ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପନୀ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ଏହି ଉତ୍ସବ ରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ନାରାୟଣ ପାଢ଼ୀଙ୍କ ସଭାପତିତ୍ତ୍ଵରେ ମୁଖ୍ୟ ଅତିଥି ଭାରେ ଉକ୍ତ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରାଧାମୋହନ ମୁଣ୍ଡ, ମୁଖ୍ୟ ବକ୍ତା ଭାବରେ ଆଇନଯିବି ତଥା ବରିଷ୍ଠ କ୍ରୀଡ଼ାବିତ ରାଜେନ୍ଦ୍ର ମୁନି ଓ ସମ୍ମାନିତ ଅତିଥି ଭାବରେ ଏନ ଏ ସି ଉପାଧ୍ୟକ୍ଷା ମନୀଷା ମିଶ୍ର, ଆର ଏମ ସି ଉପାଧ୍ୟକ୍ଷ ବିବେକ ରଞ୍ଜନ ମିଶ୍ର ଓ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଅଭିମନ୍ୟୁ ମୁଣ୍ଡ ମଞ୍ଚାସିନ ଥିଲେ l କାର୍ଯ୍ୟକ୍ରମ ଟିକୁ ଶିକ୍ଷୟିତ୍ରୀ ଅଞ୍ଜଳୀ ସାହୁ ପରିଚାଳନା କରିଥିବାବେଳେ ବରିଷ୍ଠ ହିନ୍ଦୀ ଶିକ୍ଷକ ରମେଶ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କୃତି ଛାତ୍ର ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l ଖେଳ ଚମ୍ପିୟାନ ପୁରସ୍କାର ବାଳକ ବିଭାଗରେ ଦଶମ ଶ୍ରେଣୀ ଛାତ୍ର ବ୍ରଜମୋହନ ତାଣ୍ଡି,ବାଳିକା ବିଭାଗରେ ଦଶମ ଶ୍ରେଣୀ ଛାତ୍ରୀ ଭାବନା ଶବର ଓ ଷ୍ଟୁଡେଣ୍ଟ୍ ଅଫ ଦି ଇୟର ଭାବରେ ଦଶମ ଶ୍ରେଣୀ ଛାତ୍ରୀ ଚମ୍ପା ମାଝୀ ପୁରସ୍କୃତ ହୋଇଥିଲେ l ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି କାର୍ଯ୍ୟକ୍ରମରେ ସି,ଆର ସି ସି ଟିକେଶ୍ୱର ନାଏକ, ବରିଷ୍ଠ ଶିକ୍ଷକ ଦିନେଶ କୁମାର ନାଏକ, ଗଦାଧର ବାରିକ, ରାଜେନ୍ଦ୍ର ଆଚାର୍ଯ୍ୟ, ଶିବଶଙ୍କର ମିଶ୍ର, ଟି କିରଣ କୁମାର, ମୁକେଶ ଛତ୍ରିଆ, ଏନ ଯଜ୍ଞ ପତି, ଧନ୍ଦା ମୂଳକ ଶିକ୍ଷକ ଅଜିତ ସାହୁ, ସଦାନନ୍ଦ ସତନାମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସମସ୍ତେ ଛାତ୍ରୀ ଛାତ୍ରୀ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭାରତ ବନ୍ଦ ପାଇଁ ଏସଟି ଏସସି ସଙ୍ଘର ପ୍ରସ୍ତୁତି ବୈଠକ 

masiha

ଆଜି ଯୀଶୁଙ୍କ ପୁନରୁଥାନ ଦିବସ ପାଳନ କଲେ ଚର୍ଚ୍ଚରେ କ୍ରିଷ୍ଟ ଧର୍ମବଲମ୍ବି 

masiha

ନିର୍ବାଚନ ପୂର୍ବରୁ କୋକସରା ଓ ଆମପାଣି ପୋଲିସ ପକ୍ଷରୁ ଯାଞ୍ଚ କଡାକଡି

masiha

Leave a Comment

error: Content is protected !!