ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଲ୍ୟୁଓଡିସି ସିଇଓଙ୍କ କୋକସରା ବ୍ଲକ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

କୋକସରା,୨୧/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗସ୍ତରେ ଡବ୍ଳୁଓଡିସି ସିଇଓ ଡ଼. ଅଜିତ କୁମାର ମିଶ୍ର ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି।ଧର୍ମଗଡ଼ରୁ କୋକସରା ବ୍ଳକକୁ ଆସି ପ୍ରଥମେ ଆମପାଣି ପଞ୍ଚାୟତର ଶିଳ୍ପୀ ଗ୍ରାମ କନ୍ଦାଗଡ଼ରେ ପହଞ୍ଚିଥିଲେ । ସେଠାରେ ଥିବା ପଥର ଖୋଦେଇ କେନ୍ଦ୍ର ପରିଦର୍ଶନ କରି କାରିଗର ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ପରେ ଆମପାଣି ସ୍ଥିତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ‘କରକ’ ଜଳପ୍ରପାତ ପରିଦର୍ଶନ କରିବା ସହ ଆବଶ୍ୟକ ଭିତ୍ତିଭୂମି ଉପରେ ଅନୁଦାନ ପାଇଁ ଦୃଷ୍ଟି ଦିଆଯିବା ନେଵା କହିଛନ୍ତି। ଆମପାଣି ବୁଢ଼ରଜା ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବୃକ୍ଷରୋପଣ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କୁ ପଚାରି ବୁଝିଥିଲେ। ତେବେ ଛାତ୍ରଛାତ୍ରୀ ମାନେ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ସିଇଓଙ୍କୁ ଜଣାଇଥିଲେ। ଏହାପରେ କାଉଡୋଲା ‘୫-ଟି’ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ବ୍ଲକର ଆମପାଣି, କାଉଡୋଳା, ଛିଲିପା ମାଲ ଠାରେ ନିର୍ମାଣାଧୀନ ପୋଖରୀ ଉନ୍ନୟନ କାର୍ଯ୍ୟ ଦେଖିବା ପରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ଆଲୋଚନା କରିଥିଲେ। ସିଇଓ ଗସ୍ତ ସମୟରେ ଜିଲ୍ଲା ପ୍ରକଳ୍ପ ସମୀକ୍ଷା ବିଭାଗ ଅଧିକାରୀ, ଧର୍ମଗଡ଼ ବିଧାୟକ ମୌଷଧି ବାଗ,ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ, କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ , ବିଜେଡି ଦଲୀୟ କର୍ମକର୍ତ୍ତା ଆଶୁତୋଷ ପୁରୋହିତ, ଶିବରାମ ପାତ୍ର, ସମେତ ବ୍ଳକର କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନାସଭା

masiha

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ନଵଙ୍କ ବିଜାତଳାରେ ନିର୍ବାଚନ ପ୍ରଚାର ଏବଂ ରାଇରଙ୍ଗପୁରରେ ରୋଡ଼ ସୋ

masiha

ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!