ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେତେଦିନ ଅନ୍ତର୍ଦୋୟ ରାସନ ଚାଉଳ ଲୁଟର ଶିକାର ହେବେ ଆଦିବାସୀ ପରିବାର

ଅସହାୟ ଭିନ୍ନକ୍ଷମ କନ୍ଦାର ସାହାରା କିଏ

ଲଙ୍ଗଳେଶ୍ୱର 08/01(ମନୀଷ): ନା ଅଛି ପ୍ରଶାସନର ଭୟ ନା ଅଛି ରାଜନେତାର ଭୟ l କାରଣ ଉଭୟଙ୍କ ପାଖରେ ସମୟ ନାହିଁ ଏହି ଗରିବ ଖଟିଖିଆଙ୍କ ଦୁଃଖ ବୁଝିବା ପାଇଁ l ସେଥିପାଇଁ ଆଜିବି ଖୁଲମ ଖୁଲା ଚାଲିଛି ଅଶିକ୍ଷିତ ଗରିବ ଆଦିବାସୀଙ୍କ ରାସନ ଚାଉଳ ଲୁଟ I  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତର ଲଙ୍ଗଳେଶ୍ୱର ଆଦିବାସୀ ଗ୍ରାମର କନ୍ଦା ମୁର୍ମୁଙ୍କ କ୍ଷେତ୍ରରେ l ଯିଏ କି ଜଣେ ଭିନ୍ନକ୍ଷମ ବ୍ୟକ୍ତି l ତାଙ୍କ ସ୍ତ୍ରୀ ବହୁ ବର୍ଷ ଆଗରୁ ମୃତ୍ୟୁବରଣ କରିଛନ୍ତି l ପିଲାଛୁଆ ମଧ୍ୟ ତାଙ୍କର କେହି ନାହିଁ l ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଆଉ ଏବେ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ l ତେଣୁ ତାଙ୍କର ଅଶିକ୍ଷିତତା ଏବଂ ଅସହାୟତାର ସୁଯୋଗ ନେଇ ଜୈନିକ ରାସନ ଡିଲର କନ୍ଦା ମୁର୍ମୁଙ୍କୁ ତାଙ୍କ ରାସନ କାର୍ଡ ନମ୍ବର – 02020711106ରେ 35କି.ଗ୍ରା ପରିବର୍ତ୍ତେ ପ୍ରତି ମାସ 5କି.ଗ୍ରା ଚାଉଳ ପ୍ରଦାନ କରୁଛନ୍ତି l ନିକଟରେ ଆମ ଅଧିକାର ଫାଉଣ୍ଡେସନ ତରଫରୁ ଏହି ବ୍ୟକ୍ତିଙ୍କୁ ବ୍ଲକ ପ୍ରଶାସନ ସହିତ ଯୋଗାଯୋଗ କରି ଭିନ୍ନକ୍ଷମ ପ୍ରମାଣପତ୍ର ଯୋଗାଇଦେଇଥିଲେ l ଆଉ ଏବେ ଭତ୍ତା ଆବେଦନ ପାଇଁ ବ୍ୟାଙ୍କ ଖାତା ଖୋଲିବାକୁ ପ୍ରୟାସ ଆରମ୍ଭ କରୁଥିବା ବେଳେ ଦସ୍ତାବିଜରୁ ଜାଣିବାକୁ ମିଳିଥିଲା ଯେ ଏହି ବ୍ୟକ୍ତିଙ୍କ ରାସନ କାର୍ଡ ପିଏଚଏଚ ରୁ ଅନ୍ତର୍ଦୋୟ କାର୍ଡକୁ ପରିବର୍ତ୍ତନ କରାଯାଇଛି l ଯାହା ଆଜିପର୍ଯ୍ୟନ୍ତ ସେ ଜାଣି ପାରିନାହାନ୍ତି କି ତାଙ୍କର ପ୍ରାପ୍ୟ ମଧ୍ୟ ସେ ପାଇପାରିନାହାଁନ୍ତି l ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେ ଏହି କାର୍ଡରେ ଥିବା ତାଙ୍କ ସ୍ତ୍ରୀ ଗୁରୁବାରି ମୁର୍ମୁଙ୍କ ବହୁ ବର୍ଷ ଆଗରୁ ମୃତ୍ୟୁ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କ ନାମ ଏହି କାର୍ଡରେ ଅଛି l ମାତ୍ର ହିତାଧିକାରୀଙ୍କ ପରିବାରକୁ ତାଙ୍କ ସ୍ତ୍ରୀଙ୍କ ନାମରେ ଆସିଥିବା ପିଏଚଏଚ ବାବଦରେ ଚାଉଳ ଏବଂ କରୋନା ବାବଦରେ ମାଗଣା ଚାଉଳ ମିଳିନାହିଁ l ତେବେ ଏହି ଅସହାୟ ବାସହରା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ତାଙ୍କ ତାଙ୍କର ପିଛିଲା ଚାଉଳ, ଘରବାଡ଼ି ପଟା, ଆବାସ ଯୋଜନାରେ ଘର ଏବଂ ଭିନ୍ନକ୍ଷମ ଭତ୍ତା ଯୋଗାଇଦେବାକୁ  ଅଧିକାର ଫାଉଣ୍ଡେସନର ପ୍ରତିଷ୍ଠାତା ରାଜକିଶୋର ପାତ୍ର ଏବଂ ସଂଗଠନର ସଦସ୍ୟ କଟି ମାରାଣ୍ଡି, ପ୍ରିୟନାଥ ମୁର୍ମୁ, ଫଗୁ ହେମ୍ବ୍ରମ ପ୍ରମୁଖ ପ୍ରଶାସନ ନିକଟରେ ଦାବି ରଖିଛନ୍ତି ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ନବରାତ୍ରି ଦୁର୍ଗାପୂଜା ଓ ଦଶହରା ଉତ୍ସବକୁ ନେଇ ସମଗ୍ର କନ୍ଧମାଳ ଚଳ ଚଞ୍ଚଳ

masiha

ଉମରକୋଟ ଵ୍ଳକରେ କଳା ସଂସ୍କୃତି ସଂଘ ଦ୍ୱାରା, ପଥପ୍ରାନ୍ତ ନାଟକ   

masiha

ଋଷିକୂଲ୍ୟା ପୁନରୁଦ୍ଧାର, ଜଳସେଚନ ବୃଦ୍ଧି, ଜୈବିକ ଚାଷୀଙ୍କୁ ପ୍ରୋତ୍ସାହନ, ଆର୍ଯ୍ୟପଲ୍ଲୀ ଫିସିଂ ହାରବର ଉପରେ ବିସ୍ତୃତ ଆଲୋଚନା

Sunil Chandra Nayak

Leave a Comment

error: Content is protected !!