ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳିତ

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳିତ

ଗାନ୍ଧିଜୀ ଙ୍କ ଅନ୍ତର୍ଦୃଷ୍ଟି ମାନବ ଜାତିର ସମୃଦ୍ଧି ର ସୂତ୍ର। ପ୍ରତ୍ୟେକ ନାଗରିକ ଗାନ୍ଧୀଜୀ ଙ୍କ ନୀତି ଓ ଆଦର୍ଶକୁ ସ୍ମରଣ କରି ନିଜକୁ ବିଶ୍ଳେଷଣ କଲେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ମୁଖ୍ୟବକ୍ତା ସତ୍ୟ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ ସର୍ବୋଦୟ ସମିତି ପରିଚାଳନା ସମିତିର ସଭାପତି ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ ଏସଡିପିଓ ମନୋଜ କୁମାର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ରାଧାମୋହନ ଦାସ ଓ ଲୋକନାଥ ବେହେରା, ଆଇନଜୀବୀ ଶ୍ରୀମତୀ ସଂଯୁକ୍ତା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ସର୍ବୋଦୟ ସମିତି ପରିଚାଳନା ସମିତିର ସଦସ୍ୟ ସାମ୍ବାଦିକ ବିଦ୍ୟାଧର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥବା ବେଳେ ଖଦୀ ବୋର୍ଡ ର ମ୍ୟାନେଜର ଦେବରାଜ ମହାନନ୍ଦ ଧନ୍ୟବାଦ୍ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଅନୁଷ୍ଠାନ ର ଅନ୍ତେବାସୀନି ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।

ଗାନ୍ଧୀ ଓ ଶାସ୍ତ୍ରୀ ଜୀଙ୍କ ଜୟନ୍ତୀ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଧର୍ମଗଡ ସରକାରୀ ଏଲନିସି ମିଶନ ସ୍କୁଲର ଛାତ୍ରୀ ଅର୍ଚ୍ଚିତା ନାଏକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ମିତ୍ରଭାନୁ ମହାନନ୍ଦ ଦ୍ଵିତୀୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ପ୍ରଣତୀ ନାଏକ ତୃତୀୟ ତଥା ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଭୂମିଶୁତା ସେନାପତି, ଦ୍ୱିତୀୟ ହୋଇଥିବା ଏଲନିସି ମିଶନ ସ୍କୁଲ୍ ର ଗୌରୀ ସିପକା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଫତେ ନାରାୟଣ ପ୍ରଧାନୀ ବିଦ୍ୟାଳୟ ତଥା ଖଦୀ ବୁଣାଲୀ ଦୀନବନ୍ଧୁ ମେହେର ଓ କଟାଳି ଦେବକୀ ମହରା ଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସର୍ବୋଦୟ ସମିତି ର ପରିଚାଳିକା ସଂଯୁକ୍ତା ସେଠୀ, ରୋଜାଲିନ ନାଏକ, ସରସ୍ଵତୀ ନାଏକ ଶୋଭାସିନୀ ରାଉତ,ବନ୍ଦନା ଗମାଙ୍ଗୋ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଉରକେଲା ମହାନଗର ନିଗମ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ସଂକୀର୍ତ୍ତନ୍ୟ ମଣ୍ଡଳୀ ଓ କଳାକାର ମାନଙ୍କ ତରଫରୁ ବିକ୍ଷୋଭ 

Sunil Chandra Nayak

ମେଧାଅନ୍ବେଷଣ ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନରେ ଗୀତା ମଞ୍ଜରୀ

masiha

Leave a Comment

error: Content is protected !!