ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଓଏଲ ଦ୍ୱାରା ୱାକାଥନ ଅନୁଷ୍ଠିତ 

ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଓଏଲ ଦ୍ୱାରା ୱାକାଥନ ଅନୁଷ୍ଠିତ 

ରାଉରକେଲା/କଟକ : ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଅଏଲର ମିଳିତ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ୱାକାଥନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଓଡିଶା ଚଳଚ୍ଚିତ୍ର ସହାକାଳର ସଂଘର ସଭାପତି ଶାରଦା ପ୍ରାସାଦ ମହାନ୍ତି ଓ ଉପସଭାପତି ଦିଲ୍ଲୀପ କୁମାର ଦାସ ୱାକାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସହକଳାକାର ସଂଘର ସମ୍ପାଦକ ଅଶୋକ କୁମାର ଦାସ, ସହସମ୍ପାଦକ ପ୍ରଦୀପ କୁମାର ଧଳ ନ୍ୟାସୀ ପରେଶ ଦଳାଇ, ନିରଞ୍ଜନ ପରିଡା, ବ୍ରହ୍ମାନନ୍ଦ ବେହେରା, ସୁବାସିନୀ ହୋତା, ପୁଷ୍ପଲତା ମହାନ୍ତି, ବିଦୁଲତା ଓଝା, ମନୋଜ ପାତ୍ର, ଓ ଓଡିଶା ଚଳଚ୍ଚିତ୍ର ସହ କଳାକାର ସଂଘର ମହିଳା ପ୍ରଶାସନିକ ଅଧିକାରୀ କ୍ରିଷ୍ଣା କୁମାରୀ ସାହୁ ପ୍ରମୁଖ ଯୋଗଦେଇ ଉପସ୍ଥିତ ରହି ପରିବଶ ସୁରକ୍ଷା,ବୃକ୍ଷରୋପଣ, ସ୍ୱଚ୍ଛତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ଓଡିଶା ସହକଳାକାର ସଂଘ ର ନ୍ୟାସୀ ତଥା ମୁଖ୍ୟ ପ୍ରଶାସନିକ ଅଧିକାରୀ ତଥା ଇଣ୍ଡିଆନ ଓଏଲର ପ୍ରତିନିଧି ପ୍ରଭାସ କୁମାର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ନେତୃତ୍ୱ ଓ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ଶ୍ରୀ ମହାପାତ୍ର ଇଣ୍ଡିଆନ ଅଏଲର ଲକ୍ଷ୍ୟ, ଆଭିମୁଖ୍ୟ ଓ ପ୍ରାକୃତିକ ତୈଳ, ବାଷ୍ପ ସଂରକ୍ଷଣ କିପରି ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖାଯାଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସହଯୋଗର ହାତ ବଢାଇଥିବା ଓଡିଶା ସହକଳାକାର ସଂଘକୁ ସାଧୁବାଦ ଦେଇଥିଲେ । ଏହି ୱାକାଥନ ମା ଧାକୁଲେଇ ପୀଠ କଟକରୁ ଆରମ୍ଭ ହୋଇ ପ୍ରତାପ ନଗରୀ ଭାରତୀୟ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଯାଇ, ସେଠାରୁ ମା ଧାକୁଲେଇ ପୀଠ ପର୍ଯ୍ୟନ୍ତ ଫେରିଆସିଥିଲା । ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘର କଳାକାର ମାନେ ପରିବେଶ ସୁରକ୍ଷା ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଉଦଘାଟକ ଶ୍ରୀ ମହାନ୍ତି ସମସ୍ତଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ଶପଥ ପାଠ କରାଇଥିଲେ । ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ କଳାକାର ସୌଦାମିନୀ ନାୟକ, ଇତିଶ୍ରୀ ସାହୁ, ଯଶୋବନ୍ତ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାହାଡପୁରରେ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଶ୍ୟାମ ଚରଣଙ୍କୁ ନବମ ଶ୍ରାଦ୍ଧ ବାର୍ଷିକ ଧୂମଧାମରେ ପାଳିତ 

Sunil Chandra Nayak

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ 

masiha

ବିଜ୍ଞାନ ଆବିଷ୍କାରର ବାଟ ଫିଟାଏ’ ବଡାମତଳିଆରେ ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ୮୮ ଟି ପ୍ରକଳ୍ପ ପ୍ରଦର୍ଶିତ, ବିଭିନ୍ନ ବିଭାଗର ୭ ଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ

Sunil Chandra Nayak

Leave a Comment

error: Content is protected !!