ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଦୁର୍ନୀତି ବିରୋଧରେ ବିଜେପିର ଵହଳଦା ବ୍ଳକ ଘେରାଉ ସହ ରାଜରାସ୍ତାକୁ ଓହ୍ଲାଇଲା

ଦୁର୍ନୀତି ବିରୋଧରେ ବିଜେପିର ଵହଳଦା ବ୍ଳକ ଘେରାଉ ସହ ରାଜରାସ୍ତାକୁ ଓହ୍ଲାଇଲା

 ମୟୂରଭଞ୍ଜ -୧୮/୧୧ ( ମସିହା)ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରକୁ ସରକାର ବିରୋଧରେ ଵହଳଦା ବ୍ଳକ ବିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ସମାବେଶ ଏବଂ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ଯ ଇଶାନ ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଵହଳଦା ବ୍ଳକ ବିଜେପି କାର୍ଯ୍ୟାଳୟ ପାଖରୁ ୨୦୦୦ ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ଵହଳଦା ବଜାର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ଉପସଭାପତି ହରମୋହନ ବେହେରା,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଇଂ କମଳାକାନ୍ତ ମହାନ୍ତ, ଏସଟିସେଲ ଇଂ ରାମଚନ୍ଦ୍ର ହାଂସଦା,ଝରାଡିହି ବିଜେପି ମଣ୍ଡଳ ସଭାପତି ମାଧବ ଚନ୍ଦ୍ର ମହାପାତ୍ର, ଵହଳଦା ବିଜେପି ମଣ୍ଡଳ ସଭାପତି ଶ୍ରୀକଣ୍ଠ ମହାନ୍ତ, ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ତିରିଂ ବ୍ଳକ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଜଲେନ ବାର୍ଦା, ରାଣୀ ମଣ୍ଡଳ,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସୁନିଲ ମହାନ୍ତ,ବୁଲା ନନା, ,ପାରାଓ ମୁର୍ମୁ ଏବଂ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ । ନେତୃବୃନ୍ଦ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ବର୍ଷିଥିଲେ । ସେମାନଙ୍କ ମୁଖ୍ୟ ଦାବି ଥିଲା ‌ଵାଦ ପଡ଼ିଥିବା ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇଦେବା,ବାଲି ଉଚିତ ଦରରେ ତୁରନ୍ତ ହିତାଧିକାରୀଙ୍କୁ ଯୋଗାଇବା ,ନରେଗା ଯୋଜନାରେ କୋଟି କୋଟି ଟଙ୍କାର ଦୁର୍ନୀତି ତଦନ୍ତ,ଧାନ କିଣାରେ ସ୍ବଚ୍ଛତା ଆଣିବା ପାଇଁ ମଣ୍ଡିରେ ସିସି କେମେରା ଲଗାଇବା,ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ରେ ଖର୍ଚ୍ଚ ହେଉଥିବା ଟଙ୍କା ପଞ୍ଚାୟତ ମାଧ୍ୟମରେ କରାଯିବା,୫ ଟି ନାଁ ରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତି ତଦନ୍ତ, ଵ୍ଳକରୁ ସଚିବାଳୟ ପର୍ଯ୍ୟନ୍ତ ପଇସା କାରବାର ବନ୍ଦ କରିବା, ଅହେତୁକ ବିଦ୍ୟୁତ ଶୁଳ୍କ ହ୍ରାସ କରିବା,ବାମନଘାଟୀ ଉପଖଣ୍ଡରେ କଞ୍ଚାମାଲ ଲୌହ ପଥର ଥାଇ ଶିଳ୍ପ ପ୍ରତିଷ୍ଠା ନ ହେବା,ଚାଷ ଜମିକୁ ପାଣି ଅଭାବ, ପାଇଖାନା ,ରାସନ୍ କାର୍ଡ, ଭତ୍ତା ପାଇଁ ଗରିବ ଲୋକଙ୍କ ଠାରୁ ଲାଞ୍ଚ ନେଵା, ଚିଟଫଣ୍ଡ ଟଙ୍କା ଫେରସ୍ତ ନ କରିବା,ବାମନଘାଟୀରେ ସରକାରୀ ପୋଲିଟେକନିକ,ଆଇଟିଆଇ, ନର୍ସିଂ କଲେଜ ନ ଖୋଲିବା, ଅଙ୍ଗନବାଡ଼ି ରେ କମ ଖାଦ୍ୟ,ଏମଡିଏମ ଚାଉଳ କମ ଦେଵା ଇତ୍ୟାଦି ଦାବି ନେଇ ବକ୍ତବ୍ୟ ରଖିଥିଲେ ।ବିନା ଟଙ୍କା ଓ ପଇସାରେ ଫାଇଲ ଆଗୋଉ ନାହିଁ ।ତୁରନ୍ତ ଆସନ୍ତା ନିର୍ବାଚନରେ ଏହି ଦୁର୍ନୀତିଗ୍ରସ୍ତ ସରକାରକୁ ଵଦଳାଇବା ପାଇଁ ନେତୃବୃନ୍ଦ ଗର୍ଜିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜୟନ୍ତ ମହାପାତ୍ର,ସାଓ୍ବନା ମାଝୀ,ଗୋପାଳ,ରାଜେଶ ପାଲ,ସୁଭ୍ରଜିତ ପାଲ,ସନ୍ତୋଷ ମହାପାତ୍ର,ଗଓଲଆରଆମ ହେମ୍ବ୍ରମ,ସଂଜୀବ ସାହୁ,ରାଜ କିଶୋର ପଣ୍ଡା,ସତ୍ୟ ଵସା, ସ୍ଵରୂପ ବେହେରା, ଶଙ୍କର ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ ।ବହୁ ସଂଖ୍ୟାରେ ପୁରୁଷ, ମହିଳା ଯୁବକ, ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଫଳ କରାଇଥିବାରୁ ଵରିଷ୍ଠ ବିଜେପି ନେତା ଇଶାନ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ ମସିହା ନିଉଜ

Related posts

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

Sunil Chandra Nayak

ନର୍ଲା ଚାରିଛକ ଠାରେ ବିଜେପି କର୍ମୀ ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!