ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଉଳ ଏବଂ କିରୋସିନି ହେରଫେର କରି ନିଲମ୍ବନ ହେଲେ ରିଟେଲର

ବାଲେଶ୍ଵର,୨୧/୭/୨୩- ହିତାଧିକାରୀଙ୍କ ପାଇଁ ଆସିଥିବା ରାଶନ ଚାଉଳ ଏବଂ କିରୋସିନି କଳାବଜାରିଙ୍କୁ ବିକ୍ରି କରି ନିଲମ୍ବନ ହେଲେ ରିଟେଲର, ସୁଚନା ଅନୁଯାୟୀ ବାଲିଆପାଳ ବ୍ଲକ କୁମ୍ଭୀର ପଞ୍ଚାୟତ ତାପଣ୍ଡିଆ ଗ୍ରାମର ଶିବ ଚରଣ ଦେ ଦିର୍ଘ ୫୦ ବର୍ଷ ଧରି ରିଟେଲର ଭାବେ ସରକାରୀ ପିଡିଏସ ଚାଉଳ ଏବଂ କିରୋସିନ ହିତାଧିକାରୀ ମାନଙ୍କୁ ବଣ୍ଟନ କରି ଆସୁଥିଲେ, ମାତ୍ର ବଣ୍ଟନ ନାମରେ ସରକାରୀ ରାଶନକୁ ବଣ୍ଟନ ନକରି ସମସ୍ତ ଚାଉଳ ଓ କିରୋସିନି କଳାବଜାରୀ ମାନଙ୍କୁ ବିକ୍ରି କରି ଦେଉଥିଲେ, ହିତାଧିକାରୀ ମାନେ ସେମାନଙ୍କ ସାମଗ୍ରୀ ନେବାକୁ ଆସିଲେ ନାଲି ଆଖି ଦେଖାଉଥିଲେ, ଏନେଇ ବାଲିଆପାଳ ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବାପରେ ଗତକାଲି ବିଳମ୍ବିତ ରାତିରେ ବାଲିଆପାଳ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ତାଙ୍କ ଟିମ୍ ସହିତ ରିଟେଲର ପଏଣ୍ଟରେ ପହଞ୍ଚି ଯାଞ୍ଚ କରିଥିଲେ, ମାତ୍ର ୩୦୦ ହିତାଧିକାରୀଙ୍କ ପାଇଁ ଆସିଥିବା ଚାଉଳରୁ ମାତ୍ର ୨୪ କୁଇଣ୍ଟାଲ ୫୦ କେଜି ମହଜୁଦ ରହିଥିବା ୯୬ ଲିଟର କିରୋସିନିକୁ ବଣ୍ଟନ ନକରି କଳାବଜାରିରେ ବିକ୍ରୀ କରି ଦେଇଥିବା ଜାଣିବାକୁ ପାଇଥିଲେ । ଏବାବଦରେ ଯୋଗାଣ ଅଧିକାରୀ ପଚାରିବାରୁ ସେ କୌଣସି ଉତ୍ତର ଦେଇ ପାରିନଥିଲେ କି କୌଣସି କାଗଜପତ୍ର ଦେଖାଇ ପାରିନଥିଲେ, ତେଣୁ ଲୋକଙ୍କ ପାଇଁ ଆସୁଥିବା ରାଶନ ସାମଗ୍ରୀ ହେରଫେର କରୁଥିବା ଅଭିଯୋଗରେ ରିଟେଲରକୁ ନିଲମ୍ବନ କରିଛନ୍ତି ଯୋଗାଣ ଅଧିକାରୀ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ

masiha

ସୀମାନ୍ତ ପତ୍ରିକା ପ୍ରତିଷ୍ଠାତା ଓ ବିଶିଷ୍ଟ ବଂଶୀ ବାଦକ ପଦ୍ମ ଚରଣ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

masiha

Leave a Comment

error: Content is protected !!