ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

ଜୟପାଟଣା:୨୪/୦୩/୨୩ //କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସର୍ବ ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ଜୟପାଟଣା । ଏହି ୩୦ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଜୟପାଟଣା ଏବଂ ଆଖପାଖ ଅଞ୍ଚଳର ୩ଟି ବ୍ଲକ କଲମପୁର,କୋକସରା,ଥୁଆମୂଳ ରାମପୁର ବ୍ଲକର ତୃଣମୂଳ ସ୍ତରରେ ବସବାସ କରୁଥିବା ନିରୀହ ଜନସାଧାରଣ ନିର୍ଭରଶୀଳ ରୁହନ୍ତି । ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସ୍ଥିତି ବେଶ ସୁଦୃଢ ଥିଲା । ମେଜର ଅପରେସନ ଗୁଡାକ ଏଠାରେ ହୋଇ ପାରୁଥିଲା । ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର, ଶିଶୁରୋଗ ବିଶେଷଜ୍ଞ ଡାକ୍ତର,ଭେଷଜ ବିଭାଗ ଡାକ୍ତର ଏବଂ ରଂଜନରଶ୍ମି ଯନ୍ତ୍ରାଂଶ ଏବଂ କର୍ମଚାରୀ ମହଜୁଦ ରହୁଥିଲେ । କିନ୍ତୁ ସଭ୍ୟତାର ଆଧୁନିକୀକରଣ ସହିତ ମୌଳିକ ସମସ୍ୟାର ବିକାଶ ପରିବର୍ତ୍ତେ ବିନାଶ ଘଟିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକଟ ହେଉଛି । ବର୍ତ୍ତମାନ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର କର୍ମଚାରୀ ଏବଂ ଆବଶ୍ୟକୀୟ ସୁବିଧା,ଯନ୍ତ୍ରାଂଶର ଘୋର ଅଭାବ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟାରେ ଯନ୍ତ୍ରଣା ଭୋଗୁଛନ୍ତି ଜନତା । ଅତି ସାଧାରଣ ରୋଗର ନିରାକରଣ ପାଇଁ ସୁଦୂର ଭବାନୀପାଟଣା ସଦର ମହକୁମା ଡାକ୍ତରଖାନା ଉପରେ ନିର୍ଭରଶୀଳ ହେବାକୁ ପଡୁଛି । ଏହିପରି ସ୍ଥଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାରଙ୍କର ସର୍ବୋତ୍ତମ ସେବା ୫ଟି ରେ ସାମିଲ କର ନଯିବା ସ୍ଥାନୀୟ ଜନସାଧାରଣ ସହଜେ ଗ୍ରହଣ କରି ପାରୁ ନାହାଁନ୍ତି । ଲାଞ୍ଜିଗଡ଼ ବିଧାୟକ ଏହି ଅଞ୍ଚଳର ବାସିନ୍ଦା ହୋଇଥିବା ସ୍ଥଳେ ନିଜ ମାତୃଭୂମିକୁ ପ୍ରତ୍ୟକ ଉନ୍ନୟନ ମୂଳକ କାର୍ଯ୍ୟରେ ଅଣଦେଖା କରୁଥିବାରୁ ଜନ ସାଧାରଣଙ୍କର ମନରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ସିଙ୍ଗାରୀଘାଟି ରାସ୍ତା କୋଟି କୋଟି ଟଙ୍କା ବ୍ଯୟରେ ନିମ୍ନମାନର ନିର୍ମାଣ ଯୋଗୁଁ ଅଳ୍ପ ଦିନରେ ରାସ୍ତା ମରଣଯନ୍ତା ପାଲଟିଛି,ଯଥାଶୀଘ୍ର ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି

Sunil Chandra Nayak

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପ୍ରିୟ ନମିତା ନାଏକ

Sunil Chandra Nayak

ପାଣି କୁଣ୍ଡରେ ପଡି ଶିଶୁ ପୁତ୍ରର ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!