ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

ବାଲେଶ୍ଵର- ବାଲେଶ୍ଵର ଜିଲ୍ଲା ବାଲିଆପାଳ ପୂର୍ତ୍ତବିଭାଗ ପରିସରରେ ଜାତୀୟ କଂଗ୍ରେସ ତରଫରୁ ଭାରତରତ୍ନ ଡ.ଭୀମରାଉ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ହୋଇଯାଇଛି । ସ୍ୱତନ୍ତ୍ରତା, ସମାନତା ଏବଂ ଭାଇଚାରା ପ୍ରତିଷ୍ଠା କରିବା ଆମ୍ବେଦକରଙ୍କ ବିଚାରଧାରା ଥିଲା । ଏଥିରେ ଏଥିରେ ବହୁ ବିଶିଷ୍ଟ ବ୍ଯକ୍ତିମାନେ ଯୋଗଦାନ କରି ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ସୁଗୁଣ ବିଷୟରେ ଆଲୋଚନା କରିଥିଲେ । ବାଲେଶ୍ଵର ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ବିଭାଗର ସଭାପତି ତଥା ୨୪ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ବାବାଜୀ ଦେହୁରୀଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବରେ ବସ୍ତା କଂଗ୍ରେସ ନେତା ବିଜନ ନାୟକ ଯୋଗଦେଇ ଆଧୁନିକ ଭାରତର ନିର୍ମାତା ବିଶିଷ୍ଟ ସମାଜ ସଂସ୍କାରକ ଡ. ଆମ୍ବେଦକର ଦୀର୍ଘ ଦୁଇବର୍ଷ ୧୧ମାସ ୧୮ ଦିନ ଅକ୍ଲାନ୍ତ ପରିଶ୍ରମ କରି ଯେଉଁ ସମ୍ବିଧାନ ଲେଖି ଯାଇଛନ୍ତି ତାହା ବିଶ୍ୱର ଏକ ଅମୂଲ୍ୟଗ୍ରନ୍ତ ଭାବେ ପରିିଚିତ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଦେଉଳା ସରପଂଚ ସରୋଜ କୁମାର ପିଳା ଯୋଗଦେଇ ଆମ୍ବେଦକରଙ୍କ ଦର୍ଶନ ଏବଂ ଚିନ୍ତାଧାରା ତାଙ୍କୁ ଜଣେ ଶ୍ରେଷ୍ଠ ମାନବତା ବାଦୀ ବୋଲି ପରିଗଣିତ କରିପାରିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ଜାମକୁଣ୍ଡା ସରପଂଚ ଙ୍କ ପ୍ରତିନିଧି ଜଗନ୍ନାଥ ମାହାନା, ନୂଆଗାଁ ସରପଂଚ ଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ଦାସ, ବେତଗଡିଆ ସଦସ୍ୟ ରାଜିବ ରାୟ , ଯୁବ ନେତା ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଲିଆପାଳର ବହୁ ବରିଷ୍ଠ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଦେଖି ଅନ୍ୟ ଦଳ ମାରୁଅଛି ଆଖି  

masiha

ମନୋଜ ଅଗ୍ରୱାଲ ପାପଡାହାଣ୍ଡି ବିଜେପି ମଣ୍ଡଳ ସଭାପତି ମନୋନୀତ 

masiha

Leave a Comment

error: Content is protected !!