ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ ଗଣ୍ଡା କାଲେଶ୍ଵର ମହାଦେବଙ୍କ ନୂତନ କର୍ମକର୍ତ୍ତା ଗଠନ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତ ର ଚାର ଭାଟି ବନ୍ଧ ପଡ଼ା ନିକଟରେ ଥିବା ବହୁ ପୁରାତନ ସାପ ଗଣ୍ଡା କାଲେଶ୍ୱର ମହାଦେବଙ୍କ ସୁରକ୍ଷା ଏବଂ ତାହାର ଉନ୍ନତି କରଣ ସହ ମନ୍ଦିରର ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା ।ଏହି ସାପ ଗଣ୍ଡା ଶୈବ ପୀଠ କସମ ଶିଳା ନଦୀ ଗଙ୍ଗ ବଂଶ ତୀର୍ଥ କ୍ଷେତ୍ର ନାମରେ ପରିଚିତ । ଆଜି ମନ୍ଦିରର ମୁଖ୍ୟ ପୂଜକ ଉମାଶାଙ୍କର ଭୋଇଙ୍କ ତତ୍ୱ।ବଧାନରେ ଅନୁଷ୍ଠିତ ବୈଠକରେ ସଭାପତି ଭାବେ କିଶୋର ଚନ୍ଦ୍ର ମାଝି ଙ୍କୁ ମନୋନୀତ କରା ଯାଇ ଥିବା ବେଳେ ଉପସଭାପତି ଭାବେ କପିଳ ନ।ଏକ ,ସମ୍ପାଦକ ଯୋଗିନ୍ଦ୍ର ଭୋଇ ,ସହ ସମ୍ପାଦକ ଜୟ ରାମ ନ।ଏକ,କୋଷା ଧକ୍ଷ ଧନଞ୍ଜୟ ପାତ୍ର ଏବଂ ସହ କୋଷା ଧକ୍ଷ ଭାବରେ ସନ୍ତୋଷ ମାଝି ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏଥିରେ ପରିଚାଳନା କମିଟିରେ ସଭ୍ୟ ଭାବରେ ପରିମଳ ମନ୍ତ୍ରୀ ,କ୍ଷୀର ସିନ୍ଧୁ ଭୋଇ ,ଭିକ୍ଷା ଭାଟି ,ବନମାଳୀ ନାଗ ,ବିରଞ୍ଚି ଭୋଇ ,ଦେବ ନିଆଲ ,କପିଳ ହଂସ , ଉପଯୁକ୍ତ ଲହଜଳ ,କାର୍ତ୍ତିକ ଭାଟି ,ମଙ୍ଗଲୁ ପାତ୍ର ,କ।ଲେଶ୍ୱର ପାତ୍ର ,ସୟମ୍ବର ପଟେଲ ,ଚଣ୍ଡି ନ।ଏକ ଏବଂ ଦଶରଥ ବାଗ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ସାପ ଗଣ୍ଡା ଶୈବ ପୀଠରେ ମହା ଶିବରାତ୍ର ଜାଗର ମହା ସମାରୋହରେ ପାଳିତ କରାଯିବା ପାଇଁ କମିଟି ନିଷ୍ପତି ନେଇଥିବା ଜଣା ପଡ଼ିଛି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଗୁଣପୁର ଉଚ୍ଚ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା

Sunil Chandra Nayak

ନୂଆପଡା ଜିଲ୍ଲା ରେ ପୁଣି ଲାଗିଲା ଲାଲ ରଙ୍ଗ ର ମାଓ ବେନର  

masiha

ଧର୍ମଗଡ ବ୍ଲକ ର ବଡଘୁମେର ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି ଜଳଜଳ, ଚିନ୍ତା ରେ ଚାଷୀକୁଳ। ଶୁଖିଲା ଧାନପଲ୍ଲା ଧରି ଚାଷୀ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ

masiha

Leave a Comment

error: Content is protected !!