ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

  ମୟୂରଭଞ୍ଜ: ୩୦.୧୧. ( ମସିହା)ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଆସନ୍ତା ଡ଼ିସେମ୍ବର ୬ ଏବଂ ୭ ତାରିଖ ଦୁଇଦିନିଆ ଗସ୍ତନେଇ ବାମନଘାଟୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ସଭାପତିତ୍ବରେ ଏକ ବ୍ୟାପକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲି, ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ,ପିଏ ଆଇଟିଡିଏ ଶ୍ରୀ ପରୀକ୍ଷିତ ଦାସ, ଉପଖଣ୍ଡର ସମସ୍ତ ବିଡ଼ିଓ, ତହସିଲଦାର,ସମସ୍ତ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ୨ ଦିନିଆ ଗସ୍ତ ଥିବା ବେଳେ ୬ ତାରିଖରେ ସେ ରାଇରଙ୍ଗପୁର ଏବଂ ୭ ତାରିଖରେ ବାଙ୍ଗିରିପୋଷି ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି, ରାଷ୍ଟ୍ରପତି ଭବନରୁ ନିର୍ଦ୍ଧରିତ ହୋଇଛି। ମହାମହୀମଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ମହାମାନ୍ୟ ରାଜ୍ୟପାଳ, ଓଡିଶା ଶ୍ରୀ ରଘୁବର ଦାସ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଅନ୍ୟାନ୍ୟ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଗଣ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀଗଣ, ମାନ୍ୟବର ବିଧାୟକ ଓ ସମ୍ମାନନୀୟ ଅତିଥି ବୃନ୍ଦ ମଧ୍ୟ ଯୋଗ ଦେବାର ସୂଚନା ପ୍ରାପ୍ତ ହୋଇଛି ।

Related posts

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

masiha

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଶହେ ବର୍ଷର ପାରମ୍ପରିକ ଉତ୍ସବ, ଯୋଉଠି ଗ୍ରାମର ମୁରବି ମାନେ ସମ୍ମାନିତ ହୁଅନ୍ତି !

Sunil Chandra Nayak

Leave a Comment

error: Content is protected !!