ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ , ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଭଜପା ର ଦାବୀ ପତ୍ର ପ୍ରଦାନ

ଧର୍ମଗଡ:୨୫/୧/୨୩: ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ହୋଇ ଥିବା ଓ ପ୍ରକାଶିତ ତାଲିକା ରେ ଅଯୋଗ୍ୟ ହିତାଧୀକାରୀ ଙ୍କୁ ସ୍ଥାନ ଦିଆ ଯାଇଥିବା ଅଭିଯୋଗ ହେଉଛି । ଏହାକୁ ଭାଜପା ବିରୋଧ କରୁଥିବା ବେଳେ ରାଜ୍ୟ ଭାଜପା ର ନିର୍ଦେଶ କ୍ରମେ ଆଜି ଭାରତୀୟ ଜନତା ପାର୍ଟି ଧର୍ମଗଡ ମଣ୍ଡଳ ପକ୍ଷରୁ ବ୍ଲକ ଘେରାଉ କରାଯିବା ସହ ଏକ ଦାବୀ ପତ୍ର ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବିଡ଼ିଓ ଶରତ କୁମାର ସେଠୀ ଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ଚାରି ଛକ ଠାରୁ ଭାଜପା କାର୍ଯ୍ୟକର୍ତ୍ତା ଏକ ରେଲୀ ରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଥିଲେ । ଆବାସ ଯୋଜନା ରେ ଘର ପ୍ରଦାନ ପାଇଁ ରାଜ୍ୟ ସରକାର ସଠିକ ଭାବେ ହିତାଧୀକାରୀ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିନଥିବା ଅଭିଯୋଗ କରାଯିବା ସହ ଅଯୋଗ୍ୟ ହିତାଧୀକାରୀ ଙ୍କୁ ତାଲିକା ରୁ ବାଦ୍ ଦେବା ପାଇଁ ଦାବୀ କରାଯାଇ ଥିଲା । ଏହା ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ମଣ୍ଡଳ ସଭାପତି ହରେ କୃଷ୍ଣ ପଣ୍ଡା ,ଜିଲ୍ଲା ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ଯୁବ ମୋର୍ଚ୍ଚା ଉପ ସଭାପତି ମଣିନ୍ଦ୍ର ଭୂଷଣ ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅପରେସ ସ୍ବାଇଁ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶେଖର ପଣ୍ଡା, ଟିପିଗୁଡା ମଣ୍ତଳ ସଭାପତି ବିଭୁଦତ୍ତ ପ୍ରଧାନୀ, ସମ୍ପାଦକ ଡମ୍ବରୁଧର ଠାକୁର, ଘନଶ୍ୟାମ ଭାଟି, ଚନ୍ଦନ କୁମାର ପାତ୍ର, ଘନଶ୍ୟାମ ଅଗ୍ରୱାଲ, ଜଗବନ୍ଧୁ ମିଶ୍ର, ଚିତ୍ତରଞ୍ଜନ ବେହେରା, ଜଗତ ରାମ ମାଝୀ, ଲକ୍ଷ୍ମଣ ମେହେର, ସୌମ୍ୟରଞ୍ଜନ ଖଡିକାର ଓ ଉତ୍ତମ ମଶ୍ରା ଙ୍କ ସମେତ ବହୁ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଡୁମେରପଦର  ଓ ଥୁଆମୂଳ ରାମପୁର ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

ରାଜ୍ୟ ସଭାପତିଙ୍କ ଗ୍ରସ୍ତ ପରେ ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ହେଲା ଗେରୁଆ ମୟ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ  ବ୍ୟାପକ ଅନିୟମିତତା , ବି ଡି ଓ ଙ୍କୁ ସ୍ମାରକ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!