ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ବାଲି ,ଚିପ୍ସ ଚାଲାଣ ବେଳେ ତିନି ହାଇୱା ଜବତ,ଚାରି ଗିରଫ

ମୟୂରଭଞ୍ଜ -୨୭/୮ ( ମସିହା)ବାଲି ,ଚିପ୍ସ ଚୋରା ଚାଲାଣ କରୁଥିବା ବେଳେ ମାଡି ବସିଲା ପୁଲିସ।ତିନୋଟି ହାଇୱା ଜବତ କରିବା ସହିତ ତିନିଜଣ ଡ୍ରାଇଭର ଓ ଜଣେ ମାଲିକ କୁ ଗିରଫ କରିଛି ରାଇରଙ୍ଗପୁର ଗ୍ରାମଞ୍ଚଳ ପୁଲିସ।

ରାଇରଙ୍ଗପୁର ଅଞ୍ଚଳରେ ଲିଜ ନଥାଇ ବିଭିନ୍ନ ବାଲିଘାଟ ରୁ ବାଲି ଉତ୍ତୋଳନ କରି ପଡୋଶୀ ରାଜ୍ୟ ଝାରଖଣ୍ଡ ଙ୍କୁ ବେଧଡକ ଚାଲାଣ ହୋଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା।ତେବେ ରାଜସ୍ୱ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ସୂଚନା ପାଇ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପୁଲିସ ତିନୋଟି ପ୍ରକରଣ ଦୁଇଟି ଚିପ୍ସ ବୋଝେଇ ହାଇଭା ଗାଡ଼ି JHO5CF6195 ,OD19B6013 ଏବଂ ବାଲି ବୋଝେଇ ହାଇଭାଗାଡ଼ି OD14B7822 ଜବତ କରିବା ସହ ଦୁଇଟି ମାମଲା କେଶ ନମ୍ବର ୧୮୯/୨୩ ଏବଂ ୧୯୦/୨୩ ରୁଜୁ ହେବା ସହିତ ସହିତ ଡ୍ରାଇଭର ଓ ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଗାଡି ମାଲିକ ଝାରଖଣ୍ଡ ର ହଳଦୀ ପୋଖରୀ ଅଞ୍ଚଳ ର ବୋଲି ଜଣାପଡିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

Sunil Chandra Nayak

ଅଜଣା ବ୍ୟକ୍ତି ଙ୍କ ବ୍ୟଗରୁ ୨ ଲକ୍ଷ ୬୮ ହଜାର ୭ ସହ ୭୪ ଟଙ୍କା ସହ 19 ଗୋଟି ବିଦେଶୀ ମୁଦ୍ରl ଜନତ 

Sunil Chandra Nayak

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଜମିହୁଡ଼ାରୁ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!