ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

କୋଏଲ ନଗର ଠାରେ ଅନୁଷ୍ଠିତ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ରାଉରକେଲା, ୩ ମାର୍ଚ୍ଚ ୨୦୨୫: ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ସେମାନଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରିବା ତଥା ସେମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବିଭିନ୍ନ ଦିବ୍ୟାଙ୍ଗ କଲ୍ୟାଣମୂଳକ ଯୋଜନାର ଲାଭାର୍ଥି କରାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଥିଲା।

ଏହି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ’ରେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହାର ପ୍ରମାଣପତ୍ର ଦେବା ନିମନ୍ତେ ବରିଷ୍ଠ ଡାକ୍ତରଙ୍କ ଦ୍ଵାରା ଡାକ୍ତରୀ କ୍ୟାମ୍ପର ଆୟୋଜନ କରାଯଇଥିଲା। ଶ୍ରବଣ ଓ ବାକ୍ ବାଧିତ ସହ ଦୃଷ୍ଟି ବାଧିତ, ଶାରୀରିକ ଭିନ୍ନକ୍ଷମ ଏବଂ ମାନସିକ ଭିନ୍ନକ୍ଷମତା ଚିହ୍ନଟ କରିବା ନିମନ୍ତେ ଡାକ୍ତରୀ ଦଳ ଉପସ୍ଥିତ ରହିଥିଲେ। ଏହି ଅଭିଯାନ ମାଧ୍ୟମରେ ଚିହ୍ନଟ ୩୧୨ ଦିବ୍ୟାଙ୍ଗଙ୍କୁ ଆଗାମୀ ଦିନରେ ପ୍ରମାଣପତ୍ର ପ୍ରଦାନ କରାଯିବ। 

ଏଥିରେ ଚିହ୍ନଟ ହୋଇଥିବା ୧୨ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ, ୯ ଜଣଙ୍କୁ ହୁଇଲ ଚେୟାର ଭଳି ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯିବ। ଏଥିସହ ୧୫ ଜଣଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହ ଏହି ଅଭିଯାନରେ ବିବାହ ପ୍ରୋତ୍ସାହନ ଅର୍ଥ ରାଶି, ଭିନ୍ନକ୍ଷମ ସହାୟକ ଉପକରଣ ପ୍ରଦାନ ନିମନ୍ତେ କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା। 

ଗୁରୁବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୀନୁ ତାଣ୍ଡିଆ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାକ୍ସୱେଲ୍ ଟପ୍ନୋଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତା ଫଳାଫଳ, ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଲା ପ୍ରଥମ ସ୍ଥାନ

masiha

ଅଖିଳ ଉତ୍କଳ ଅଗ୍ନୀକୁଳ କ୍ଷତ୍ରୀୟ ସମାଜ, ଜଗଦଳପୁର ମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ପ୍ରସ୍ତୁତି କର୍ମଶାଳା ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!