ୟକ୍ରମମାନ କରି ଆସୁଛନ୍ତି। ଜଣେ ଉତ୍ତମ ସଂଗଠକ ଭାବେ ପରିଚିତ ଶ୍ରୀ ଛତ୍ରିଆ ବିଭିନ୍ନ ସଂଗଠନ ସହ ଜଡ଼ିତ ହୋଇ ସମାଜସେବାକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରିଛନ୍ତି। ନଭେମ୍ୱର ୨୨ରୁ ୨୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅନୁଷ୍ଠିତ ହେବ। ଏନେଇ ଆୟୋଜିତ ଗୋସିଙ୍ଗ ଦୈତ୍ୟ ଦରବାରରେ ଶ୍ରୀ ଛତ୍ରିଆଙ୍କୁ ସମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ରକ୍ତଦାନ ଶିଵିର ପାଇଁ ପ୍ରସ୍ତୁତି : ସେପ୍ଟେମ୍ବର ୩ ରେ ରକ୍ତ ଦାନ 

Sunil Chandra Nayak

ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

masiha

Leave a Comment

error: Content is protected !!