ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ମଣ୍ଡି ଉଦଘାଟିତ

     ଧାନ ମଣ୍ଡି ଉଦଘାଟିତ

ତେନ୍ତୁଳିଖୁଣ୍ଟି୍ର୧୦/୧୨/୨୩ //ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଂଚଳଗୁମ୍ମା ଲ୍ୟାମ୍ପ ପରିସରରେଲ୍ୟାମ୍ପ ର  ଏମ ଡ଼ି ସୁଶୀଲ ମହାପାତ୍ର  ନେତୃତ୍ୱ ରେ ମଣ୍ଡି ଉଦଘାଟନ କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି। ଆଜି ଚଳିତ ବର୍ଷ ଖରିଫ ଧାନ ମଣ୍ଡି ର ଉଦ୍ଘାଟନ ହୋଇଯାଇଛି।ଏହି ଅବସରରେ ଲେମ୍ପ ସଭାପତି ଦିଲ୍ଲୀପ ପ୍ରଧାନୀ ଉଦଘାଟନ କରିଥିଲେ,ଲେମ୍ପ ଡ଼ାଇରେକ୍ଟର ସୂର୍ଯ୍ୟ ରନ୍ଧାରୀ, ଜୀବନ ଟାକ୍ରୀ,ବ୍ୟବସାୟୀ ସୁବ୍ରତ ଚ୍ୟଧୁରୀ ,ବାରିଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ  ଅଞ୍ଚଳ ର ଚାଷୀ,ମିଲର ଉପସ୍ଥିତ ଥିଲେ।ସମବାର ପାତ୍ରପୁଟ, ବୁଧବାର କଣ୍ଟାଗାଁ, ଗୁରବାର କଂଗ୍ରା, ଶନିବାର ଅଂଚଳଗୁମ୍ମା ଠାରେ ମଣ୍ଡି ହେବ ବୋଲି  ସୁଶୀଲ କୁମାର ମହାପାତ୍ର କହିଛନ୍ତି।ମଣ୍ଡି ରେ ଚାଷୀ କିପରି ଅଧିକରୁ ଅଧିକ ଧାନ ବିକ୍ରି କରି ଲାଭବାନ ହେବେ ସେ ବିଷୟରେ ବୁଝାଇବା ସହ ମିଲର ମାନେ ଚାଷୀ ଙ୍କ ଧାନ କୁ କଟନୀ ଛଟନୀ ନକରି ସୁରଖୁର ରେ ମଣ୍ଡି ପରିଚାଳନା ରେ ସହଯୋଗ କରିବାକୁ ନିବେଦନ କରିଥିଲେ। ଲ୍ୟାମ୍ପ ର ସମସ୍ତ କର୍ମଚାରୀ ତେନ୍ତୁଳିଖୁଣ୍ଟି ଅଞ୍ଚଳ ର କେତେକ ମିଲର ଉପସ୍ଥିତ ରହିଥିଲେ।ଆସନ୍ତା କାଲି ପାତ୍ରପୁଟ ମଣ୍ଡି ରୁ ଧାନ କିଣା ଆରମ୍ଭ ହେବ ବୋଲି MD  ସୁଶୀଲ ମହାପାତ୍ର କହିଛନ୍ତି।ଚାଷୀଙ୍କ ଟୋକେନ୍ ଆସିଛି ଯେଉଁ ଚାଷୀ ଯେଉଁ ତାରିଖରେ ଧାନ ବିକିବା ମେସେଜ ଆସି ସେହି ଦିନ ଚାଷୀ ଧାନ ଆଣିବେ ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ ,, ତେନ୍ତୁଳିଖୁଣ୍ଟି

 

   

Related posts

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମିଟି

masiha

କୌଶିକ ବାବା +୩ ମହାବିଦ୍ୟାଳୟରେ କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଶିବିରରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ଫାୟାର ଆଣ୍ଡ ସେଫ୍ଟୀ ଅଫିସର (ଅଗ୍ନି ନିରାପତ୍ତା ଅଧିକାରୀ) ସମାଜସେବୀ ଇଂ.ମାନସ ରଞ୍ଜନ ମାଣ୍ଡୋଇ 

Leave a Comment

error: Content is protected !!