ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ମାନବ ଅଧିକାର ଦିବସ ପାଳିତ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ମାନବ ଅଧିକାର ଦିବସ ପାଳିତ

ଅଦ୍ୟ ତା-୧୦-୧୨-୨୦୨୩ ରିଖ ରବିବାର ଦିନ ଘ.୮.୦୦ମି ରେ ରାୟଗଡା ଜି.ସି.ଡି(ଜିଲ୍ଳା) ହାଇସ୍କୁଲ ପରିସରରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା କରିଥିଲେ I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାରଆସୋସିଏସନର ଓକିଲ ଶ୍ରୀ ସାମୁଏଲ୍ ତାଣ୍ଡି, ଶ୍ରୀମତି ପ୍ରଣତି ପାତ୍ର, ପାନେଲ ଓକିଲ ସୀତାରାମ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ରିମାଣ୍ଡ ଓକିଲ ଶ୍ରୀ ରାମକ୍ରୀଷ୍ନା ପଲ୍ଲୀ ଙ୍କ ସମେତ ଜି.ସି.ଡି(ଜିଲ୍ଳା) ହାଇସ୍କୁଲର ଶିକ୍ଷକ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତି ନିବେଦିତା ପଣ୍ଡା ନିଜର ଅଭିଭାଷଣରେ ସମ୍ବିଧାନର ବିଭିନ୍ନ ଧାରା ରେ ବର୍ଣ୍ଣିତଥିବା ମାନବ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ନିଜ ଭିତରେ ଲୁକ୍କାୟିତ ଥିବା ପ୍ରତିଭାର ଅନ୍ବେଶଣ କରି ତାର ପରିପ୍ରକାଶ କରିପାରିଲେ ଏକ ଆଦର୍ଶ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ I ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ଅଭିଭାଷଣରେ ମାନବ ଅଧିକାର ଦିବସ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ I ପରିଶେଷରେ ପିଲା ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା I ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜି.ସି.ଡି(ଜିଲ୍ଳା) ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶିକ୍ଷା ସହିତ ଛାତ୍ର ଛାତ୍ରୀ ଙ୍କ ସାମଗ୍ରିକ ବିକାଶ ଆବଶ୍ୟକ

masiha

ବାଲୁଗାଁ ଆଙ୍କୁଲା ଗ୍ରାମର ନିଆରା ପ୍ରତିଭା ସୈମ୍ୟ ରଞ୍ଜନ : ଚିତ୍ର କଳାରେ ସିଦ୍ଧହସ୍ତ !!!

Sunil Chandra Nayak

ମହୁମାଛିଙ୍କ ଆକ୍ରମଣରେ ଜଣେ ଗୁରୁତର ଆହତ ୨୦ ରୁ ଅଧିକ ଲୋକ ସାମାନ୍ୟ ଆହତ

Sunil Chandra Nayak

Leave a Comment

error: Content is protected !!