ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

ବ୍ରହ୍ମପୁର; ୧୯/୦୭ : ବ୍ରହ୍ମପୁର-୨ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୬-୨୦୨୮ କାର୍ଯ୍ୟକାଳ ପାଇଁ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଗଠନ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିରଜା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ଉନ୍ନତି, ଶୃଙ୍ଖଳିତ ପରିଚାଳନା, ଭିତ୍ତିଭୂମିର ବିକାଶ ଓ ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ପ୍ରଗତି ସମ୍ପର୍କରେ ଗଠନମୂଳକ ଆଲୋଚନା କରିଥିଲେ।

             ସଭା ପରିଚାଳନାରେ ଶିକ୍ଷୟିତ୍ରୀ ଶିବାନୀ ଦାସ, ବାଳକୃଷ୍ଣ ଗୌଡ଼, କେ. ଉଷାରାଣୀ ଏବଂ ମନୋଜ କୁମାର ପ୍ରଧାନ ସହଯୋଗ କରିଥିଲେ। ସର୍ବସମ୍ମତିକ୍ରମେ ଅନିଲ କୁମାର ଚୌଧୁରୀଙ୍କୁ ଏସଏମସି ସଭାପତି ଏବଂ ଏସ୍‌ ଆଶାରାଣୀଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ଏହାସହ ୧୮ ଜଣ ସଦସ୍ୟଙ୍କୁ ନେଇ ୨୦୨୬-୨୦୨୮ କାର୍ଯ୍ୟକାଳ ପାଇଁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି।

             ନବନିର୍ବାଚିତ ସଭାପତି ଚୌଧୁରୀ କହିଥିଲେ ଯେ, ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ଉନ୍ନତି, ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟକୁ ପ୍ରାଧାନ୍ୟ ଦେଇ ନବଗଠିତ କମିଟି କାର୍ଯ୍ୟ କରିବ। ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କାମନା କରିଥିଲେ।

Related posts

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

masiha

ଆଜି ବନ୍ଧୁଗାଁରେ ପାଳିଲେ ୮୦ ତମ ସ୍ୱାଧିନତା ଦିବସ 

Sunil Chandra Nayak

Leave a Comment

error: Content is protected !!