ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପତ୍ରକାର ସଂଘର 15 ତମ ବାର୍ଷିକ ଉତ୍ସବ

ଓଡିଶା ପତ୍ରକାର ସଂଘର 15 ତମ ବାର୍ଷିକ ଉତ୍ସବ 

ସାମ୍ବାଦିକମାନଙ୍କୁ ତାଙ୍କ ଅଧିକାର ଦିଆଯାଉ : ସପ୍ତଗିର ଉଲ୍ଲାକା 

ରାୟଗଡା : ସାମ୍ବାଦିକମାନେ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ବ ସେମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଉ । ସମ୍ବାଦ ସଂଗ୍ରହ କରିବା ତାଙ୍କର କାମ ହେଲେ ସେମାନଙ୍କୁ ବିଭିନ୍ନ କାର୍ଯ୍ୟାଳୟକୁ ବାରଣ କରାଯାଉଛି. ଏହା କରାଯିବା ଉଚିତ ନୁହେଁ ବୋଲି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି । ରବିବାର ରାୟଗଡା ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିସରରେ ଆୟୋଜିତ ଓଡିଶା ପତ୍ରକାର ସଙ୍ଘର 15ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଉଲ୍ଲାକା କହିଥିଲେ ଯେ, ସାମ୍ବାଦିକ ମାନଙ୍କ ପାଇଁ ମୁଁ ସଂସଦରେ ସ୍ୱର ଉତ୍ତାଳନ କରିଛି. ରାଜ୍ୟ ସରକାରଙ୍କୁ ମଧ୍ୟ ଅନୁରୋଧ କରୁଛି ସାମ୍ବାଦିକଙ୍କ ଦାବିକୁ ଯଥାର୍ଥମନେ କରି ପୂରଣ କରନ୍ତୁ. ସାମ୍ବାଦିକଙ୍କ ହକ ପାଇଁ ଆମଦଳର ବିଧାୟକ ମଧ୍ୟ ସ୍ୱର ଉତ୍ତଳନ କରୁଛନ୍ତି, ଆଗକୁ ମଧ୍ୟ ସ୍ୱର ଉତୋଳନ କରିବେ । ସମ୍ମାନିତ ଅତିଥିଭାବେ ରାୟଗଡା ବିଧାୟକ କାଡ୍ରାକା ଆପାଲସ୍ୱାମୀ ଯୋଗଦେଇ କହିଥିଲେ ମୁଁ ସାମ୍ବାଦିକଙ୍କ ସହ ରହିଛି, ବିଧାନସଭାରେ ସାମ୍ବାଦିକଙ୍କ ହକପାଇଁ ସ୍ୱର ଉତୋଳନ କରିଛି ଆଗକୁ ମଧ୍ୟ କରିବି ବୋଲି ମଦେଇଥିଲେ । ଏଥିସହିତ ରାୟଗଡାର ବିକାଶ ପାଇଁ ଜିଲ୍ଲାର ସାମ୍ବାଦିକମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥିଭାବେ ବିଷମ କଟକ ବିଧାୟକ ନୀଳମାଧଵ ହିକକା ଯୋଗଦେଇ ମଧ୍ୟ ସାମ୍ବାଦିକଙ୍କ ହିତ ପାଇଁ ତାଙ୍କ ସଂଗ୍ରାମ ଜାରିରହିବ ବୋଲି କହିଥିଲେ । ସଂଘର ରାଜ୍ୟ ଉପସଭାପତି ହରପ୍ରସାଦ ଦାସଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ରାମଦାସ ଲିମା କାର୍ଯ୍ୟକ୍ରମ ସଂଚାଳନ କରିବାସହ ମଞ୍ଚ ପରିଚାଳନା କରିଥିଲେ ।ଉକ୍ତ ସଭାରେ ଅତିଥିଭାବେ ରାୟଗଡା ପୌରପରିଷଦର ଅଧକ୍ଷ୍ୟ ମହେଶ କୁମାର ପଟ୍ଟନାୟକ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ପଡି ୱାଟର ସେଡ ଡ଼. ଦୟାନିଧି ବାଗ, ରାୟଗଡା ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପାତ୍ର, ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ମୁଁହରେ ହସ ଅନ୍ତରରେ ଦୁଃଖ, ତା ସତ୍ୱେ ସେମାନେ ସମାଜର ଉନ୍ନତି ଓ ସଂସ୍କାର ପାଇଁ କାର୍ଯ୍ୟ କରିଥାନ୍ତି । ତେବେ ସାମ୍ବାଦମାନେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ର ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସଙ୍ଘ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସଙ୍ଘ ରାଜ୍ୟ ଉପସଭାପତି ଶ୍ରୀ ଦାସ ଧନ୍ୟବାଦ ଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉର୍ଦ୍ଦୁରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

masiha

ୱର୍କିଙ୍ଗ ଜର୍ଣାଲିଷ୍ଟ ୟୁନିୟନର ପ୍ରତିଷ୍ଠା ଦିବସ ପାଳିତ

masiha

ଜୟପାଟଣା ଠାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!