ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ, ଅଗଷ୍ଟ ୬ ରୁ ୧୫ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ପାଇଁ ନିଷ୍ପତ୍ତି 

ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ, ଅଗଷ୍ଟ ୬ ରୁ ୧୫ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ପାଇଁ ନିଷ୍ପତ୍ତି 

ବ୍ରହ୍ମପୁର ୧୯/୦୭ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ର ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ଆଜି ବ୍ରହ୍ମପୁର ସ୍ଥିତ ପାର୍କ ସାହି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ମାସ ୬ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଜନସମ୍ପର୍କ ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ସମୟରେ ପାର୍ଟ ସାଥି ମାନେ ବିଭିନ୍ନ ଅଞ୍ଚଳରେ ପଦଯାତ୍ରା ଆୟୋଜନ କରି ବିଜେପି ଓ ଆର ଏସ ଏସ ଶାସନ କାଳରେ ଦରଦାମ୍ ବୃଦ୍ଧି , ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ବାସ୍ଥ୍ୟ , କର୍ମ ନିଯୁକ୍ତି ହ୍ରାସ। , ପ୍ରାକୃତିକ ସମ୍ପଦ ର ଲୁଟ୍ ପରିବେଶ ଧ୍ବଂସ , ଶ୍ରମିକ ଛଟେଇ , କୃଷକ ଶୋଷଣ , ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି , ସାମାଜିକ ସୁରକ୍ଷା ଭତ୍ତା , ମନରେଗା ଯୋଜନାର ପୁନଃ ପ୍ରଚଳନ , ସମ୍ବିଧାନ ସୁରକ୍ଷା , ଭୂମିହୀନ ଙ୍କୁ ପଟ୍ଟା ଏବଂ ଇଭିଏମ୍ ବଦଳରେ ବେଲେଟ ପେପର ରେ ନିର୍ବାଚନ କରିବା ସମ୍ପର୍କରେ ଘର ବୁଲି ସଚେତନତା ସୃଷ୍ଟି କରିବେ । ଏଥି ସହିତ ସେପ୍ଟେମ୍ବର ୧ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ହେବାକୁ ଥିବା ସର୍ବ ଭାରତୀୟ ପରିବର୍ତ୍ତନ ମହାସମାବେଶ ର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବେ । ସାଥି ସତ୍ୟ ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ ବୈଠକ ର ଉଦ୍ଦେଶ୍ୟ ଓ କାମ ଦାମ ର ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାର୍ଟି ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ପ୍ରକାଶ ପାତ୍ର , ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ସେଠୀ , ନିଳକଣ୍ଠ ଦାସ , ପ୍ରବୀଣ ଦାସ , କାମଦେବ ନାହାକ , ସିମାଞ୍ଚଳ ବେହେରା , ରାଜେନ୍ଦ୍ର ଦାସ , ବିଦେଶୀ ନାହାକ , ଗୋପାଳ କୃଷ୍ଣ ଭୁୟାଁ , ବୃନ୍ଦାବନ ପଣ୍ଡା , ପଞ୍ଚାନନ ସ୍ବାଇଁ , ଭାନୁମତୀ ରେଡି , ଆଦି ନାରାୟଣ ରେଡ୍ଡୀ , ଜନାର୍ଦ୍ଦନ ରେଡି , ପ୍ରଫୁଲ୍ଲ କୁମାର ଜେନା , ମହମ୍ମଦ ଅସମ୍ମାନ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Related posts

ପ୍ରଧାନମନ୍ତ୍ରୀ ଆଵାସ ଯୋଜନାରେ ଯୋଗ୍ୟଙ୍କୁ ସାମିଲ ପାଇଁ ବ୍ଲକ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

Sunil Chandra Nayak

ବିଜୁ ବାବୁ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳନ

Sunil Chandra Nayak

ରାଇରଙ୍ଗପୁରରେ “ଆଶା ଭରସା ପାର୍ଟି” ତରଫରୁ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!