ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏସଏମସି ଗଠନ

ବ୍ରହ୍ମପୁର; ୧୯/୦୭ : ବ୍ରହ୍ମପୁର-୨ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୦୨୬-୨୦୨୮ କାର୍ଯ୍ୟକାଳ ପାଇଁ ବିଦ୍ୟାଳୟ ପରିଚାଳନା କମିଟି (ଏସଏମସି) ଗଠନ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିରଜା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବହୁ ସଂଖ୍ୟକ ଅଭିଭାବକ ଯୋଗଦେଇ ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ଉନ୍ନତି, ଶୃଙ୍ଖଳିତ ପରିଚାଳନା, ଭିତ୍ତିଭୂମିର ବିକାଶ ଓ ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ପ୍ରଗତି ସମ୍ପର୍କରେ ଗଠନମୂଳକ ଆଲୋଚନା କରିଥିଲେ।

             ସଭା ପରିଚାଳନାରେ ଶିକ୍ଷୟିତ୍ରୀ ଶିବାନୀ ଦାସ, ବାଳକୃଷ୍ଣ ଗୌଡ଼, କେ. ଉଷାରାଣୀ ଏବଂ ମନୋଜ କୁମାର ପ୍ରଧାନ ସହଯୋଗ କରିଥିଲେ। ସର୍ବସମ୍ମତିକ୍ରମେ ଅନିଲ କୁମାର ଚୌଧୁରୀଙ୍କୁ ଏସଏମସି ସଭାପତି ଏବଂ ଏସ୍‌ ଆଶାରାଣୀଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ଏହାସହ ୧୮ ଜଣ ସଦସ୍ୟଙ୍କୁ ନେଇ ୨୦୨୬-୨୦୨୮ କାର୍ଯ୍ୟକାଳ ପାଇଁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି।

             ନବନିର୍ବାଚିତ ସଭାପତି ଚୌଧୁରୀ କହିଥିଲେ ଯେ, ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ଉନ୍ନତି, ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ଏବଂ ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସୁଦୃଢ଼ ସମନ୍ୱୟକୁ ପ୍ରାଧାନ୍ୟ ଦେଇ ନବଗଠିତ କମିଟି କାର୍ଯ୍ୟ କରିବ। ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ କାମନା କରିଥିଲେ।

Related posts

ମସିହା ର ପ୍ରଭାବରେ ଓ ଡାକ୍ତର ଅସିତ କୁମାର ସାହୁଙ୍କ ସହଯୋଗରେ ସିନ୍ଦ୍ର ମାଝୀ ଆଖି ଅସ୍ତ୍ରୋପଚାର

Sunil Chandra Nayak

ତିନି ଗ୍ରାମର ଅଷ୍ଟପ୍ରହରୀରେ ଯୋଗଦେଲେ ବ୍ଲକ ସଭାପତି ରାଜେନ୍ଦ୍ର ଦୁରିଆ

Sunil Chandra Nayak

ଭାରତୀୟ ବାରିକ ସମାଜ ରାଉରକେଲା ଶାଖା ଦ୍ୱାରା ସେବା କାର୍ଯ୍ୟକ୍ରମ 

Leave a Comment

error: Content is protected !!