ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକ୍‌ରେ ସ୍ବାସ୍ଥ୍ୟ କର୍ମଶାଳା ଆୟୋଜିତ

ଉତ୍କଳ ଆଲୁମିନା ପକ୍ଷରୁ କାଶୀପୁର ବ୍ଲକ୍‌ରେ ସ୍ବାସ୍ଥ୍ୟ କର୍ମଶାଳା ଆୟୋଜିତ 

ଟିକିରି/ ରାୟଗଡା : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ପକ୍ଷରୁ ଅଗଷ୍ଟ ୧୪ ତାରିଖରେ କାଶୀପୁର ବ୍ଲକ୍ ଅଫିସଠାରେ ଏକ ପୂର୍ଣାଙ୍ଗ ବ୍ଲକସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଯେଉଁଥିରେ ଡାଇରିଆ ଏବଂ ସିକଲ ସେଲ୍ ଆନେମିଆ ସମେତ ଜଟିଳ ସ୍ଵାସ୍ଥ୍ୟ  ସମସ୍ୟା  ଗୁଡିକ  ଉପରେ ଦୃଷ୍ଟି ନିବଦ୍ଧ କରାଯାଇଥିଲା। ଏହି  କାର୍ଯ୍ୟକ୍ରମ ବ୍ୟାପକ ଦୃଷ୍ଟି ଆକର୍ଷଣ କରିବା ସହିତ ଏଥୁରେ ବିପୁଳ ସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ଏହି କ୍ଷେତ୍ରର  ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଏବଂ ବିଶେଷଜ୍ଞମାନେ ଉପସ୍ଥିତ  ଥିଲେ।

କର୍ମଶାଳାରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ତାଙ୍କ ସହିତ ଶିଶୁ ବିକାଶ ପ୍ରକଳ୍ପ ଅଧୂକାରୀ ( ସିଡିପିଓ) ଏବଂ କାଶୀପୁରର ବ୍ଲକ କାର୍ଯ୍ୟକ୍ରମ ମ୍ୟାନେଜର (ବିପିଏମ୍) ପ୍ରମୁଖ ବିଶିଷ୍ଟ ଅତିଥ୍ ଭାବରେ ଉପସ୍ଥିତ ଥିଲେ। ମୁଖ୍ୟ ସାଧନ ବ୍ୟକ୍ତି ଭାବରେ ଯୋଗ ଦେଇ ସମୁଦାୟ କର୍ମଶାଳା ଅବସରରେ ମୂଲ୍ୟବାନ ଅନ୍ତଦୃଷ୍ଟି ଏବଂ ମାର୍ଗଦର୍ଶନ ଯୋଗାଇ ଦେଇଥିଲେ । ଏକ ବହୁମୂଲ୍ୟ କାର୍ଯ୍ୟକ୍ରମ ଭାବରେ ଏହି ଅବସରରେ ବିଶ୍ ସ୍ତନ୍ୟପାନ ସପ୍ତାହ ମଧ୍ୟ ପାଳନ କରାଯାଇଥିଲା, ଯେଉଁଥୁରେ ଶିଶୁ ସ୍ଵାସ୍ଥ୍ୟ ଓ ବିକାଶ ନିମନ୍ତେ ସ୍ତନ୍ୟପାନର ଗୁରୁତ୍ବ ସମ୍ପର୍କରେ ଆଲୋକପାତ  କରାଯାଇଥିଲା। 

ଏହି କାର୍ଯ୍ୟକ୍ରମକୁ କର୍ପୋରେଟ ସାମାଜିକ ଦାୟିତ୍ଵ ନିର୍ବାହ (ସିଏସ୍‌ଆର) ଟିମ୍ ଏବଂ  ଏନଜିଓ ସହଭାଗୀ, ପିଭିଓ ସମର୍ଥନ ଯୋଗାଇ ଦେଇଥିଲେ,  ଯେଉଁମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ତାହାର ରୂପାୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ଥିଲେ। ଗ୍ରାମପଞ୍ଚାୟତରୁ ୮୦ରୁ ଅଧିକ ବ୍ୟକ୍ତି  ଅଂଶଗ୍ରହଣ କରି ଥିଲେ, ଯାହା  ସ୍ଵାସ୍ଥ୍ୟ ସଚେତନ କର୍ମଶାଳାରେ ତିନିଟି ଗ୍ରାମ ପଞ୍ଚାୟତ ଘଟାଇବା ନିମନ୍ତେ  ଗୋଷ୍ଠୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା। ସଚେତନତା ଏବଂ ଅଭ୍ୟାସରେ ବୃଦ୍ଧି ଏହି  କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ଆହ୍ବାନ ଗୁଡିକ ପ୍ରତି ଦୃଷ୍ଟିଦେବା ଏବଂ ଅଞ୍ଚଳରେ ଅତ୍ୟାବଶ୍ୟକ ସ୍ଵାସ୍ଥ୍ୟ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ 

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!