ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓଡ଼ିଶାର ସଂସ୍କୃତିକୁ ମହାନ୍ କରିଛି , ମ୍ୟୁଜିକ ସର୍କଲର ୨୮ତମ ବିଜୟା ଉତ୍ସବ ପାଳିତ

ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓଡ଼ିଶାର ସଂସ୍କୃତିକୁ ମହାନ୍ କରିଛି

ମ୍ୟୁଜିକ ସର୍କଲର ୨୮ତମ ବିଜୟା ଉତ୍ସବ ପାଳିତ

ରାଉରକେଲା, ତା୦୯/୧୨/୨୩ // ରାଉରକେଲାର ସଂମ୍ଭ୍ରାନ୍ତ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ ସର୍କଲର ୨୮ତମ ବିଜୟା ଉତ୍ସବ ୨୦୨୩ ଅନୁଷ୍ଠାନର ମେହେର ଭବନଠାରେ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଇଂ.ଅଭୟ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅସ୍ଥି ଶଲ୍ୟ ଚିକିତ୍ସକ ଡାକ୍ତର ଉତ୍ତମ ଚରଣ ଜେନା ଯୋଗଦେଇ କହିଲେ ଯେ, ଓଡ଼ିଶାର ବଡ଼ ଠାକୁର ଶ୍ରୀଜଗନ୍ନାଥ, ଏହାର ପରମ୍ପରା ଓ ସଂସ୍କୃତି ମହାନ। ଆମ ଠାକୁର କାହାରିକୁ କିଛି ମାଗନ୍ତି ନାହଁ, କେବଳ ଦେଇଥା’ନ୍ତି। ଓଡିଶା କଦାପି ଗରିବ ରାଜ୍ୟ ନେହେଁ। ଛାତ୍ର ଛାତ୍ରୀ ମାନେ ଜଣେ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ। ସେମାନଙ୍କ ମଧ୍ୟରେ ଅସଂଖ୍ୟ ସମ୍ଭାବନା ଭରି ରହିଥିବାରୁ ସେମାନେ ଯାହା ଚାହିଁବେ କରିପାରିବେ। ସମ୍ମାନୀତ ଅତିଥି ଇଂ ପ୍ରତାପ କୁମାର ରାୟ ଅନୁଷ୍ଠାନ ଦ୍ବାରା ପରିଚାଳିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନୃତ୍ୟ ସଙ୍ଗୀତର ମହନୀୟତା ସମ୍ପର୍କରେ ଉଦ୍ ବୋଧନ ଦେବାସହ ନିଜ ସୁଲଳିତ କଣ୍ଠରେ ସଂଗୀତ ପରିବେଷଣ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା, ହୃଷୀକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଭବେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ କବି ସୁଶାନ୍ତ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସମ୍ପାଦିକା ସ୍ନେହଲତା ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ଫଟୋ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବକୁ ଉଦଘାନ କରିଥିଲେ। ଇତିମଧ୍ୟରେ ଇହଲୀଳା ସମ୍ବରଣ କରିଥିବା ଅନୁଷ୍ଠାନର ଉପସଭାପତି ଡାକ୍ତର ପ୍ରଭାତ କୁମାର ଚାନ୍ଦ୍ ଏବଂ ସ୍ପ୍ରିଂ ଭେଲି ନର୍ସରୀ ସ୍କୁଲର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ନାୟକଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଗୁରୁ ବାବାଜୀ ଚରଣ ବିଶ୍ବାଳ ଏବଂ ଗୁରୁ ସୁଦେଷ୍ଣା ରାଣୀ ରାଉତଙ୍କ ତତ୍ବାବଧାନରେ ମ୍ୟୁଜିକ ସର୍କଲର ପିଲାମାନେ ସ୍ବାଗତ ସଙ୍ଗୀତ ଗାନ ସହ ସୁନ୍ଦର ନୃତ୍ୟ ପରିବେଷଣ କରି ପରିବେଶକୁ ମନ୍ତ୍ରାୟିତ କରିଥିବାବେଳେ ଏ କାର୍ଯ୍ୟକ୍ରମ ସମସ୍ତ କାର୍ଯ୍ୟକ୍ରମକୁ ସହ ସମ୍ପାଦିକ ବିବେକାନନ୍ଦ ପଣ୍ଡା, ସନ୍ତୋଷ କୁମାର ମଲ୍ଲିକ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାମାନେ ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା, ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ସହରର ବହୁ ଅନୁଷ୍ଠାନର ସାହିତ୍ୟ-ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Related posts

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ବିଶିଷ୍ଟ ଶିଳ୍ପପତି ଙ୍କ ବିୟୋଗ

masiha

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

masiha

ମା ମାଣିକେଶ୍ବରୀ ମନ୍ଦିର ଉନ୍ମୋତିକରଣ ପାଇଁ ବୋଲ ବୋମ ମାନଙ୍କ ସରକାରଙ୍କୁ ନିବେଦନ

Leave a Comment

error: Content is protected !!