ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ରାଇରଙ୍ଗପୁର ବିଡ଼ିଓଙ୍କୁ ଦାବିପତ୍ର 

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ରାଇରଙ୍ଗପୁର ବିଡ଼ିଓଙ୍କୁ ଦାବିପତ୍ର 

ମୟୂରଭଞ୍ଜ -୩/୦୪ // ମିଶନ ଶକ୍ତି ଅଧୀନ ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ସଂଘର ପୁନର୍ଗଠନ ପ୍ରକ୍ରିୟା ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିବା, ସମୟସୀମାକୁ ୩ ବର୍ଷ ବୃଦ୍ଧି ଦାବି କରିବା ନେଇ ଓଡ଼ିଶା ଜୀବିକା ମିଶନ ଆସି ସଂଘ ମୟୂରଭଞ୍ଜର କର୍ମକର୍ତ୍ତା ଓ ସଦସ୍ଯାଵୃନ୍ଦ ଶ୍ରୀମତୀ ଲୀଳାବତୀ ମହାନ୍ତଙ୍କ ନେତୃତ୍ୱରେ ରାଇରଙ୍ଗପୁର ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରୀୟଦର୍ଶନୀ ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ବୁଧବାର ଦିନ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

 ସୂଚନାଯୋଗ୍ୟ ଯେ ସ୍ଵୟଂ ସହାୟକ ଗୋଷ୍ଠୀ,ସିଏଇଏଫ,ଜିପିଏଲଏଫ,ବିଏଲଏଫ, ଏବଂ ଵିଏଲଏଫର ପୁନର୍ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।ଏ ନେଇ ମିଶନ ଶକ୍ତି ବିଭାଗୀୟ ସଚିବ ସାଳିନୀ ପଣ୍ଡିତ ଗତ ୨୭ ତାରିଖରେ ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛନ୍ତି । ଏପ୍ରିଲ ମାସରୁ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରାଯାଇ ୪ ମାସ ମଧ୍ୟରେ ଶେଷ କରିବା ପାଇଁ ଚିଠିରେ ନିର୍ଦ୍ଦେଶ ଅଛି । ତେଣୁ ନିର୍ଦେଶନାମାର ପ୍ରକ୍ରୀୟାକୁ ୩ ଵର୍ଷ ଯାଏଁ ବୃଦ୍ଧି କରିବାକୁ ଇସି ମାନେ ଦାବି କରିଛନ୍ତି ।ଇସି ସଦସ୍ଯାମାନେ ଯୋଜନାରେ ନୂତନ ସ୍କୁଟି କିଣି ବର୍ତ୍ତମାନ ଋଣଗ୍ରସ୍ତ ହୋଇ ଚାପରେ ଅଛନ୍ତି । ତେଣୁ ସ୍କୁଟି ଋଣ ସୁଝିବା ପର୍ଯ୍ୟନ୍ତ ପୁରୁଣା ଇସିକୁ କାଏମ ରଖାଯାଉ ଏବଂ ଋଣକୁ ସଂପୁର୍ଣରୁପେ ଛାଡ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

Sunil Chandra Nayak

ପ୍ରଶାସନ ଦ୍ୱାରା ରାଜପୁର ସ୍କୁଲର ସରକାରୀ ଜାଗା ଉଚ୍ଛେଦ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପାନୀୟ ଜଳର ସମସ୍ୟା ନେଇ ପହଞ୍ଚିଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!