ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହରଜିନ୍ଦର ସିଂ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବି ସାମୁଖ୍ୟର ସଭାପତି ମନୋନିତ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜୁ ଜନତାଦଳ ଆଇନ ସାମ୍ମୁଖ୍ୟର ସଭାପତି ଆଇନଜୀବୀ ଶ୍ରୀ ମିଳନ କାନୁନଗୋ ଆଇନଜୀବୀ ହରଜିନ୍ଦର ସିଂଙ୍କୁ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ଆଇନ ସାମୁଖ୍ୟର ସଭାପତି ରୂପେ ମନୋନିତ କରି ଥିବାରୁ ଶ୍ରୀ ସିଂ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ହୃଦୟ ସହ ଧନ୍ୟବାଦ ଦେବା ସଙ୍ଗେ ବିଜୁ ଜନତାଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି)ଭାଇଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ସିଂ ଏକ ବିବୃତ୍ତିରେ କହିଛନ୍ତି ରାଜ୍ୟସଭା ସଦସ୍ୟ ମାନ୍ୟବର ଶ୍ରୀ ସୁଜିତ କୁମାର, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, କାର୍ଯ୍ୟକାରୀ ସଭାପତି ଶ୍ରୀ ଦିବ୍ୟ ଶଙ୍କର ମିଶ୍ର,ସାଧାରଣ ସମ୍ପାଦକ-ଶ୍ରୀ ଭବାନୀ ଶଙ୍କର ମିଶ୍ର ଏବଂ ସମସ୍ତ ବିଜୁ ଜନତାଦଳ ଶାଖା କର୍ମକର୍ତ୍ତାଙ୍କ ଆଶିର୍ବାଦ ମୋ ପଛରେ ରହିଥିବାରୁ ମୋତେ ଏହି ଗୁରୁଦାୟିତ୍ବ ଦିଆଯାଇ ପାରିଛି ବୋଲି କହିଛନ୍ତି ।

ଶ୍ରୀ ସିଂ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ସେ ଆଇନଜୀବୀ ମାନଙ୍କ ମଧ୍ୟରେ ଏକତା ଆଣିବା ସଙ୍ଗେ ସଙ୍ଗେ ସେମାନଙ୍କ ହକ ପାଇଁ ନିଶ୍ଚିତ ରୂପେ ସଂଗ୍ରାମ କରି ଓଡିଶାରେ କଳାହାଣ୍ଡି ବିଜୁ ଜନତାଦଳ ଆଇନ ସାମୁଖ୍ୟ ଯେପରି ଏକ ନମ୍ବର ହୋଇପାରିବ ସମସ୍ତଙ୍କୁ ନେଇ ସେ ଚେଷ୍ଟା କରିବେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅହଲ୍ଯାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍.

ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି : ସମ୍ବିତ ପାତ୍ର

Sunil Chandra Nayak

ଦିଲ୍ଲିପ ରାୟଙ୍କ ପାଇଁ ମାରାଥନ ପ୍ରଚାର 

masiha

Leave a Comment

error: Content is protected !!