ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡ଼ା -: ଅଦ୍ୟ ତା-୨୪.୦୩.୨୦୨୩ ରିଖ ଶୁକ୍ରୁବାର ଦିନ ଘ.୩.୩୦ ମି. ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ସ୍ଥାନୀୟ କୋତାପେଟା ପଞ୍ଚାୟତ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ର ଲୋକ ମାନଙ୍କ ର ଆଟ୍ରୋସିଟି ଆକ୍ଟ ସହିତ ସ୍ଥାୟୀ ଲୋକଅଦାଲତର ଗଠନ ଓ ଉପକାରିତା ସଂପର୍କରେ ଆଲୋଚନା ହୋଇଥିଲା I ଅନ୍ୟମାନଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ବାର ଆସୋସିଏସନ ର ଓକିଲ ଶ୍ରୀ ବ୍ରଜ ସୁନ୍ଦର ନାଏକ, ସୀତାରାମ ପଣ୍ଡା ଓ କୋତାପେଟା ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ନିଜର ବକ୍ତବ୍ୟରେ ସ୍ଥାୟୀ ଲୋକଅଦାଲତର ଗଠନ ଓ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଅତିଥି ମାନେ ଅନୁସୂଚିତ ଜାତି ମାନଙ୍କର ସାମାଜିକ ଓ ନ୍ୟାୟିକ ଅଧିକାର କୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସଙ୍ଗେସଙ୍ଗେ ଆଦିବାସୀ ଲୋକ ମାନଙ୍କୁ କିପରି ଯଥା ସମୟରେ ସେମାନଙ୍କର ଅଧିକାର ସେମାନଙ୍କ ପାଖରେ ପହଁଞ୍ଚାଇବା ପାଇଁ ମାନ୍ୟବର ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ I ପରିଶେଷରେ ଉପସ୍ଥିତ ଅତିଥି ମାନେ ଜାତି, ଧର୍ମ ନିର୍ବିଶେଷରେ କାହାକୁ ନିର୍ଯ୍ୟାତନା ଦେବା ସମ୍ବିଧାନ ବିରୋଧି ବୋଲି ନିଜର ବକ୍ତବ୍ୟରେ କହିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ କୋତାପେଟା ପଞ୍ଚାୟତର ଲୋକ ଓ ଓକିଲ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଆଦିବାସୀଙ୍କ କୁଇଁ ସଙ୍ଘର ବନ୍ଧୁମିଳନ

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକରେ କାର୍ଯ୍ୟ ରେ ଯୋଗ ଦେଲେ ନୂତନ ବିଡ଼ିଓ ଶ୍ରୀମତୀ ତିଳତମା ପୃଷ୍ଟି

Sunil Chandra Nayak

ରାହାମାସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!