ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟସମୀକ୍ଷା ବୈଠକ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲାରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟସମୀକ୍ଷା ବୈଠକ ଅନୁଷ୍ଠିତ 

ନବରଙ୍ଗପୁର:( ତା ୨୨.୧୨.୨୦୨୪)ଗତକାଲି୨୧-୧୨-୨୦୨୪ ରିଖ (ଶନିବାର) ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁରର ସମ୍ମିଳନୀ ପ୍ରକୋଷ୍ଠରେ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଆନ୍ତ-ବିଭାଗୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ, ନବରଙ୍ଗପୁର ଡ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସନ୍ତୋଷ କୁମାର ପଣ୍ଡା ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ ସ୍ବାଗତ କରିଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ନବରଙ୍ଗପୁର ଉପସ୍ଥିତ ସଦସ୍ୟଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଗଣ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀଜନସ୍ବାସ୍ଥ୍ୟ ଅଧିକାରୀ ତଥା ସି. ଡି. ପି. ଓ. ଗଣ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁରର ଚକ୍ଷୁ ବିଶେଷଜ୍ଞ ତଥା ଜିଲ୍ଲା ସୁନେତ୍ର କାର୍ଯ୍ୟକ୍ରମର ଜିଲ୍ଲା କାର୍ଯ୍ୟକ୍ରମ ସଂଚାଳିକା, ଡଃ. ସ୍ଵାନ୍ତନା ସାହିକା ପ୍ରଧାନ,ସୁନେତ୍ର କାର୍ଯ୍ୟକ୍ରମ ଅଧିନସ୍ଥ ବିଦ୍ୟାଳୟ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଶଦ ଉପସ୍ଥାପନା କରିଥିଲେ।ଏହି ମାସଠାରୁ ଜିଲ୍ଲାର ସମସ୍ତ ବ୍ଲକରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ଚିକିତ୍ସା ନିମନ୍ତେ ଶିବିର ଆୟୋଜନ କରାଯିବ ।ଶିବିର ନିମନ୍ତେ ଦୃଷ୍ଟିଶକ୍ତି ସମସ୍ୟା ଥିବା ଛାତ୍ର ଛାତ୍ରୀଙ୍କ ଚିହ୍ନଟ ଉକ୍ତ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଦ୍ବାରା କରାଯିବ । ଏହି ଚିହ୍ନଟୀକରଣ କରୁଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗୁଣାତ୍ମକ ତାଲିମ୍ ଦେବା, ବାରମ୍ୱାର ଚକ୍ଷୁ ସମସ୍ୟା ଭୋଗୁଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଚିକିତ୍ସା ସେବା ଦେବା, ଉପଯୁକ୍ତ ସମୟରେ ଚଷମାପ୍ରଦାନ ଏବଂ ଏହି ଚିହ୍ନଟୀକରଣ ପ୍ରକ୍ରିୟାର ଗୁଣବତ୍ତା ରକ୍ଷା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ।ସର୍ବଶେଷରେ, ଶ୍ରୀ ସୁଶାନ୍ତ ପ୍ରହରାଜ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିଲେ । 

( ମ ନି ସ ) 

Related posts

ବିଜାତଳା ରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ବାର୍ଷିକ ଉତ୍ସବ

masiha

ମଧ୍ୟାହ୍ନ ଭୋଜନ ଚାଉଳ ବୋହି ନେଲେ ହାତୀ

Sunil Chandra Nayak

ବ୍ରଜଘାତ ରେ ଯୁବକ ମୃତ 

Leave a Comment

error: Content is protected !!