ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସଡକ ପରିବହନ ଶ୍ରମିକ ଫେଡେରେସନ ର ୧୩ ତମ ରାଜ୍ୟ ସମ୍ମୀଳନୀ ଅନୁଷ୍ଠିତ

ଓଡ଼ିଶା ସଡକ ପରିବହନ ଶ୍ରମିକ ଫେଡେରେସନ ର ୧୩ ତମ ରାଜ୍ୟ ସମ୍ମୀଳନୀ ଅନୁଷ୍ଠିତ

କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଓ ଶ୍ରମ କୋର୍ଡ ବାତିଲ ଦାବିରେ ଜୁଲାଇ ୯ ସର୍ବଭାରତୀୟ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ଆହ୍ୱାନ

ରାଉରକେଲା ତା ୨୨/୦୬/୨୦୨୫ — ଓଡ଼ିଶା ସଡକ ପରିବହନ ଶ୍ରମିକ ଫେଡେରେସନ ( ସି ଆଇ ଟି ୟୁ) ର ୧୩ ତମ ରାଜ୍ୟ ସମ୍ମୀଳନୀ ଆଜି ରାଉରକେଲା ଆଦର୍ଶ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଅଛି।  ଟ୍ରାନ୍ସପୋର୍ଟ ଫେଡେରେସନ ର ରାଜ୍ୟ ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଜନାର୍ଦ୍ଦନ ପତି ଓ ରାଜ୍ୟ ଉପସଭାପତି ବିମାନ ମାଇତି ଙ୍କୁ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀରେ ସଭାପତିତ୍ବ କରିଥିଲାବେଳେ ଫେଡେରେସନ ର ସର୍ବଭାରତୀୟ ସଂପାଦକ ଜୀବନ ସାହା ଏହି ସମ୍ମିଳନୀ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି କହିଥିଲେ ଯେ ସ୍ଵାଧୀନତା ପରେ ଦେଶର ଶ୍ରମିକ ଶ୍ରେଣୀ ବିଶେଷ ଭାବରେ ଆକ୍ରମଣ ର ଶିକାର ହୋଇଛି। କେନ୍ଦ୍ର ମୋଦୀ ସରକାର ୨୦୧୪ ମସିହା ରେ କ୍ଷମତା କୁ ଆସିଲା ପରେ ବୃହତ୍ତ ପୁଞ୍ଜିପତି, କର୍ପୋରେଟ ସଂସ୍ଥା ମାନଙ୍କ ସ୍ଵାର୍ଥ ରକ୍ଷା କରିବାକୁ ଯାଇ ଦେଶର ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ଉପରେ ଓ ସେମାନଙ୍କର ଜୀବନ ଜୀବିକା ଉପରେ ଆକ୍ରମଣକୁ ତୀବ୍ର କରିଛି। ଶ୍ରମ ଆଇନ ଗୁଡ଼ିକୁ ବାତିଲ କରି ୪ ଟି କୋର୍ଡ କରିଦେଇ ଶ୍ରମିକ ମାନଙ୍କ ଗୋଲାମୀ ଭିତରକୁ ଠେଲି ଦେବାକୁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିଛନ୍ତି।ଏହା ବିରୁଦ୍ଧରେ ଦେଶର ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନେ ଆସନ୍ତା ଜୁଲାଇ ୯ ତାରିଖ ଦେଶବ୍ୟାପୀ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇଁ ସେ ଆହ୍ବାନ କରିଥିଲେ।

ସମ୍ମିଳନୀରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ବକ୍ତବ୍ୟ ରଖି ସଡକ ପରିବହନ ଶ୍ରମିକ ମାନେ ଯେଉଁ ଦୁଃଖ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି, ମଜୁରୀ, ସାମାଜିକ ସୁରକ୍ଷା, ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇବା ପାଇଁ ସଂଗଠନ କୁ ମଜବୁତ କରିବା ସହିତ ଆନ୍ଦୋଳନ କୁ ତୀବ୍ରତର କରିବା ପାଇଁ ଆହ୍ୱାନ କରିଥିଲେ।

     ସମ୍ମିଳନୀରେ ଫେଡେରେସନ ର ସାଧାରଣ ସମ୍ପାଦକ ଉଲ୍ଲାସ ସ୍ଵାଇଁ ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ ଓ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ। ସାଧାରଣ ସମ୍ପାଦକ ଙ୍କ ରିପୋର୍ଟ ଉପରେ ଓଡ଼ିଶା ର ବିଭିନ୍ନ ଜିଲ୍ଲାରୁ ଆସିଥିବା ପରିବହନ ଶ୍ରମିକ ନେତାମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ଓ ରିପୋର୍ଟ କୁ ସମୃଦ୍ଧ କରିଥିଲେ।

    ସମ୍ମିଳନୀ ଶେଷରେ ଏକ ୩୧ ଜଣିଆ ରାଜ୍ୟ କମିଟି ଆଗାମୀ ୩ ବର୍ଷ ପାଇଁ ସର୍ବସମ୍ମତିକ୍ରମେ ନିର୍ବାଚିତ କରିଛି। ସଭାପତି ଭାବରେ ଜନାର୍ଦ୍ଦନ ପତି, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ଉଲ୍ଲାସ ସ୍ଵାଇଁ, ଉପସଭାପତି ବିମାନ ମାଇତି, ପ୍ରଭାତ ପଣ୍ଡା,ରାଜ କିଶୋର ଲେଙ୍କା ପ୍ରମୁଖ ନେତାମାନେ ନିର୍ବାଚିତ ହୋଇଥିଲେ। ଅପରାହ୍ନ ରେ ସମ୍ମିଳନୀ ର ଖୋଲା ଅଧିବେଶନ ନୂଆ ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଶତାଧିକ ପରିବହନ ଶ୍ରମିକ ସାମିଲ ହୋଇଥିଲେ।

ସମ୍ମିଳନୀ କୁ ସଫଳ କରିବା ପାଇଁ ସୁନ୍ଦରଗଡ଼ ମଟର କର୍ମଚାରୀ ସଂଘ, ରାଉରକେଲା ମିନିବସ ଆସୋସିଏସନ୍, ସୁନ୍ଦରଗଡ଼ ମାଇନ୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଓର୍କରସ ୟୁନିୟନ ର ରାଜ କିଶୋର ପ୍ରଧାନ, ଅକ୍ଷୟ ମହାନ୍ତ, ଅରୁଣ ମହାରଣା, ଶୁଭେନ୍ଦୁ ମହାନ୍ତି, ଅଶୋକ ସାମଲ, ଅଜୟ ଶର୍ମା,ବି ପି ମହାପାତ୍ର, ଏନ୍ କେ ରାଉତରାୟ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ଏନ୍ ଏନ୍ ପାଣିଗ୍ରାହୀ ପ୍ରମୁଖ ନେତୃତ୍ବ ନେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଟ୍ବେଲ ପକ୍ଷରୁ ରାଉରକେଲାର ମାନସୀ ଦାସମହାପାତ୍ରଙ୍କୁ ଭାରତ ଆଇକନିକ୍ ପୁରସ୍କାର ୨୦୨୬

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ଓ ବିଶ୍ଵମୃତ୍ତିକା ଦିବସ ପାଳିତ

masiha

ବୃକ୍ଷ ରୋପଣ କାର୍ଯକ୍ରମ    

masiha

Leave a Comment

error: Content is protected !!