ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ରାଇବଣିଆର 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ରାଇବଣିଆର 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବସ୍ତା,29/01 :ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶ୍ରୀ ଅରବିନ୍ଦ ଶିକ୍ଷା ନିକେତନ ରାଇବଣିଆର 16ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି |ଏଥିରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ଗଙ୍ଗାଧର ଦାସ , ମୁଖ୍ୟଅତିଥି ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଡ଼ଃ ରବି ନାରାୟଣ ସାସମଲ , ମୁଖ୍ୟବ୍ୟକ୍ତା ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକୁମାର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୁବ ସାମ୍ବାଦିକ ଆଲୋକ ଚନ୍ଦ୍ର ଘଡେଇ, ଅନୁଷ୍ଠାନର ସମ୍ପାଦକ ଶଙ୍କର ଘୋଷ,ଅନୁଷ୍ଠାନର ଅଧକ୍ଷ ଗଣପତି ଶୁକ୍ଳ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭବତୋଷ ଦାସ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସୁବର୍ଣ୍ଣପ୍ରଭା ଜେନା ମଞ୍ଚରେ ଉପସ୍ଥିତ ଥିଲେ | ଦୀନକୃଷ୍ଣ ପଂଚାୟତ ହାଇସ୍କୁଲ ଗଡ଼ସାହିର କ୍ରୀଡା ଶିକ୍ଷକ ଅରୁଣ କୁମାର ପଣ୍ଡା ମଞ୍ଚ ଆହ୍ୱାନ ସହିତ ଅତିଥିପରିଚୟ ପ୍ରଦାନ କରିଥିଲେ |ସଭାପ୍ରାରମ୍ଭରେ ବିଦ୍ୟାଳୟର ଅଧକ୍ଷ ଗଣପତି ଶୁକ୍ଳ ଅନୁଷ୍ଠାନର ବାର୍ଷିକ ଉତ୍ସବର ବିବରଣୀ ପାଠ କରିଥିଲେ |ବିଦ୍ୟାଳୟରେ ଅନୁଷ୍ଠିତ ସମସ୍ତଖେଳକୁ କ୍ରୀଡାଶିକ୍ଷକ ମନୁ ଦାସ ସୁଚାରୁରୂପେ ପରିଚାଳନା କରୁଥିବାବେଳେ ସହଯୋଗ କରିଥିଲେ ବିଦ୍ୟାଳୟର ଶିକ୍ଷକ ବୈଦ୍ୟନାଥ ଦାସ, କମଳକାନ୍ତ ସିଂ, ପଞ୍ଚାନନ ଅଧିକାରୀ ରାଜେଶ କୁମାର ସେଠି, ହେମନ୍ତ କୁମାର ବାରିକ, ଅଶୋକ କୁମାର ଘଡେଇ, କମଳାକାନ୍ତ ଗିରି, ସୁସ୍ମିତା ପଣ୍ଡା, ଅର୍ଚନା ବେହେରା, ସ୍ୱାଲେହା ନାୟକ, ଶିବୁ ନାୟକ, ବିଶ୍ୱଜିତ ମିଶ୍ର | ମୁଖ୍ୟଅତିଥି ଡ଼ଃ ସାସମଲ ଅନୁଷ୍ଠାନର ପିଲାମାନଙ୍କୁ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷା ବିଷୟରେ କହିଥିବାବେଳେ ମାନବିକ ଗୁଣ ତଥା ଅଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଚାଲିବାପାଇଁ କହିଥିଲେ | ରାଇବଣିଆ ଏକ ଆଦିବାସୀ ଅଂଚଳରେ ଏଭଳି ଶିକ୍ଷାନୁଷ୍ଠାନ ଗଢି ଉଠିଛି ଆଗକୁ ଏହି ଅନୁଷ୍ଠାନର ସର୍ବାଙ୍ଗୀନ ବିକାଶ ସହିତ ଗତ ମେଟ୍ରିକ ପରୀକ୍ଷାରେ ଭଲ ମାର୍କରଖି ଉତ୍ତୀର୍ଣ୍ଣ ହେଇଥିବାରୁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ମୁଖ୍ୟଵକ୍ତା ଶ୍ରୀ ପ୍ରଧାନ | ଏହି ସଭାରେ ଯୁବ ସାମ୍ବାଦିକ ଆଲୋକ ଚନ୍ଦ୍ର ଘଡେଇ, ଶିକ୍ଷକ ଭବତୋଷ ଦାସ ଓ ଶିକ୍ଷୟତ୍ରୀ ସୁବର୍ଣ୍ଣପ୍ରଭା ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା | ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ |ପରିଶେଷରେ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ନାଚଗୀତର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା |

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାମ କରୁଥିବାବେଳେ ସାତ ମହଲାରୁ ଖସିପଡିଲେ   ରାଜକୋଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଅର୍ଥାଭାବ ଯୋଗୁଁ ଫେରିପାରୁନି ଶବ 

masiha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଵୈଜଲପୁର ଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

masiha

ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ମଧୁବାବୁଙ୍କ ୧୭୯ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!