ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେଗାଁ ଦିବ୍ୟ ଗଡ଼ କୁ ଭାଙ୍ଗିଲା ବିଜେପି, କେଗାଁ ସରପଞ୍ଚ ବିଜେଡି ଛାଡି ବିଜେପି ରେ ଯୋଗଦାନ 

କେଗାଁ ଦିବ୍ୟ ଗଡ଼ କୁ ଭାଙ୍ଗିଲା ବିଜେପି, କେଗାଁ ସରପଞ୍ଚ ବିଜେଡି ଛାଡି ବିଜେପି ରେ ଯୋଗଦାନ 

ଗୋଲାମୁଣ୍ଡା ତା, ୩୦/୯( ମ ନି ସ ) ଗୋଲାମୁଣ୍ଡା ବ୍ଲକ ବିଜେଡି ତଥା ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ଗଡ଼ ଥିବା ବେଳେ ଧିରେ ଧିରେ ବିଜେପି ମୟ ହୋଇ ଚାଲିଛି l ଗତ ବର୍ଷ ଗୋଲାମୁଣ୍ଡା ବ୍ଲକ ର ପ୍ରାୟ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଶଙ୍ଖ ଦଳ ପରିତ୍ୟାଗ କରି ପଦ୍ମ ଦଳ ରେ ଯୋଗଦାନ ଦେଇଥିବା ବେଳେ ଗୋଲାମୁଣ୍ଡା ବ୍ଲକ ରେ ତିନି ଟି ମଣ୍ଡଳ ରେ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ/ପ୍ରାର୍ଥୀନି ଜିତି ଥିବା ବେଳେ ଗତ ଦୁଇ ମାସ ପୂର୍ବେ ତିନି ଜଣ ରୁ ଦୁଇ ଜଣ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ରେ ଯୋଗଦାନ କରିଥିଲେ l ଗତ ସୋମବାର ଦିନ ରାଜ୍ୟ ସଭା ସାଂସଦ ସୁଜିତ କୁମାର ଓ ଗତ ଜୁନାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ମନୋଜ କୁମାର ମେହେର ଙ୍କ ଉପସ୍ଥିତି ରେ ରାଜ୍ୟ ଯୁବ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱ ରେ ଦୁଇ ଜଣ ସରପଞ୍ଚ ସମେତ ୨୮ ଗୋଟି ଗ୍ରାମ ପଞ୍ଚାୟତ ରୁ ପାଞ୍ଚ ଶହ ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ବିଜେପି ରେ ସାମିଲ ହୋଇଥିଲେ l ଆଜି ପୁଣି ଦିବ୍ୟ ଶଙ୍କର ମିଶ୍ର ଙ୍କ ଗଡ଼ କୁହା ଯାଉଥିବା କେଗାଁ ଅଞ୍ଚଳ ର ବର୍ତ୍ତମାନ ସରପଞ୍ଚ ୨୫ ବର୍ଷ ରୁ ବିଜେଡି ପାଇଁ କାମ କରୁଥିବା ଅମୃତ ବଛା ଓ ପୂର୍ବତନ କେଗାଁ ନାଏବ ସରପଞ୍ଚ ଜେନା ପୁଟେଲ ଦୁଇ ଜଣ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୃତ୍ୱ ରେ ବିଜେଡି ଦଳ ତ୍ୟାଗ କରି ବିଜେପି ରେ ସାମିଲ ହୋଇଛନ୍ତି l ମୋ କେଗାଁ ଗ୍ରାମ ପଞ୍ଚାୟତ ର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ ଙ୍କ ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ମୁଁ ଆଜି ବିଜେପି ରେ ସାମିଲ ହେଲି ବୋଲି କେଗାଁ ସରପଞ୍ଚ ପ୍ରତିକ୍ରିୟା ରଖିଛନ୍ତି l ଯୋଗଦାନ ସମୟରେ କେଗାଁ ମଣ୍ଡଳ ବିଜେପି ସଭାପତି ଜୟ କୃଷ୍ଣ ସାହୁ, ଗୋଲାମୁଣ୍ଡା ମଣ୍ଡଳ ବିଜେପି ସଭାପତି ବୈଶାଖୁ କେତକୀ,ବରିଷ୍ଠ ବିଜେପି ନେତା ଜୟନ୍ତ ସିଂ, ମନୋଜ ଅଗ୍ରୱାଲ, ହାକିମ ସିଂ, ଅନନ୍ତ ସାହୁ, ଗଣେଶ ସାହୁ,ନବୀନ ଭୋଇ, ଲୋଚନ ସାହୁ,ଭୁଦେବ ଭୋଇ,ସୁରେଶ ମଙ୍ଗରାଜ, ଅଂକୁର ନାଏକ,ଫୁଣ୍ଡା ସରପଞ୍ଚ ଧନଞ୍ଜୟ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ମାଳିଯୁବାଙ୍ଗଠାରେ କଂଗ୍ରେସର କର୍ମୀ ସମ୍ମିଳନୀ, ଗଠନ ହେଲା ପଞ୍ଚାୟତ କମିଟି

masiha

କେନ୍ଦ୍ରାପଡ଼ା ଜିଲ୍ଲା କୃଷକ ମୋର୍ଚ୍ଚାର ମଣ୍ଡଳ ସତ୍ୟାପନ  ଏବଂ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ

masiha

ବନ୍ଧୁଗାଁ ବ୍ଲକରେ ନୂତନ ବିଜେଡି କର୍ମକର୍ତ୍ତା ଚୟନ 

Sunil Chandra Nayak

Leave a Comment

error: Content is protected !!