ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧାତକିଡିହି ଗ୍ରାମରେ ଯୁବତୀ’ଙ୍କ ଆତ୍ମହତ୍ୟା

ମୟୂରଭଞ୍ଜ:- ୨୫/୦୧/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅଧିନ ଝରାଡିହି ଫାଣ୍ଡି ଅନ୍ତର୍ଗତ ଧାତକିଡିହି ଗ୍ରାମର ରାସ ପାତ୍ର’ଙ୍କ ୨୪’ ବର୍ଷ ବୟସ୍କ ଝୀଅ ସୁରେଖା ପାତ୍ର ଏକ ଗଛରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛ। ଆତ୍ମହତ୍ୟାର ସଠିକ କାରଣ ଜଣା ପଡି ନଥିବାବେଳେ ସେ ମାନସିକ ବିକୃତ ଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।

       ପରିବାର ବର୍ଗଙ୍କ ସୂଚନା ଅନୁସାରେ ସୁରେଖା ମାନସିକ ବିକୃତ ଥିଲେ, ସେ ଘରୁ ଏଣେତେଣେ ପଳାଇ ଯାଉଥିବାବେଳେ ତାଙ୍କୁ ଖୋଜି ଆଣି ଘରେ ଆୟୋତ୍ତରେ ରଖିଥାନ୍ତି। ତେବେ ୨୩’ ତାରିଖ ଦିନ ଘରୁ କୁଆଡେ ଚାଲିଯାଇଥିଲା ତାକୁ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ପାଇ ନଥିଲେ। ହେଲେ ଆଜି ଗ୍ରାମ ନିକଟସ୍ଥ ବରେହି ନାଳ ପଟକୁ ଶୌଚ ହେବାକୁ ଯିବାବେଳେ ଏକ ବେଗୁନିଆ ଗଛରେ ସୁରେଖା’ଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ପରିଜନ ଲୋକେ ଝରାଡିହି ଫାଣ୍ଡିରେ ଖବର ଦେବାପରେ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ ନାୟକ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଏନେଇ ତିରିଂ’ଥାନାରେ ୦୩/୨୩’ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ତିରିଂ’ଥାନା ପୋଲିସ୍।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିଶା ଚକୋଲେଟ ଖୁଆଇ ତିନି ନାବାଳିକା ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରୁ ଅପହରଣ ଉଦ୍ୟମ ! ଅପହରଣ ପାଇଁ ଧଳା ରଙ୍ଗର ସ୍କୁଟିରେ ଆସିଥିଲେ ତିନିଜଣ ଯୁବକ

Sunil Chandra Nayak

ରାତି ଅଧରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ

ବେଆଇନ ବାଲିଖାଦା ରେ ବସ୍ତା ପୁଲିସ ର ଚଢାଉ ୩ଟ୍ରାକ୍ଟର ଜବତ

masiha

Leave a Comment

error: Content is protected !!